ରାଜ୍ୟର ସମସ୍ତ ଔଷଧ ଦୋକାନ କର୍ମଚାରୀଙ୍କୁ ଦିଆଯିବ ଟିକା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କୋଭିଡ୍‍ ଟିକା ଦେବା ବ୍ୟବସ୍ଥା କରିବେ। ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଯୋଗାଇଥିବା ଟିକା ଏବଂ ୧୮-୪୪ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ରାଜ୍ୟ ସରକାର କିଣିଥିବା ଟିକା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ପତ୍ର ଲେଖି ଔଷଧ ଦୋକାନର କର୍ମଚାରୀଙ୍କୁ […]

ଭୁବନେଶ୍ୱର: ରାଜ୍ୟର ସମସ୍ତ ଔଷଧ ଦୋକାନର କର୍ମଚାରୀଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କୋଭିଡ୍‍ ଟିକା ଦେବା ବ୍ୟବସ୍ଥା କରିବେ। ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ଯୋଗାଇଥିବା ଟିକା ଏବଂ ୧୮-୪୪ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ରାଜ୍ୟ ସରକାର କିଣିଥିବା ଟିକା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ପତ୍ର ଲେଖି ଔଷଧ ଦୋକାନର କର୍ମଚାରୀଙ୍କୁ ଟିକା ଦେବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଆମ ରାଜ୍ୟର ଔଷଧ ଦୋକାନୀ ତଥା ସେମାନଙ୍କ କର୍ମଚାରୀମାନେ ନିରବିଚ୍ଛିନ୍ନ ଭାବେ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଲକ୍‍ଡାଉନ୍‍, ସଟ୍‍ଡାଉନ ସମୟରେ ମଧ୍ୟ ଔଷଧ ଦୋକାନ ଖୋଲା ରହିଛି। ସେମାନେ କୋଭିଡ୍‍ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ସେମାନଙ୍କ ଟିକାକରଣ ଆରମ୍ଭ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜିଲ୍ଲାରେ ଉପଲବ୍ଧ ଟିକା ପରିମାଣକୁ ଦୃଷ୍ଟିରେ ରଖି ଔଷଧ ଦୋକାନର କର୍ମଚାରୀଙ୍କ ଟିକାକରଣ କରାଯିବ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp