BRSକୁ ଯାଇଛନ୍ତି ସବୁ VRS ନେଇଥିବା ନେତା- ସାଂସଦ ମୁନ୍ନା ଖାଁ

The Sakala Picture
Published On

ଭୁବନେଶ୍ବର: BRS ଓଡ଼ିଶା ରାଜନୀତିରେ ପାଦ ଥାପିଛି।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ପୂର୍ବରୁ ସାମିଲ ହୋଇଥିଲେ। BRS କୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି। ଏହାରି ଭିତରେ ବିଜେଡ଼ି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, BRS କୁ ଯାଇଛନ୍ତି ସବୁ […]

ଭୁବନେଶ୍ବର: BRS ଓଡ଼ିଶା ରାଜନୀତିରେ ପାଦ ଥାପିଛି।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ପୂର୍ବରୁ ସାମିଲ ହୋଇଥିଲେ। BRS କୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି। ଏହାରି ଭିତରେ ବିଜେଡ଼ି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, BRS କୁ ଯାଇଛନ୍ତି ସବୁ VRS ନେଇଥିବା ନେତା। ଏମାନେ ଆଉ ରାଜନୀତିରେ ନାହାଁନ୍ତି। ଲୋକ ସେମାନଙ୍କୁ ଭୁଲିସାରିଲେଣି। କୌଣସି ପ୍ରଭାବ ପଡ଼ିବାର ପ୍ରଶ୍ନ ଉଠୁନି ବୋଲି ମୁନ୍ନା ଖାଁ  କହିଛନ୍ତି। ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କ ନାଁ ନେଇ କଟାକ୍ଷ କହି କହିଛନ୍ତି ଯେ, ଗୋଟେ ଜନ୍ତାରେ କଣ ସାପ ନେଉଳ ରହିପାରିବେ। ଯେଉଁମାନେ ଜୀବନ ସାରା ପ୍ରତିଦ୍ବନ୍ଦୀ ହେଇ ଥିଲେ ସେମାନେ କଣ ଗୋଟେ ଜାଗାରେ ରହି ପାରିବେ। ଦୁନିଆ ଝାମେଲା ହେବ, ଆପଣ ଦେଖିବେ ବୋଲି ମୁନ୍ନା ଖାଁ  କହିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର