ପୂର୍ବ ଶତ୍ରୁତାକୁ ନେଇ ଶିଶୁ ଅପହରଣ ଓ ମରଣାନ୍ତକ ଆକ୍ରମଣ ଅଭିଯୋଗ

The Sakala Picture
Published On

ମନମୁଣ୍ଡା: ପୂର୍ବ ଶତ୍ରୁତାକୁ ନେଇ ଶିଶୁ ଅପହରଣ ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ଥାନାରେ ଅଭିଯୋଗ ହୋଇଛି। ଏପରି ଘଟିଛି ବୁଧବାର ଅପରାହ୍ନରେ ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ କନ୍ଧରିଆପଡା(ନୂଆସାହି)ଠାରେ। ଅଭିଯୋଗ ପ୍ରକାରେ ଉକ୍ତ ଗ୍ରାମର ସୁଶାନ୍ତ ମହାଳିକ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ଚୈତନ୍ୟ ଦେହୁରୀକୁ ମାରିଦେବାର ଧମକ ଦେଇଥିଲା। ବୁଧବାର ଅପରାହ୍ନ ୪.୩୦ ସମୟରେ ସୁଶାନ୍ତ ଦୁଇଜଣ ଗୁଣ୍ଡାଙ୍କୁ ଧରି ଚୈତନ୍ୟକୁ ମାରିବାକୁ ତାଙ୍କ ଘରକୁ ଯାଇଥିଲେ। ଚୈତନ୍ୟକୁ ସେମାନେ ନ […]

ମନମୁଣ୍ଡା: ପୂର୍ବ ଶତ୍ରୁତାକୁ ନେଇ ଶିଶୁ ଅପହରଣ ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ଥାନାରେ ଅଭିଯୋଗ ହୋଇଛି। ଏପରି ଘଟିଛି ବୁଧବାର ଅପରାହ୍ନରେ ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ କନ୍ଧରିଆପଡା(ନୂଆସାହି)ଠାରେ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି, ସୁରକ୍ଷା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

ଅଭିଯୋଗ ପ୍ରକାରେ ଉକ୍ତ ଗ୍ରାମର ସୁଶାନ୍ତ ମହାଳିକ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ଚୈତନ୍ୟ ଦେହୁରୀକୁ ମାରିଦେବାର ଧମକ ଦେଇଥିଲା। ବୁଧବାର ଅପରାହ୍ନ ୪.୩୦ ସମୟରେ ସୁଶାନ୍ତ ଦୁଇଜଣ ଗୁଣ୍ଡାଙ୍କୁ ଧରି ଚୈତନ୍ୟକୁ ମାରିବାକୁ ତାଙ୍କ ଘରକୁ ଯାଇଥିଲେ। ଚୈତନ୍ୟକୁ ସେମାନେ ନ ପାଇବାରୁ ତାଙ୍କ ଦୋକାନ ସାମ୍ନାରେ ଖେଳୁଥିବା ତାଙ୍କ ଝିଅ(ଶିଶୁ)କୁ ସୁଶାନ୍ତଙ୍କ ନିର୍ଦେଶ ପ୍ରକାରେ ଦିଶା ଓ ଶେଷ ବାଇକରେ ବସାଇ ଅପହରଣ କରି ନେଇଯିବାର ଉଦ୍ୟମ କରୁଥିଲେ।

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ଶିଶୁର କାନ୍ଦ  ଶୁଣି  ମା’ କମଳିନୀ ଧାଇଁ ଆସି ତାଙ୍କ ଶିଶୁ ଝିଅକୁ ଉଦ୍ଧାର କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦିଶା ଏବଂ ଶେଷ ଶିଶୁର ମାଆ କମଲିନିକୁ ଟଣାଓଟରା ପୂର୍ବକ ମାଡ଼ ମାରି ଚାଲି ଯାଇଥିଲେ । ସେହି ସମୟରେ କମଳିନୀର ସ୍ୱାମୀ ଚୈତନ୍ୟ ବାଉଁଶୁଣିରୁ ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡରେ ତାଙ୍କୁ ଦେଖି ସୁଶାନ୍ତ, ତାଙ୍କ ପୁଅ ମିଥୁନ, ପତ୍ନୀ ଅଞ୍ଜଳି ଏବଂ ଉକ୍ତ ଦୁଇ ଗୁଣ୍ଡା ଦିଶା ଓ ଶେଷ ପୂର୍ବଯୋଜନା ପ୍ରକାରେ ଭୁଜାଲି ,ଠେଙ୍ଗା, ଟାଙ୍ଗିଆ, ଛଡ଼ ଇତ୍ୟାଦିରେ ଚୈତନ୍ୟକୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲେ। ତାହା ଦେଖି ଚୈତନ୍ୟର ପରିବାରଲୋକେ ଘଟଣା ସ୍ଥକୁ ଧାଇଁ ଯାଇଥିଲେ। ହେଲେ ସେମାନଙ୍କୁ ମଧ୍ୟ ମରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କମଳିନୀ ବୁଧବାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp