ପଥ ସମ୍ମୋହନ ପାଇଁ ବଢୁଛି ଦୁର୍ଘଟଣା : ବର୍ଷକରେ ଗାଡି ପଛକୁ ଗାଡି ଧକ୍କାରେ ୧୧୯୮ ଜଣଙ୍କ ମୃତ୍ୟୁ

The Sakala Picture
Published On

କଟକ :  ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ଜନିତ ଦୁର୍ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦୀର୍ଘ ସମୟ ଧରି ଗାଡି ଚଳାଇବା ପରେ ଚାଳକ ନିଜର ମସ୍ତିଷ୍କ ଉପରୁ ନିଯନ୍ତ୍ରଣ ହରାଇବା ହେଉଛି ପଥ ସମ୍ମୋହନର ସ୍ଥିତି । ଏଭଳି ସ୍ଥିତି ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଏହାକୁ ଏଡାଇବାକୁ ଲଗାତାର ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ କିଛି ମିନିଟର ବିଶ୍ରାମ […]

କଟକ :  ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ଜନିତ ଦୁର୍ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦୀର୍ଘ ସମୟ ଧରି ଗାଡି ଚଳାଇବା ପରେ ଚାଳକ ନିଜର ମସ୍ତିଷ୍କ ଉପରୁ ନିଯନ୍ତ୍ରଣ ହରାଇବା ହେଉଛି ପଥ ସମ୍ମୋହନର ସ୍ଥିତି । ଏଭଳି ସ୍ଥିତି ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଏହାକୁ ଏଡାଇବାକୁ ଲଗାତାର ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ କିଛି ମିନିଟର ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ । ଭଲ ଭାବେ ମୁହଁ ଧୋଇବା ସହ ଚା’, କଫି ଆଦି ପିଇବାକୁ ଏହି ଚାଳକ ମାନଙ୍କୁ ପରିବହନ କମିସନର ପରାମର୍ଶ ଦେଇ ସଚେତନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟେ । ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। ଏହି ଅବସ୍ଥାରେ ଆଖି ତ ଖୋଲା ଥାଏ ହେଲେ ମସ୍ତିଷ୍କ କିଛି ମନେରଖିପାରେନାହିଁ ଓ ବୁଝିପାରେନାହିଁ । ଚାଳକ ଦୁର୍ଘଟଣାର ପୂର୍ବ ୧୫ମିନିଟ୍ କିଛି ଜାଣିପାରେନାହିଁ । ଏପରିକି କେତେ ବେଗରେ ସେ ଗାଡ଼ି ଚଳାଉଛନ୍ତି କିମ୍ବା ତାଙ୍କ ସାମ୍ନାରେ ଥିବା ଗାଡ଼ି କେତେ ବେଗରେ ଯାଉଛି ତାହା ଜାଣିପାରନ୍ତି ନାହିଁ ।ଦୁର୍ଘଟଣା ପଛର ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ମଧ୍ୟ ଅନ୍ୟତମ । ୨୦୨୩ରେ ରାଜ୍ୟର ଦୁର୍ଘଟଣାର ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ୨୪୯୬ଟି ଘଟିଥିବା ଦୁର୍ଘଟଣାରେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨୭୨ ଜଣ ଆହତ ହୋଇଛନ୍ତି ।ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପ୍ରସ୍ତୁତି: ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, ଆଜି ସିଂହଦ୍ୱାରକୁ ବିଜେ କରିବେ ତିନି ରଥ

ସେହିଭଳି ରାସ୍ତାକଡ଼ ଗଛ, ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ଦୁର୍ଘଟଣା ଘଟିଥିବାବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨୨ ଜଣ ଆହତ ହୋଇଛନ୍ତି। ଏହିସବୁ ମର୍ମନ୍ତୁଦ ଦୁର୍ଘଟଣା ପଛରେ ଥିବା ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ଅନ୍ୟତମ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଶୀତ ଋତୁରେ ପଥ ସମ୍ମୋହନରୁ ଚାଳକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାସ୍ତା କଡରେ ଚା’ ବଣ୍ଟନ କରାଯାଇଥିଲା। ତେଣୁ ସମସ୍ତ ଚାଳକ ଓ ଯାତ୍ରୀ ଏ ଦିଗରେ ସଚେତନ ରହି ଦୁର୍ଘଟଣା ରୋକିବା ସହ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ୟାଟେରୀ ଚୋରି ଅଭିଯୋଗ: ଅନ୍ୟ ସାହିକୁ ଯିବାରୁ ନାବାଳକକୁ ଉଲଗ୍ନ କରି ମାଡ଼

10 Apr 2024 By The Sakala

ପଥ ସମ୍ମୋହନ ପାଇଁ ବଢୁଛି ଦୁର୍ଘଟଣା : ବର୍ଷକରେ ଗାଡି ପଛକୁ ଗାଡି ଧକ୍କାରେ ୧୧୯୮ ଜଣଙ୍କ ମୃତ୍ୟୁ

କଟକ :  ରୋଡ ହିପ୍ନୋସିସ ବା ପଥ ସମ୍ମୋହନ ଜନିତ ଦୁର୍ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଦୀର୍ଘ ସମୟ ଧରି ଗାଡି ଚଳାଇବା ପରେ ଚାଳକ ନିଜର ମସ୍ତିଷ୍କ ଉପରୁ ନିଯନ୍ତ୍ରଣ ହରାଇବା ହେଉଛି ପଥ ସମ୍ମୋହନର ସ୍ଥିତି । ଏଭଳି ସ୍ଥିତି ପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଏହାକୁ ଏଡାଇବାକୁ ଲଗାତାର ଭାବେ ଅଢ଼େଇ ଘଣ୍ଟା ଧରି ଗାଡ଼ି ଚଳାଇବା ପରେ କିଛି ମିନିଟର ବିଶ୍ରାମ ନେବାକୁ ପରାମର୍ଶ ଦେଇଛି ପରିବହନ ବିଭାଗ । ଭଲ ଭାବେ ମୁହଁ ଧୋଇବା ସହ ଚା’, କଫି ଆଦି ପିଇବାକୁ ଏହି ଚାଳକ ମାନଙ୍କୁ ପରିବହନ କମିସନର ପରାମର୍ଶ ଦେଇ ସଚେତନ କରିଛନ୍ତି ।

ରାଜପଥଗୁଡ଼ିକରେ ପଥ ସମ୍ମୋହନ ପ୍ରାୟତଃ ରାତିରେ ଘଟେ । ଚାଳକର ଆଖି ଖୋଲା ଥିଲେ ମଧ୍ୟ ମସ୍ତିଷ୍କ ଅବଚେତନ ଅବସ୍ଥାକୁ ଚାଲିଯାଇଥାଏ। ଏହି ଅବସ୍ଥାରେ ଆଖି ତ ଖୋଲା ଥାଏ ହେଲେ ମସ୍ତିଷ୍କ କିଛି ମନେରଖିପାରେନାହିଁ ଓ ବୁଝିପାରେନାହିଁ । ଚାଳକ ଦୁର୍ଘଟଣାର ପୂର୍ବ ୧୫ମିନିଟ୍ କିଛି ଜାଣିପାରେନାହିଁ । ଏପରିକି କେତେ ବେଗରେ ସେ ଗାଡ଼ି ଚଳାଉଛନ୍ତି କିମ୍ବା ତାଙ୍କ ସାମ୍ନାରେ ଥିବା ଗାଡ଼ି କେତେ ବେଗରେ ଯାଉଛି ତାହା ଜାଣିପାରନ୍ତି ନାହିଁ ।ଦୁର୍ଘଟଣା ପଛର ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ମଧ୍ୟ ଅନ୍ୟତମ । ୨୦୨୩ରେ ରାଜ୍ୟର ଦୁର୍ଘଟଣାର ତଥ୍ୟ ଅନୁସାରେ ଗାଡ଼ିକୁ ପଛରୁ ଧକ୍କା ଦେଇ ୨୪୯୬ଟି ଘଟିଥିବା ଦୁର୍ଘଟଣାରେ ୧୧୯୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨୭୨ ଜଣ ଆହତ ହୋଇଛନ୍ତି ।ଗୋଟିଏ ପାଖରୁ ଗାଡ଼ିକୁ ଧକ୍କା ଦେଇ ଘଟିଥିବା ୬୩୯ଟି ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୪ ଜଣ ଗୁରୁତର ହୋଇଛନ୍ତି ।

ସେହିଭଳି ରାସ୍ତାକଡ଼ ଗଛ, ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ଦୁର୍ଘଟଣା ଘଟିଥିବାବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୨୨ ଜଣ ଆହତ ହୋଇଛନ୍ତି। ଏହିସବୁ ମର୍ମନ୍ତୁଦ ଦୁର୍ଘଟଣା ପଛରେ ଥିବା ଅନେକ କାରଣ ମଧ୍ୟରୁ ପଥ ସମ୍ମୋହନ ଅନ୍ୟତମ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଶୀତ ଋତୁରେ ପଥ ସମ୍ମୋହନରୁ ଚାଳକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାସ୍ତା କଡରେ ଚା’ ବଣ୍ଟନ କରାଯାଇଥିଲା। ତେଣୁ ସମସ୍ତ ଚାଳକ ଓ ଯାତ୍ରୀ ଏ ଦିଗରେ ସଚେତନ ରହି ଦୁର୍ଘଟଣା ରୋକିବା ସହ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର