ଧକ୍କାଦେଲେ; ଗୁଳିକଲେ

The Sakala Picture
Published On

ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଆମ୍ରି ହସ୍ପିଟାଲ ନିକଟରେ ଜଣେ ବରିଷ୍ଠ ନାଗରିକକୁ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତରେ ଆହତ ହୋଇ ଛଟପଟ ହେଉଥିବା ସମୟର ଧକ୍କା ଦେଇଥିବା ବାଇକ ଚାଳକ ଘଟଣାସ୍ଥଳରୁ ଖସିଯାଉଥିଲେ। ତେବେ ସ୍ଥାନୀୟଲୋକେ ଯୁବକଙ୍କୁ ଘେରି ଯାଇଥିଲେ | ସେଥିରୁ ଜଣେ ବ୍ୟକ୍ତି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରିଦେଇଥିଲେ। ଏପରିକି ଫାଙ୍କା ଗୁଳି ଚାଳନା କରି ଖସି ପଳାଇଥିଲେ। କିନ୍ତୁ ବାଇକ ଚଳାଇଥିବା ଯୁବକକୁ […]

ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଆମ୍ରି ହସ୍ପିଟାଲ ନିକଟରେ ଜଣେ ବରିଷ୍ଠ ନାଗରିକକୁ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତରେ ଆହତ ହୋଇ ଛଟପଟ ହେଉଥିବା ସମୟର ଧକ୍କା ଦେଇଥିବା ବାଇକ ଚାଳକ ଘଟଣାସ୍ଥଳରୁ ଖସିଯାଉଥିଲେ। ତେବେ ସ୍ଥାନୀୟଲୋକେ ଯୁବକଙ୍କୁ ଘେରି ଯାଇଥିଲେ | ସେଥିରୁ ଜଣେ ବ୍ୟକ୍ତି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରିଦେଇଥିଲେ। ଏପରିକି ଫାଙ୍କା ଗୁଳି ଚାଳନା କରି ଖସି ପଳାଇଥିଲେ। କିନ୍ତୁ ବାଇକ ଚଳାଇଥିବା ଯୁବକକୁ ସ୍ଥାନୀୟଲୋକେ କାବୁ କରିନେଇଥିଲେ। ଯୁବକକୁ ଭରତପୁର ଥାନା ପୁଲିସର ଜିମା ଦେଇଥିଲେ। ପୁଲିସ ଯୁବକକୁ ଅଟକ ରଖ୍ ପଚରାଉରରା କରୁଛି ।

ଆହୁରି ପଢ଼ନ୍ତୁ: ଇବ୍ ନଦୀରେ ଭାସି ମହିଳା ନିଖୋଜ; ଦୁଇ ଦିନ ହେଲା ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି

ପୁଲିସ କହିବା ମୁତାବକ ଆଜି ସନ୍ଧ୍ୟାରେ ଭରତପୁର ଥାନା ଶରଧାପଲ୍ଲୀ ବସ୍ତିର ରାଜକିଶୋର ମହାନ୍ତି ସାଇକେଲ ନେଇ ଆମ୍ରି ହସ୍ପିଟାଲ ଅଭିମୁଖେ ଯାଉଥିଲେ। ତେବେ ଏକ ବାଇକରେ ଯାଉଥିବା ୨ଜଣ ଯୁବକ ତାଙ୍କୁ ଧକ୍କା ଦେଇଥିଲେ। ବାଇକ ଧକ୍କା ଦେବାରୁ ରାଜକିଶୋର ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। କିନ୍ତୁ ରାଜକିଶୋରଙ୍କୁ ଉଦ୍ଧାର ନ କରି ଖସିପଳାଉଥିଲେ। ପୁଲିସ ଧରିବାକୁ ପ୍ରୟାସ କରିଥିବା ବେଳେ ଗାଡ଼ି ପଛରେ ବସିଥିବା ଯୁବକ ଅଣ୍ଟାରୁ ବନ୍ଧୁକ ବାହାର କରି ଲୋକଙ୍କୁ ଡରାଇ ଖସିପଳାଇଥିଲା। ସେପଟେ ଗୁରୁତର ଅବସ୍ଥାରେ ରାଜକିଶୋରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର