ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଅଟୋ କାର ମୁହାଁମୁହିଁ ଧକ୍କା, ୩ ମୃତ୍ୟୁ, ୩ ଗୁରୁତର

The Sakala Picture
Published On

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁୃ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍। ମିଳିଥିବା ସୂଚନା ଅନୁସାରେ ବାଲିମି ଥାନା […]

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ କାର ମୁହାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତୁୃ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍।

ମିଳିଥିବା ସୂଚନା ଅନୁସାରେ ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠିଙ୍କ ଦେହ ଖରାପ ହେବାରୁ ବଂଶୀଧରଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ତାଙ୍କ ବାର ବର୍ଷର ପୁଅ  ପୁଅ ଶ୍ରୀସାଇ ଅନୁଗୁଳ ମେଡିକାଲକୁ ଆଣୁଥିଲେ।  ମେଡିକାଲରେ ଦେଖାଇବା ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା।

ଅଟୋ କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା । ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସେଠି, ସ୍ତ୍ରୀ କମଳା ସେଠି, ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ବୋହୂ ସୁନିତା ସେଠି ଏବଂ ଶ୍ରି ସାଇ ସେଠି ଗୁରୁତର ହୋଇଥିଲେ। ଏ ପଟେ କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ୍ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

06 Sep 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର