ନାବଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ
ଅନୁଗୁଳ: ନାବଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ଫାଷ୍ଟ ଟ୍ରକ ଜଜ । ସୂଚନା ଅନୁସାରେ ଗତ ୨/୧୧/୨୦୨୪ ରେ ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦଣ୍ଡଧର ନାଏକ ନାମକ ଜଣେ ବ୍ୟକ୍ତି ଅପହରଣ କରି ନେଇଥିଲା । ଆଉ ପରେ ବିଭିନ୍ନ ସ୍ଥାନକୁ ନେଇ ପାଷାବିକ ଅତ୍ୟାଚାର କରିଥିଲା । ଏ ସମ୍ପର୍କରେ ନାବଳିକାଙ୍କ ପରିବାର ଲୋକ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ ।
ପୁଲିସ ତଦନ୍ତ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦଣ୍ଡଧର ନାଏକକୁ ଗିରଫ କରିଥିଲା । ଏହି ଘଟଣା ଅନୁଗୁଳ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯାଇଥିଲା । ଆଜି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ଫାଷ୍ଟ ଟ୍ରକ ଜଜ ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହ ୫୦ ହଜାର ଜୋରିମନାରେ ମଧ୍ୟ ଦଣ୍ଡିତ କରାଯାଇଛି । ଜୋରିମନା ଅନାଦେୟ ଆଉ ୨ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ଆଦେଶରେ ଉଲ୍ଲେଖ ରହିଛି । ଅନ୍ୟପଟେ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଵାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।