ଟୁଇଟ୍‍ ପରେ କୁକୁର ମୁହଁରୁ ଡବା କାଢ଼ିଲା ବିଏମ୍‍ସି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଜଣେ ଯୁବକଙ୍କ ଟୁଇଟ୍‍ ପରେ କୁକୁର ମୁହଁରୁ ଡବା ବାହାର କରିଛନ୍ତି ବିଏମ୍‍ସି ଟିମ୍‍। ସୂଚନା ଅନୁଯାୟୀ ରାଜଧାନୀରେ ଗୋଟିଏ ପ୍ଲାଷ୍ଟିକ ଡବା ଭିତରେ ଗୋଟିଏ କୁକୁର ବେକ ପଶିଯାଇଥିଲା। ବେକରୁ ଆଉ ଡବା ନ ବାହାରିବାରୁ କୁକୁରଟି ଏଣେ ତେଣେ ବୁଲୁଥିଲା। ଦେବପ୍ରସାଦ ମହାକୁଡ଼ ନାମକ ଜଣେ ଯୁବକ ଟୁଇଟ୍‍ କରି ବିଏମ୍‍ସିର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣା ନଜରକୁ ଆସିବା ପରେ ବିଏମସିର ଏକ ଟିମ୍‍ ତୁରନ୍ତ ଘଟଣାସ୍ଥଳରେ […]

ଭୁବନେଶ୍ୱର : ରାଜଧାନୀରେ ଜଣେ ଯୁବକଙ୍କ ଟୁଇଟ୍‍ ପରେ କୁକୁର ମୁହଁରୁ ଡବା ବାହାର କରିଛନ୍ତି ବିଏମ୍‍ସି ଟିମ୍‍। ସୂଚନା ଅନୁଯାୟୀ ରାଜଧାନୀରେ ଗୋଟିଏ ପ୍ଲାଷ୍ଟିକ ଡବା ଭିତରେ ଗୋଟିଏ କୁକୁର ବେକ ପଶିଯାଇଥିଲା। ବେକରୁ ଆଉ ଡବା ନ ବାହାରିବାରୁ କୁକୁରଟି ଏଣେ ତେଣେ ବୁଲୁଥିଲା। ଦେବପ୍ରସାଦ ମହାକୁଡ଼ ନାମକ ଜଣେ ଯୁବକ ଟୁଇଟ୍‍ କରି ବିଏମ୍‍ସିର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣା ନଜରକୁ ଆସିବା ପରେ ବିଏମସିର ଏକ ଟିମ୍‍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁକୁରକୁ ଖୋଜି ବାହାର କରିଥିଲେ। ସତ୍ୟନଗର ନିକଟରେ ବିଏମ୍‍ସି ଟିମ୍‍ କୁକୁର ମୁଣ୍ଡରେ ଲାଗି ରହିଥିବା ପ୍ଲାଷ୍ଟିକ ଡବାକୁ ବାହାର କରିଥିଲେ।ଏଥିପାଇଁ ବିଏମ୍‍ସି ପକ୍ଷରୁ ଦେବପ୍ରସାଦଙ୍କୁ ଧନ୍ୟବାଦ ଦିଆଯାଇଥିବା ବେଳେ ପଶୁମାନଙ୍କ ସମସ୍ୟାର ସମାଧାନ ପାଇଁ ରହିଥିବା ଟୋଲ୍‍ ଫ୍ରି ନମ୍ୱର ୧୮୦୦୩୪୫୭୪୫୮ ଯୋଗାଯୋଗ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କୌଣସି ଦୁର୍ଘଟଣା, ଆଘାତ ପଶୁମାନଙ୍କୁ ଉଦ୍ଧାର କିମ୍ବା ସହାୟତା କରିବାରେ ଏହି ନମ୍ବରରେ ଯୋଗାଯୋଗ କରିହେବ ବୋଲି ବିଏମ୍‍ସି କହିଛି। ଏହି ନମ୍ବରରେ ଫୋନ୍‍ କଲେ ସହିଦନଗରସ୍ଥିତ ସବ୍‍ ଡିଭିଜନାଲ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବେ। ପରେ ଏଠାରେ ଥିବା ଟିମ୍‍ କାର୍ଯ୍ୟାନୁଷ୍ଠାନ ନେବ। ଏହି ଟିମ୍‍ରେ ୪ ଜଣ ପଶୁ ଧରାଳି ଥିବା ବେଳେ ଜଣେ ପଶୁପାଳନ ନିରୀକ୍ଷକ ଏବଂ ଡାକ୍ତର ରହିଛନ୍ତି। ଏହି ଅବସରରେ ବିଏମ୍‍ସି କମିସନର ସଞ୍ଜୟ ସିଂ କହିଛନ୍ତି ଯେ ବୁଲା ପଶୁମାନଙ୍କ ପ୍ରତି ଯେଉଁମାନେ ଦୟାଭାବ ଦେଖାଉଛନ୍ତି ସେମାନଙ୍କୁ ବିଏମ୍‍ସି କୃତଜ୍ଞତା ଜଣାଇବା ସହିତ ଏହି କାର୍ଯ୍ୟ ଦ୍ୱାରା ଅନ୍ୟମାନେ ମଧ୍ୟ ପଶୁମାନଙ୍କ ପ୍ରତି ଦୟା ଭାବ ଦେଖାଇବା ପାଇଁ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର