ବଦଳିଗଲା ‘ପୁନ୍ୟା’ର ଠିକଣା, ଅନାଥ ଝିଅକୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

The Sakala Picture
Published On

କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ ‘ପୁନ୍ୟା’କୁ ମିଳିଛି ପରିଚୟ। ଆଉ ତା’କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ପୁନ୍ୟାର ପାସ୍‍ପୋର୍ଟ ପ୍ରସ୍ତୁତ ହୋଇ ସାରିଛି। ଖୁବଶୀଘ୍ର ଭିସା ନିମନ୍ତେ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୯ ତାରିଖରେ କଟକ ବିଡ଼ାନାସୀର ଏହି […]

କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ ‘ପୁନ୍ୟା’କୁ ମିଳିଛି ପରିଚୟ। ଆଉ ତା’କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ପୁନ୍ୟାର ପାସ୍‍ପୋର୍ଟ ପ୍ରସ୍ତୁତ ହୋଇ ସାରିଛି। ଖୁବଶୀଘ୍ର ଭିସା ନିମନ୍ତେ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୯ ତାରିଖରେ କଟକ ବିଡ଼ାନାସୀର ଏହି କୁନି ଝିଅ ନିଜ ପିତାମାତାଙ୍କ ସହ ସୁଦୂର ଆମେରିକାକୁ ଚାଲିଯିବ।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ପୁନ୍ୟାକୁ ୨ବର୍ଷ ୩ମାସ। ତା’କୁ ଯେତେବେଳେ ୧୦ଦିନ ହୋଇଥିଲା ସେବେ କେହି ତା’କୁ ଆଣି ବସୁନ୍ଧରା ଫାଟକ ସାମ୍ନାରେ ରଖି ଚାଲି ଯାଇଥିଲା। ସେଦିନ ଠାରୁ ପୁନ୍ୟାକୁ ବସୁନ୍ଧରାରେ ରଖାଯାଇଥିଲା। ଆମେରିକାର କଲୋରାଡୋ ସହରରେ ରହୁଥିବା ଡେଭିଡ ଆଲାନ ହେସଲେ ଓ ତାଙ୍କ ପତ୍ନୀ ଆବି କ୍ୟାମିଲୋ ହେସଲେ ପୋଷ୍ୟ ସନ୍ତାନ ନିମନ୍ତେ ଆବେଦନ କରିଥିଲେ। ପେଷାରେ ଡେଭିଡ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ଆବି ଜଣେ ଡାକ୍ତର। ୨୦୨୧ ଜାନୁୟାରୀ ୧୯ ତାରିଖରେ କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହିତ ବିନା ପ୍ରତିବନ୍ଧକରେ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ

କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା(କାରା) ଏବଂ ଓଡ଼ିଶା ରାଜ୍ୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା (ସାରା) ବିନା ଆପତ୍ତିରେ ଉକ୍ତ ଆମେରିକୀୟ ଦମ୍ପତ୍ତିଙ୍କୁ ପୁନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ନିମନ୍ତେ ଗତ ଫେବୃୟାରୀ ୧୧ତାରିଖରେ ଅନୁମତି ପ୍ରଦାନ କରିଥିଲା। ଗତ ମେ ୧୮ ତାରିଖରେ ଜିଲ୍ଲା କୋର୍ଟ ମଧ୍ୟ ପୁନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ। ଏହି ନିର୍ଦ୍ଦେଶପରେ ଡେଭିଡ ଓ ଆବି କଟକରେ ପହଞ୍ଚିଥିଲେ। ମଙ୍ଗଳବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ସେମାନଙ୍କୁ କୋଳକୁ ଦିଆଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି ଯେ, ଏକ ଅନାଥ ଶିଶୁକୁ ପରିବାର ମିଳିଛି। ପିତାମାତା ଓ ଘର ମିଳିଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୁନ୍ୟା ଏକ ପରିଚୟ ପାଇଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ଆମେରିକୀୟ ଦମ୍ପତ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁନ୍ୟା ସେମାନଙ୍କୁ ଖୁବ ଭଲ ପାଉଛି। ବଦଳରେ ସେମାନେ ମଧ୍ୟ ପୁନ୍ୟାକୁ ତତୋଧିକ ଭଲ ପାଉଛନ୍ତି। କଟକ ଜିଲ୍ଲାପାଳଙ୍କ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ଏହାଛଡ଼ା ପୁନ୍ୟାକୁ ଏକ ନୂତନ ଜୀବନ ଓ ଦିଗଦର୍ଶନ ଦେବା କ୍ଷେତ୍ରରେ ସହଯୋଗ କରିଥିବା କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସମସ୍ତ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସାରା, କାରା, ଜିଲ୍ଲାକୋର୍ଟ, ପାସପୋର୍ଟ ଅଧିକାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

08 Jun 2022 By The Sakala

ବଦଳିଗଲା ‘ପୁନ୍ୟା’ର ଠିକଣା, ଅନାଥ ଝିଅକୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ ‘ପୁନ୍ୟା’କୁ ମିଳିଛି ପରିଚୟ। ଆଉ ତା’କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ପୁନ୍ୟାର ପାସ୍‍ପୋର୍ଟ ପ୍ରସ୍ତୁତ ହୋଇ ସାରିଛି। ଖୁବଶୀଘ୍ର ଭିସା ନିମନ୍ତେ ଦିଲ୍ଲୀରେ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୯ ତାରିଖରେ କଟକ ବିଡ଼ାନାସୀର ଏହି କୁନି ଝିଅ ନିଜ ପିତାମାତାଙ୍କ ସହ ସୁଦୂର ଆମେରିକାକୁ ଚାଲିଯିବ।

ପୁନ୍ୟାକୁ ୨ବର୍ଷ ୩ମାସ। ତା’କୁ ଯେତେବେଳେ ୧୦ଦିନ ହୋଇଥିଲା ସେବେ କେହି ତା’କୁ ଆଣି ବସୁନ୍ଧରା ଫାଟକ ସାମ୍ନାରେ ରଖି ଚାଲି ଯାଇଥିଲା। ସେଦିନ ଠାରୁ ପୁନ୍ୟାକୁ ବସୁନ୍ଧରାରେ ରଖାଯାଇଥିଲା। ଆମେରିକାର କଲୋରାଡୋ ସହରରେ ରହୁଥିବା ଡେଭିଡ ଆଲାନ ହେସଲେ ଓ ତାଙ୍କ ପତ୍ନୀ ଆବି କ୍ୟାମିଲୋ ହେସଲେ ପୋଷ୍ୟ ସନ୍ତାନ ନିମନ୍ତେ ଆବେଦନ କରିଥିଲେ। ପେଷାରେ ଡେଭିଡ ହେଉଛନ୍ତି ଜଣେ ଇଞ୍ଜିନିୟର ଓ ଆବି ଜଣେ ଡାକ୍ତର। ୨୦୨୧ ଜାନୁୟାରୀ ୧୯ ତାରିଖରେ କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହିତ ବିନା ପ୍ରତିବନ୍ଧକରେ ପ୍ରମାଣପତ୍ର ପ୍ରଦାନ କରିଥିଲେ।

କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା(କାରା) ଏବଂ ଓଡ଼ିଶା ରାଜ୍ୟ ପୋଷ୍ୟ ସନ୍ତାନ ସଂସାଧନ ସଂସ୍ଥା (ସାରା) ବିନା ଆପତ୍ତିରେ ଉକ୍ତ ଆମେରିକୀୟ ଦମ୍ପତ୍ତିଙ୍କୁ ପୁନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ନିମନ୍ତେ ଗତ ଫେବୃୟାରୀ ୧୧ତାରିଖରେ ଅନୁମତି ପ୍ରଦାନ କରିଥିଲା। ଗତ ମେ ୧୮ ତାରିଖରେ ଜିଲ୍ଲା କୋର୍ଟ ମଧ୍ୟ ପୁନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ। ଏହି ନିର୍ଦ୍ଦେଶପରେ ଡେଭିଡ ଓ ଆବି କଟକରେ ପହଞ୍ଚିଥିଲେ। ମଙ୍ଗଳବାର କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ସେମାନଙ୍କୁ କୋଳକୁ ଦିଆଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି ଯେ, ଏକ ଅନାଥ ଶିଶୁକୁ ପରିବାର ମିଳିଛି। ପିତାମାତା ଓ ଘର ମିଳିଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ପୁନ୍ୟା ଏକ ପରିଚୟ ପାଇଛି ବୋଲି ସେ କହିଛନ୍ତି।

ଆମେରିକୀୟ ଦମ୍ପତ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁନ୍ୟା ସେମାନଙ୍କୁ ଖୁବ ଭଲ ପାଉଛି। ବଦଳରେ ସେମାନେ ମଧ୍ୟ ପୁନ୍ୟାକୁ ତତୋଧିକ ଭଲ ପାଉଛନ୍ତି। କଟକ ଜିଲ୍ଲାପାଳଙ୍କ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି। ଏହାଛଡ଼ା ପୁନ୍ୟାକୁ ଏକ ନୂତନ ଜୀବନ ଓ ଦିଗଦର୍ଶନ ଦେବା କ୍ଷେତ୍ରରେ ସହଯୋଗ କରିଥିବା କଟକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସମସ୍ତ ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସାରା, କାରା, ଜିଲ୍ଲାକୋର୍ଟ, ପାସପୋର୍ଟ ଅଧିକାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର