ରାଜ୍ୟରେ ଜାରି ରହିବ ତାତି ଓ ଗୁଳୁଗୁଳି: କାଳବୈଶାଖୀ ପାଇଁ ଆଜି ୭ ଜିଲ୍ଲାକୁ ସତର୍କ ସୂଚନା ଜାରି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି। ପ୍ରତି ଦିନ ଭିନ୍ନ ଭିନ୍ନ ସହରରେ ତାପମାତ୍ରା ଉପରମୁହାଁ ହେଉଛି। ଅନ୍ୟପଟେ ତାତି ସହିତ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ହୋଇଛି। ଖରା ସାଙ୍ଗକୁ ବଙ୍ଗୋପସାଗରୀୟ ପବନର ପ୍ରବେଶ ହେତୁ ଗୁଳୁଗୁଳି ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତାପମାତ୍ରା ନ କମିବା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ […]

ଭୁବନେଶ୍ୱର: ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି। ପ୍ରତି ଦିନ ଭିନ୍ନ ଭିନ୍ନ ସହରରେ ତାପମାତ୍ରା ଉପରମୁହାଁ ହେଉଛି। ଅନ୍ୟପଟେ ତାତି ସହିତ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ହୋଇଛି। ଖରା ସାଙ୍ଗକୁ ବଙ୍ଗୋପସାଗରୀୟ ପବନର ପ୍ରବେଶ ହେତୁ ଗୁଳୁଗୁଳି ଅନୁଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତାପମାତ୍ରା ନ କମିବା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସହ ସ୍ୱାଭାବିକଠାରୁ ତାପମାତ୍ରା ୨-୩ ଡିଗ୍ରୀ ଅଧିକ ରହିବ। ପ୍ରତିଦିନ ଅପରାହ୍ଣରେ କାଳବୈଶାଖୀ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ପରିବେଶ ଅନୁକୂଳ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ହୋଇଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏହାର ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଶନିବାର ମାଲକାନଗିରି, କୋରାପୁଟ, ରାୟଗଡ଼଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ଜନିତ ଘଡ଼ଘଡ଼ି ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି। ଏଥିସହ କାଳବୈଶାଖୀ ଜନିତ କ୍ଷୟକ୍ଷତି ହେଲେ ତୁରନ୍ତ ଏହାର ରିପୋର୍ଟ ଦେବାକୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର