ଡାକ୍ତରାଣୀଙ୍କୁ ଏଡିଏମଓ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକା ଡାକ୍ତରାଣୀ ଅତିରିକ୍ତ ଜିଲ୍ଲା ଚିକିତ୍ସାଧାକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଆଖଣ୍ଡଳଣି ଅଂଚଳର ମହିଳା ଡାକ୍ତର ଜଣକ ଡିଏମଏଫ ତରଫରୁ ନିଯୁକ୍ତି ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି । ଏଡିଏମଓ ପ୍ରକାଶ ବଳ ଅନେକ ସମୟରେ ମହିଳା ଡାକ୍ତରଙ୍କୁ ଯୌନ […]

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକା ଡାକ୍ତରାଣୀ ଅତିରିକ୍ତ ଜିଲ୍ଲା ଚିକିତ୍ସାଧାକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କା, ୧୩ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

ଆଖଣ୍ଡଳଣି ଅଂଚଳର ମହିଳା ଡାକ୍ତର ଜଣକ ଡିଏମଏଫ ତରଫରୁ ନିଯୁକ୍ତି ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି । ଏଡିଏମଓ ପ୍ରକାଶ ବଳ ଅନେକ ସମୟରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏଡିଏମଓ (ମେଡିକାଲ) ଭାବେ ପଦୋନ୍ନତି ପାଇବା ପୂର୍ବରୁ ଡାକ୍ତର ପ୍ରକାଶ ବଳ (୫୨) ଗତ ୨୦୨୨ ମସିହାରେ ତାଙ୍କ ପ୍ରତି ଅଶ୍ଲିଳ ଆଚରଣ ପ୍ରଦର୍ଶନ କରି ଆସୁଥିଲେ । ବିଭିନ୍ନ ସମୟରେ ଦ୍ୱିଅର୍ଥବୋଧକ କଥା ହେଉଥିବା ବେଳେ ତାଙ୍କ ଦେହରେ ହାତ ମାରୁଥିଲେ । ଡାକ୍ତରାଣୀ ଏହାକୁ ବିରୋଧ କଲେ ସେ ଡିଏମଏଫରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ଚାକିରୀରୁ ବାହାର କରି ଦେବାକୁ ଧମକ ଦେଉଥିଲେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ-ମେ'ରେ ହେବ ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ

ତେବେ ଏଡିଏମଓ ଡାକ୍ତର ବଳ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚିକିତ୍ସା ବିଭାଗରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିବାରୁ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ତାଙ୍କୁ ବଦଳି କରା ଯାଇଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଆସୁଥିଲେ ଏହି ସ୍ଥାନରେ କରନ୍ତୁ ଗାଡି ପାର୍କିଂ, ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଜାରି...

07 Apr 2024 By The Sakala

ଡାକ୍ତରାଣୀଙ୍କୁ ଏଡିଏମଓ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜନୈକା ଡାକ୍ତରାଣୀ ଅତିରିକ୍ତ ଜିଲ୍ଲା ଚିକିତ୍ସାଧାକାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଆଖଣ୍ଡଳଣି ଅଂଚଳର ମହିଳା ଡାକ୍ତର ଜଣକ ଡିଏମଏଫ ତରଫରୁ ନିଯୁକ୍ତି ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି । ଏଡିଏମଓ ପ୍ରକାଶ ବଳ ଅନେକ ସମୟରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏଡିଏମଓ (ମେଡିକାଲ) ଭାବେ ପଦୋନ୍ନତି ପାଇବା ପୂର୍ବରୁ ଡାକ୍ତର ପ୍ରକାଶ ବଳ (୫୨) ଗତ ୨୦୨୨ ମସିହାରେ ତାଙ୍କ ପ୍ରତି ଅଶ୍ଲିଳ ଆଚରଣ ପ୍ରଦର୍ଶନ କରି ଆସୁଥିଲେ । ବିଭିନ୍ନ ସମୟରେ ଦ୍ୱିଅର୍ଥବୋଧକ କଥା ହେଉଥିବା ବେଳେ ତାଙ୍କ ଦେହରେ ହାତ ମାରୁଥିଲେ । ଡାକ୍ତରାଣୀ ଏହାକୁ ବିରୋଧ କଲେ ସେ ଡିଏମଏଫରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ଚାକିରୀରୁ ବାହାର କରି ଦେବାକୁ ଧମକ ଦେଉଥିଲେ ।

ତେବେ ଏଡିଏମଓ ଡାକ୍ତର ବଳ ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚିକିତ୍ସା ବିଭାଗରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିବାରୁ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ତାଙ୍କୁ ବଦଳି କରା ଯାଇଥିବା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର