ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ଅକ୍ଷୟ କୁମାରଙ୍କ କୃତଜ୍ଞତା

The Sakala Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପତ୍ର ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି। ଗତ ମେ’ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିଲେ। ତାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅକ୍ଷୟ କୁମାର ଚିନ୍ତିତ ଥିଲେ । ଏନେଇ ଅକ୍ଷୟ ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପତ୍ର ମାଧ୍ୟମରେ କୃତଜ୍ଞତା ଜଣାଇଛନ୍ତି। ଗତ ମେ’ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ ସଙ୍ଗୀତା ଭୂୟାଁ ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିଲେ। ତାଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅକ୍ଷୟ କୁମାର ଚିନ୍ତିତ ଥିଲେ । ଏନେଇ ଅକ୍ଷୟ ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ଏ ଦିଗରେ ସହାୟତା ପାଇଁ ଅକ୍ଷୟ ଓଡ଼ିଶା ମୋ ପରିବାର ଆବାହକ ତଥା ପୂର୍ବତନ ମୁମ୍ବାଇ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କୁ ଟେଲିଫନ୍‌ ଯୋଗେ ଯୋଗାଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ରାଜରାସ୍ତାରେ ୫୦୦ ଛାତ୍ରଛାତ୍ରୀ, ୪୯ ନଂ ଜାତୀୟ ରାଜପଥ ଅବରୋଧ

ପଟ୍ଟନାୟକ ସୁବାସଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଲେ। ସୁବାସ ତୁରନ୍ତ ଏମ୍‌କେସିଜିରେ ପହଞ୍ଚି ସଙ୍ଗୀତାଙ୍କ ଚିକିତ୍ସା ପାଇଁ ସୁବନ୍ଦୋବସ୍ତ କରିଥିଲେ। ତାଙ୍କ ଅସ୍ତ୍ରୋପଚାର ସଫଳ ହେବାପରେ ଅକ୍ଷୟ କୁମାରଙ୍କୁ ଜଣାଇ ଦିଆଯାଇଥିଲା। ସୁବାସଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରି ଅକ୍ଷୟ କୃତଜ୍ଞତା ପତ୍ର ପଠାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସୁବାସଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁବାସ ଗଛ ମଣିଷ ଭାବେ ବ୍ରହ୍ମପୁରରେ ପରିଚିତ । ବହୁ ସମୟରେ ଲୋଙ୍କଙ୍କ ସେବା କରି ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

ଆହୁରି ପଢ଼ନ୍ତୁ: ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର