ଲକଡାଉନରେ ସାହାରା ପାଲଟିଛି ‘ଆହାର’

The Sakala Picture
Published On

ବୌଦ୍ଧ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆହାର କେନ୍ଦ୍ର ଏହି ଲକଡାଉନରେ ଅସହାୟ ଲୋକଙ୍କ ସାହାରା ପାଲଟିଛି l ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ଦୁଇଓଳି ଦୁଇ ମୁଠା ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର କେନ୍ଦ୍ର। ମାତ୍ର ୫ ଟଙ୍କା ଦେଇ ଦୈନିକ ୪ ଶହ ଲୋକ ଆହାର ପାଇପାରୁଛନ୍ତି। ଏଥିରେ ନିୟୋଜିତ ମିଶନ ଶକ୍ତିର ମହିଳା ଗୋଷ୍ଠୀ ଅସହାୟଙ୍କୁ ଶକ୍ତି ଯୋଗାଉଛନ୍ତି। ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର […]

ବୌଦ୍ଧ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆହାର କେନ୍ଦ୍ର ଏହି ଲକଡାଉନରେ ଅସହାୟ ଲୋକଙ୍କ ସାହାରା ପାଲଟିଛି l ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ଦୁଇଓଳି ଦୁଇ ମୁଠା ପେଟ ପୁରା ଖାଦ୍ୟ ଯୋଗାଉଛି ଆହାର କେନ୍ଦ୍ର। ମାତ୍ର ୫ ଟଙ୍କା ଦେଇ ଦୈନିକ ୪ ଶହ ଲୋକ ଆହାର ପାଇପାରୁଛନ୍ତି। ଏଥିରେ ନିୟୋଜିତ ମିଶନ ଶକ୍ତିର ମହିଳା ଗୋଷ୍ଠୀ ଅସହାୟଙ୍କୁ ଶକ୍ତି ଯୋଗାଉଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ର ୫ ଟଙ୍କାରେ ଗରିବ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦେଉଛି l ୧୪ ଦିନିଆ ଲକଡାଉନ ସମେତ ବର୍ଦ୍ଧିତ କଟକଣା ଭିତରେ ନିରନ୍ତର ସେବା ଯୋଗାଇ ଲୋକଙ୍କ କ୍ଷୁଧା ନିବାରଣ କରୁଛନ୍ତି। ଆହାର କେନ୍ଦ୍ର ନଥିଲେ ଲୋକଙ୍କ ଭିତରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଆଉ ସେମାନଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟ ଖାଦ୍ୟ ଅଭାବ ଯୋଗୁଁ ନାନାଦି ସମସ୍ୟାରେ ପଡ଼ିଥାନ୍ତେ l ଏହାଛଡା ସହରରେ ଥିବା ଭିକାରୀ, ମାନସିକ ଅନଗ୍ରସର, ବିକଳାଙ୍ଗମାନଙ୍କ ଅବସ୍ଥା ଯେ କଣ ହୋଇଥାନ୍ତା ତାହା ବାସ୍ତବରେ ଅବର୍ଣ୍ଣନୀୟ। ହେଲେ ଏହି ସମୟରେ ରାଜ୍ୟ ସରକାରଙ୍କ ଆହାର ଯୋଜନା ଲୋକଙ୍କ ଭୋକ ମେଣ୍ଟାଉଛି ବୋଲି କହିଛନ୍ତି ଆହାର କେନ୍ଦ୍ର ପରିଚାଳକ ସକିଲୁର ରହମାନ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସହରକୁ ଆସୁଥିବା ଲୋକଙ୍କ ଖାଦ୍ୟ ପାଇଁ ଭରସା ପାଲଟିଛି ଆହାର କେନ୍ଦ୍ର l କୋଭିଡ କଟକଣା ଯୋଗୁ ଏହି ଆହାର କେନ୍ଦ୍ରରେ କେବଳ ପାର୍ସଲ ଦିଆଯାଉଛି l ଏହି ଆହାର କେନ୍ଦ୍ରଟି ସକାଳ ୧୧ଟାରୁ ୩ଟା ଆଉ ସନ୍ଧ୍ୟା ୬ ରୁ ୮ ପର୍ଯ୍ୟନ୍ତ ମିଲ ଯୋଗାଇ ଚାଲିଛି l ସକାଳବେଳା ୩୦୦ ମିଲ ଓ ଉପରବେଳା ୧୦୦ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଛି। ମୁହଁରେ ମାସ୍କ ଆଉ ସାମାଜିକ ଦୂରତା ରକ୍ଷା କରାଯାଇ ଟୋକନ ଦିଆଯାଉଛି l ପରେ ଲାଇନରେ ଛିଡା ହୋଇ ଖାଦ୍ୟ ପାର୍ସଲ ନେଉଛନ୍ତି ବୋଲି ଏନଏସି ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଏହା ଯୋଜନାଟି ୨୦୧୬ ଅପ୍ରେଲରେ ବୌଦ୍ଧ ଜିଲ୍ଲା ସଦରମହାକୁମା ଠାରେ ଏହି ସେବା ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଏବେ ମିଶନ ଶକ୍ତି ଅଧିନ ସାଈଶ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଏହି ଜନହିତକର ଯୋଜନାର ମହତ ଉଦ୍ଦେଶ୍ୟ ଆଜି ସାଧିତ ହୋଇଛି l

ବିଶେଷକରି ଏହି ଲକଡାଉନରେ ମେଡିକାଲକୁ ଆସୁଥିବା ଗରିବ ଲୋକମାନେ ଖାଦ୍ୟ ଖାଇବା ସମସ୍ୟାକୁ ଆହାର କେନ୍ଦ୍ର ଦୂର କରିଛି ବୋଲି ସାଈଶ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରାଣବଲ୍ଲଭି ମନହୀରା କହିଛନ୍ତି। ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମାର ସୁସ୍ୱାଦୁ ଭୋଜନଟି ମିଳୁଛି l ଏହାଛଡା ଏହି ଆହାର କେନ୍ଦ୍ରଟି ମିଶନ ଶକ୍ତିର ମହିଳା ଗୋଷ୍ଠିଙ୍କ ଦ୍ଵାରା ପରିଚାଳିତ ହେଉଛି l ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ଲୋକେ ଅତି ଆନନ୍ଦରେ ଖାଦ୍ୟ ପାର୍ସଲ ନେଇ ଯାଉଛନ୍ତି l ଖାଦ୍ୟ ଦେବାନେବା ଠାରୁ କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ଦିଗରେ ଏହି ମା’ମାନଙ୍କ ଗୁରୁଦାୟିତ୍ୱ ରହିଛି। ପରିବାର କଥା ବୁଝିବା ସହ ମା’ମାନେ ଆହାର କେନ୍ଦ୍ରରେ ଆଉ ଜଣେ ମା’ର ଭୂମିକା ନିର୍ବାହ କରୁଛନ୍ତି ବୋଲି ସାଈଶ୍ରୀ ଏସଏଚଜିର ସମ୍ପାଦିକା ଚଞ୍ଚଳା ମେହେର କହିଛନ୍ତି। ସେହିପରି ସାଈଶ୍ରୀ ଏସଏଚଜିର ସଦସ୍ୟା ସରୋଜିନୀ ଦାସ, ମାମି ପରିଡା, ଦେବକୀ ବେହେରା, ଶାନ୍ତିଲତା ମନହୀର ପ୍ରମୁଖ ଆହାର କେନ୍ଦ୍ର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର