ଗୋପାଳନ ପାଇଁ ଆଗ୍ରହ ସୃଷ୍ଟି କରାଉଛି ‘ଆଦର୍ଶ ଗୁହାଳ’

The Sakala Picture
Published On

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଲୋକମାନେ ସାଧାରଣତଃ କୃଷି ଏବଂ ବେପାର ବାଣିଜ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ଉପଯୋଗୀ ପାଇଁ ବର୍ତ୍ତମାନ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ମଧ୍ୟ ବହୁ ଚାଷୀ ଏବେ ବି ଗୁହାଳ ବଳଦ ରଖି ଚାଷ କାର୍ୟ୍ୟରେ ଲଗାଇଥାନ୍ତି । ତା ସାଙ୍ଗକୁ ଅନେକ ଲୋକ ଘରେ ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଢା ଆଦି ରଖିଥାନ୍ତି । ହିନ୍ଦୁ ଧର୍ମରେ ବିଶ୍ଵାସ କରାଯାଏ […]

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଲୋକମାନେ ସାଧାରଣତଃ କୃଷି ଏବଂ ବେପାର ବାଣିଜ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ଉପଯୋଗୀ ପାଇଁ ବର୍ତ୍ତମାନ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ମଧ୍ୟ ବହୁ ଚାଷୀ ଏବେ ବି ଗୁହାଳ ବଳଦ ରଖି ଚାଷ କାର୍ୟ୍ୟରେ ଲଗାଇଥାନ୍ତି । ତା ସାଙ୍ଗକୁ ଅନେକ ଲୋକ ଘରେ ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଢା ଆଦି ରଖିଥାନ୍ତି । ହିନ୍ଦୁ ଧର୍ମରେ ବିଶ୍ଵାସ କରାଯାଏ ଯେ ଗୁହାଳେ ଗୋରୁ ମାତାଙ୍କୁ ରଖିଲେ ଘରେ ଲକ୍ଷ୍ମୀ ଠାକୁରାଣୀ ବାସ କରନ୍ତି ଏବଂ କ୍ଷୀର, ଦହି, ଘିଅ , ଲହୁଣୀ ଆଦି ପୃଷ୍ଟିକର ଖାଦ୍ୟ ପଦାର୍ଥ ମିଳିଥାଏ । ବିଭିନ୍ନ କୃଷି କ୍ଷେତ୍ରରେ ଗାଈ ଗୋରୁଙ୍କ ଗୋବର ମଧ୍ୟ ବ୍ୟବହାର କରାଯାଇଥାଏ । ଗାଈ ମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗୁହାଳର ଅଭାଵ ପରିଲିକ୍ଷିତ ହେଉଥିବା ବେଳେ ରାଜ୍ୟ ସରକାର “ଆଦର୍ଶ ଗାଈ ଗୁହାଳ’ ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦେଖାଯାଇଛି ।

ଆହୁରି ପଢ଼ନ୍ତୁ: ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର

ଯେଉଁମାନେ ନିଜ ଘରେ ବଳଦ, ଗାଈ ,ବାଛୁରୀ ପାଳିଥିବେ ସରକାରଙ୍କ ‘ଆଦର୍ଶ ଗାଈ ଗୁହାଳ’ ଯୋଜନାରେ ସାମିଲ କରାଯାଇ ଏକ ଲକ୍ଷ ତେର ହଜାର ଟଙ୍କାର ସରକାରୀ ଅନୁଦାନ ପ୍ରଦାନ କରାଯାଉଛି । ଯାହାଦ୍ୱାରା ଗୋ ପାଳନ ପାଇଁ ଲୋକମାନଙ୍କ ଆଗ୍ରହ ଦେଖା ଦେଇଛି । ଖଣ୍ଡପଡ଼ା ବ୍ଲକ ରାଣୀଛେଲୀ ପଞ୍ଚାୟତ ମର୍ଦ୍ଦାବାଡ଼ି ଗ୍ରାମର ନବକିଶୋର ଦାଶଙ୍କ ଆଦର୍ଶ ଗୁହାଳ ଏବେ ଅନ୍ୟମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରେରଣା ଯୋଗାଇଛି । ଗୋପାଳନ ପାଇଁ ଏହି ଯୋଜନା ଉତ୍ସାହ ଓ ଆଗ୍ରହ ସୃଷ୍ଟି କରୁଥିବା ଅନେକ ମତ ଦେଇଛନ୍ତି । ମାତ୍ର ଖଣ୍ଡପଡ଼ା ବ୍ଲକର କେତେ ଗୁଡିଏ ପଞ୍ଚାୟତରେ ଆଦର୍ଶ ଗୁହାଳ ଯୋଜନାରେ ବ୍ୟାପକ ଭାବେ ଅନିୟମିତତା ହୋଇଥିବା ଜଣାପଡିଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଇଛି । ଗୁହାଳେ ଗାଈ ନଥାଇ ଅନେକ ବ୍ୟକ୍ତିଙ୍କ ନାମକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଅଭିଯୋଗ ହେଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

11 Dec 2021 By The Sakala

ଗୋପାଳନ ପାଇଁ ଆଗ୍ରହ ସୃଷ୍ଟି କରାଉଛି ‘ଆଦର୍ଶ ଗୁହାଳ’

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଲୋକମାନେ ସାଧାରଣତଃ କୃଷି ଏବଂ ବେପାର ବାଣିଜ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ଉପଯୋଗୀ ପାଇଁ ବର୍ତ୍ତମାନ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ମଧ୍ୟ ବହୁ ଚାଷୀ ଏବେ ବି ଗୁହାଳ ବଳଦ ରଖି ଚାଷ କାର୍ୟ୍ୟରେ ଲଗାଇଥାନ୍ତି । ତା ସାଙ୍ଗକୁ ଅନେକ ଲୋକ ଘରେ ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଢା ଆଦି ରଖିଥାନ୍ତି । ହିନ୍ଦୁ ଧର୍ମରେ ବିଶ୍ଵାସ କରାଯାଏ ଯେ ଗୁହାଳେ ଗୋରୁ ମାତାଙ୍କୁ ରଖିଲେ ଘରେ ଲକ୍ଷ୍ମୀ ଠାକୁରାଣୀ ବାସ କରନ୍ତି ଏବଂ କ୍ଷୀର, ଦହି, ଘିଅ , ଲହୁଣୀ ଆଦି ପୃଷ୍ଟିକର ଖାଦ୍ୟ ପଦାର୍ଥ ମିଳିଥାଏ । ବିଭିନ୍ନ କୃଷି କ୍ଷେତ୍ରରେ ଗାଈ ଗୋରୁଙ୍କ ଗୋବର ମଧ୍ୟ ବ୍ୟବହାର କରାଯାଇଥାଏ । ଗାଈ ମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗୁହାଳର ଅଭାଵ ପରିଲିକ୍ଷିତ ହେଉଥିବା ବେଳେ ରାଜ୍ୟ ସରକାର “ଆଦର୍ଶ ଗାଈ ଗୁହାଳ’ ମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଦେଖାଯାଇଛି ।

ଯେଉଁମାନେ ନିଜ ଘରେ ବଳଦ, ଗାଈ ,ବାଛୁରୀ ପାଳିଥିବେ ସରକାରଙ୍କ ‘ଆଦର୍ଶ ଗାଈ ଗୁହାଳ’ ଯୋଜନାରେ ସାମିଲ କରାଯାଇ ଏକ ଲକ୍ଷ ତେର ହଜାର ଟଙ୍କାର ସରକାରୀ ଅନୁଦାନ ପ୍ରଦାନ କରାଯାଉଛି । ଯାହାଦ୍ୱାରା ଗୋ ପାଳନ ପାଇଁ ଲୋକମାନଙ୍କ ଆଗ୍ରହ ଦେଖା ଦେଇଛି । ଖଣ୍ଡପଡ଼ା ବ୍ଲକ ରାଣୀଛେଲୀ ପଞ୍ଚାୟତ ମର୍ଦ୍ଦାବାଡ଼ି ଗ୍ରାମର ନବକିଶୋର ଦାଶଙ୍କ ଆଦର୍ଶ ଗୁହାଳ ଏବେ ଅନ୍ୟମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରେରଣା ଯୋଗାଇଛି । ଗୋପାଳନ ପାଇଁ ଏହି ଯୋଜନା ଉତ୍ସାହ ଓ ଆଗ୍ରହ ସୃଷ୍ଟି କରୁଥିବା ଅନେକ ମତ ଦେଇଛନ୍ତି । ମାତ୍ର ଖଣ୍ଡପଡ଼ା ବ୍ଲକର କେତେ ଗୁଡିଏ ପଞ୍ଚାୟତରେ ଆଦର୍ଶ ଗୁହାଳ ଯୋଜନାରେ ବ୍ୟାପକ ଭାବେ ଅନିୟମିତତା ହୋଇଥିବା ଜଣାପଡିଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଇଛି । ଗୁହାଳେ ଗାଈ ନଥାଇ ଅନେକ ବ୍ୟକ୍ତିଙ୍କ ନାମକୁ ଏହି ଯୋଜନାରେ ସାମିଲ କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଅଭିଯୋଗ ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର