ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ

The Sakala Picture
Published On

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ’ ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି। ଏଭଳି ଅଭବାନୀୟ ଘଟଣା ଅନୁଗୁଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଟିଛି। ବଜ୍ରଘାତରେ ଚାଷୀ ମୃତ୍ୟୁ ଅନୁଗୋଳ ଜିଲ୍ଲା […]

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ’ ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି। ଏଭଳି ଅଭବାନୀୟ ଘଟଣା ଅନୁଗୁଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଟିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ବଜ୍ରଘାତରେ ଚାଷୀ ମୃତ୍ୟୁ

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କେଶଳା ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସଞ୍ଜୟ ବେହେରା। ସେ ଆଜି ପ୍ରବଳ ବର୍ଷା ହେଉଥିବା ବେଳେ ଅପରାହ୍ନରେ କିଛି ସମୟ ପାଇଁ ବର୍ଷା ଛାଡି ଜାଇଥିଲା । ତେବେ ସଞ୍ଜୟ ସେହି ସମୟରେ ଘର ପଛକାଖରେ ଥିବା ତାଙ୍କ ନିଜ ଧାନ ବିଲରୁ ପାଣି କାଟିବାକୁ ଯାଇଥିଲେ। ଏହି ସମୟରେ ପୁଣି ବର୍ଷା ସହିତ ଘଡଘଡି ଓ ବଜ୍ରପାତ ହୋଇଥିଲା ଫଳରେ ସଞ୍ଜୟକୁ ବଜ୍ରଘାତ ଲାଗି ବିଲରେ ପଡି ଜାଇଥିଲେ। ଫଳରେ ପାଖରେ ଥିବା କିଛି ଲୋକ ସଞ୍ଜୟଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ସଞ୍ଜୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଗୁପାଳପୁର ଗ୍ରାମର ଗନ୍ଧର୍ବ ବେହେରା ( ୫୭)  ପିତା  ମାୟାଧର ବେହେରାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ଗନ୍ଧର୍ବ ପ୍ରତିଦିନ ଭଳି ବୁଧବାର ମଧ୍ୟ ଗାଁ ପାଖ ଜଙ୍ଗଲକୁ ଗୋରୁ ଚରେଇବାକୁ ଯାଇଥିଲେ ।ଅପରାହ୍ନ ସମୟରେ ଆସିଥିବା ଅଦିନିଆ ବର୍ଷା ସହ ଘଡଘଡି ମାରିବାରୁ ସେ ପ୍ରାୟ ୪ଟାବେଳେ ଗୋରୁସହ ଘରକୁ ଫେରିଥିଲେ। ଆଉ କିଛି ସମୟ ମଧ୍ୟରେ ଘରେ ପହଞ୍ଚିଥାଆନ୍ତେ କିନ୍ତୁ ଘରଠାରୁ କିଛି ଦୂରତା ବଜ୍ରାଘାତ ହେବାରୁ ତାଙ୍କର ସେହିଠାରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା। ସ୍ଥାନୀୟ ଲୋକେ ଏଘଟଣା ଦେଖି ବନ୍ତଳାଥାନାକୁ ଖବର କରିଥିଲେ। ଘଟଣା ସ୍ଥଳରେ ବନ୍ତଳା ପୁଲିସ୍ ପହଞ୍ଚି ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

ବଜ୍ରପାତରେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ
ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ବଡ଼ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଉକ୍ତ ଗ୍ରାମର ସୁଶାନ୍ତ ଗିରି ଅପରାହ୍ନ ସମୟରେ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବଜ୍ରାଘାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ସେହିପରି, ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଛେଳି ଚରାଉଥିବା ବେଳେ ବଜ୍ରଘାତରେ ମୃତ୍ଯୁ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଉଭୟ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ରହିଥିଲେ। ହଠାତ ବଜ୍ରାଘାତ ହେବାରୁ ଉଭୟ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

22 Jun 2022 By The Sakala

ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ’ ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର ଶୀକାର ହୋଇଛନ୍ତି। ଏଭଳି ଅଭବାନୀୟ ଘଟଣା ଅନୁଗୁଳ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଟିଛି।

ବଜ୍ରଘାତରେ ଚାଷୀ ମୃତ୍ୟୁ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କେଶଳା ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସେହି ଗାଁର ସଞ୍ଜୟ ବେହେରା। ସେ ଆଜି ପ୍ରବଳ ବର୍ଷା ହେଉଥିବା ବେଳେ ଅପରାହ୍ନରେ କିଛି ସମୟ ପାଇଁ ବର୍ଷା ଛାଡି ଜାଇଥିଲା । ତେବେ ସଞ୍ଜୟ ସେହି ସମୟରେ ଘର ପଛକାଖରେ ଥିବା ତାଙ୍କ ନିଜ ଧାନ ବିଲରୁ ପାଣି କାଟିବାକୁ ଯାଇଥିଲେ। ଏହି ସମୟରେ ପୁଣି ବର୍ଷା ସହିତ ଘଡଘଡି ଓ ବଜ୍ରପାତ ହୋଇଥିଲା ଫଳରେ ସଞ୍ଜୟକୁ ବଜ୍ରଘାତ ଲାଗି ବିଲରେ ପଡି ଜାଇଥିଲେ। ଫଳରେ ପାଖରେ ଥିବା କିଛି ଲୋକ ସଞ୍ଜୟଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ସଞ୍ଜୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ

ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଗୁପାଳପୁର ଗ୍ରାମର ଗନ୍ଧର୍ବ ବେହେରା ( ୫୭)  ପିତା  ମାୟାଧର ବେହେରାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ଗନ୍ଧର୍ବ ପ୍ରତିଦିନ ଭଳି ବୁଧବାର ମଧ୍ୟ ଗାଁ ପାଖ ଜଙ୍ଗଲକୁ ଗୋରୁ ଚରେଇବାକୁ ଯାଇଥିଲେ ।ଅପରାହ୍ନ ସମୟରେ ଆସିଥିବା ଅଦିନିଆ ବର୍ଷା ସହ ଘଡଘଡି ମାରିବାରୁ ସେ ପ୍ରାୟ ୪ଟାବେଳେ ଗୋରୁସହ ଘରକୁ ଫେରିଥିଲେ। ଆଉ କିଛି ସମୟ ମଧ୍ୟରେ ଘରେ ପହଞ୍ଚିଥାଆନ୍ତେ କିନ୍ତୁ ଘରଠାରୁ କିଛି ଦୂରତା ବଜ୍ରାଘାତ ହେବାରୁ ତାଙ୍କର ସେହିଠାରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା। ସ୍ଥାନୀୟ ଲୋକେ ଏଘଟଣା ଦେଖି ବନ୍ତଳାଥାନାକୁ ଖବର କରିଥିଲେ। ଘଟଣା ସ୍ଥଳରେ ବନ୍ତଳା ପୁଲିସ୍ ପହଞ୍ଚି ଶବକୁ ଜବତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

ବଜ୍ରପାତରେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ
ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ବଡ଼ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଉକ୍ତ ଗ୍ରାମର ସୁଶାନ୍ତ ଗିରି ଅପରାହ୍ନ ସମୟରେ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବଜ୍ରାଘାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।

ସେହିପରି, ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ । ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଛେଳି ଚରାଉଥିବା ବେଳେ ବଜ୍ରଘାତରେ ମୃତ୍ଯୁ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଉଭୟ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ରହିଥିଲେ। ହଠାତ ବଜ୍ରାଘାତ ହେବାରୁ ଉଭୟ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

https://www.thesakala.in/latest-odisha-news/angul/six-people-were-death-lightning-strikes-in-different-area/article-12697
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର