ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଫାଶରେ ପଡ଼ି ଦନ୍ତାହାତୀର ମୃତ୍ଯୁ

The Sakala Picture
Published On

ଅନୁଗୁଳ:  ଅନୁଗୋଳ ଜିଲ୍ଲା ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ ଅଘଟଣ । ପୁଣି ଏକ ଦନ୍ତାହାତୀର ମୃତ୍ଯୁ । ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଯାଇଥିଲା। ଦନ୍ତା ହାତୀଟି ଫାଶରୁ ବାହାରି ନ […]

ଅନୁଗୁଳ:  ଅନୁଗୋଳ ଜିଲ୍ଲା ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ ଅଘଟଣ । ପୁଣି ଏକ ଦନ୍ତାହାତୀର ମୃତ୍ଯୁ । ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଯାଇଥିଲା। ଦନ୍ତା ହାତୀଟି ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଥିବା ଜଣାପଡ଼ିଛି। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି। ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

27 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର