ମେଡିକାଲ୍‌ରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ଖବର ସାମ୍ନାକୁ ଆସିଛି। ନବଜାତ ଶିଶୁପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା ଆରମ୍ଭ ହୋଇଛି। ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ। ସୂଚନା ଅନୁଯାୟୀ, ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି […]

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ଖବର ସାମ୍ନାକୁ ଆସିଛି। ନବଜାତ ଶିଶୁପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା ଆରମ୍ଭ ହୋଇଛି। ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ ଆଉ କେଉଁଆଡ଼େ ନେଲା ତାହା ବର୍ତ୍ତମାନସୁଦ୍ଧା ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ଏକ ନବଜାତ ଶିଶୁପୁତ୍ର ଜନ୍ମ ହୋଇଥିଲା । ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ମେଡିକାଲରେ ତନାଘନା ଚାଲିଛି । ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାରଲୋକେ ଅଭିଯୋଗ ଆଣିଛନ୍ତି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର