ବାଲେଶ୍ବରରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ଏଡିଜି ଯଶବନ୍ତ ଜେଠୱା

The Sakala Picture
Published On

ବାଲେଶ୍ବର : ସୋମବାର ଦିନଠୁ ବାଲେଶ୍ବରରେ ବାତ୍ୟା ୟାସ୍‌ ର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ସ‌ମେତ ପବନ ଓ ବିଜୁଳି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୋମବାର ଦିନ ଦିନିକିଆ ଗସ୍ତରେ ଆସି ବାଲେଶ୍ବରରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶବନ୍ତ ଜେଠୱା। ପ୍ରଥମେ ଜିଲ୍ଲା ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ରିଜର୍ଭ ପଡ଼ିଆ ନିକଟରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଓଡ୍ରାଫ ଟିମ୍‌ ଙ୍କ ସହ […]

ବାଲେଶ୍ବର : ସୋମବାର ଦିନଠୁ ବାଲେଶ୍ବରରେ ବାତ୍ୟା ୟାସ୍‌ ର ପ୍ରଭାବ ଦେଖିବାକୁ ମିଳିଛି। ବର୍ଷା ସ‌ମେତ ପବନ ଓ ବିଜୁଳି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୋମବାର ଦିନ ଦିନିକିଆ ଗସ୍ତରେ ଆସି ବାଲେଶ୍ବରରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶବନ୍ତ ଜେଠୱା। ପ୍ରଥମେ ଜିଲ୍ଲା ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିବା ପରେ ରିଜର୍ଭ ପଡ଼ିଆ ନିକଟରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଓଡ୍ରାଫ ଟିମ୍‌ ଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳ, ଏସପିଙ୍କ ସହ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏନେଇ ଯଶବନ୍ଦ ଜେଠୱା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ବାତ୍ୟାର ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। ବାଲେଶ୍ବର ଜିଲ୍ଲା ମୁଖ୍ୟ ଫୋକସ୍‌ ରେ ରହିଛି ଯେଉଁଠି ଅଧିକ ଓଡ୍ରାଫ୍‌ ଟିମ୍ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବାଲେଶ୍ବର ଜିଲ୍ଲା ପାଇଁ ୧୨ ପ୍ଲାଟୁନ୍ ଓଡ୍ରାଫ୍‌ ଟିମ୍ ପ୍ରସ୍ତୁତ ଅଛନ୍ତି। ଏହି ଟିମ୍‌ ରେ ଝାରସୁଗୁଡ଼ାରୁ ୨୮, ବୌଦ୍ଧରୁ ୩୫, ଦେଓଗଡ଼ରୁ ୪୦ ଓ ବାଲେଶ୍ବରର ୩୦ ଜଣ ଅର୍ଥାତ ୧୩୩ ଜଣ ଓଡ୍ରାଫ୍‌ କର୍ମଚାରୀ ସାମିଲ ହୋଇଛନ୍ତି। ବାତ୍ୟା ସମୟରେ ଏମାନଙ୍କ ସହ ଏନଡିଆରଫ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମିଶି ଉଦ୍ଧାର, ସୁରକ୍ଷା କାମରେ ଲାଗିବେ। ତେବେ କେବଳ ବାତ୍ୟା ପାଇଁ ଓଡ଼ିଶା ସରକାର ୨୦ କୋଟି ଟଙ୍କାର ଅତ୍ୟାଧୁନିକ ସରଞ୍ଜାମ(ଅତ୍ୟାଧୁନିକ ଗଛ କଟା ମେସିନ୍,ଗ୍ୟାସ୍ କଟରସ୍ ଓ କଂକ୍ରିଟ୍‌ କଟର୍‌, ଜେନେରେଟର୍‌ ସେଟ୍) କିଣି ଓଡ୍ରାଫ ଟିମ୍‌ କୁ ହସ୍ତାସ୍ତର କରିଛନ୍ତି। କହିବାକୁ ଗଲେ ବାତ୍ୟା ପାଇଁ ସମସ୍ତ ପ୍ରକାର ସରଞ୍ଜାମ ସହ ଓଡ଼ିଶା ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ଏହାବ୍ୟତୀତ ଅସ୍ଥାୟୀ ଭାବେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ‌ସୋମବାରଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜିଲ୍ଲାରେ ୧୨ ଶହ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଛନ୍ତି। ଉକ୍ତ ଆଶ୍ରୟସ୍ଥଳୀରେ ଲୋକଙ୍କୁ ପହଞ୍ଚାଇବା ଓଡ୍ରାଫ୍‌ ଟିମ୍ କାମ ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

କୋଭିଡ୍‌କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଓଡ୍ରାଫ୍‌ ଟିମ୍‌ର ପ୍ରତ୍ୟେକ କର୍ମଚାରୀଙ୍କୁ ଗ୍ଲେଭସ୍, ମାସ୍କ, ପିପିଇ କିଟ୍‌ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଦୁଇଦିନ ମଧ୍ୟରେ ୧୪୦ଟି ତଳିଆ ଅଞ୍ଚଳ ଯଥା ଭୋଗରାଇ, ଜଳେଶ୍ବର, ବାଲିଆପାଳ, ଚାନ୍ଦିପୁର, ବାହାନଗା, ଗୋପାଳପୁର,ଖଇରାରୁ ପ୍ରାୟ ଲକ୍ଷେ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ସୋମାବାର ଦିନ ସନ୍ଧ୍ୟା ୫ଟା ସୁଦ୍ଧା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ ୟାସ୍ । ଏହାପରେ ଧୀରେ ଧୀରେ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର