ସଂଘର୍ଷରୁ ନୂଆ ମୋଡ଼, ସଫଳ ଶର୍ମିଷ୍ଠା
ଭୁବନେଶ୍ୱର (ନୃସିଂହ ଚରଣ ସାହୁ): ଇଛାଥିଲେ ଉପାୟ ଆପେ ଆପେ ଆସେ। ଏହାକୁ ସତ କରି ଦେଖାଇଛନ୍ତି ଶର୍ମିଷ୍ଠା ପଟ୍ଟନାୟକ। ସେ ହୋଇଛନ୍ତି ଗୃହିଣୀରୁ ସଫଳ ଉଦ୍ୟୋଗୀ। ଦୀର୍ଘଦିନ ହେବ ପୋଷାକ ଦୋକାନ କରିଥିବା ଶର୍ମିଷ୍ଠା କୋଭିଡ୍ ମହାମାରୀ ସମୟରେ ଭାଙ୍ଗିପଡ଼ିଥିଲେ। ତାଙ୍କ ଜୀବନରେ ଆସିଥିଲା ନୂଆ ମୋଡ଼। ମହାମାରୀ ଆଗରେ ନତମସ୍ତକ ହୋଇଥିଲା ତାଙ୍କର ୩୫ବର୍ଷର ବ୍ୟବସାୟ। ହାମାରୀ ସମୟରେ ତାଙ୍କ କାରବାର ସମ୍ପୂର୍ଣ୍ଣ ରୂପରେ ଠପ୍ ହୋଇଯାଇଥିଲା। ଏହାରି ଭିତରେ ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ […]
ଭୁବନେଶ୍ୱର (ନୃସିଂହ ଚରଣ ସାହୁ): ଇଛାଥିଲେ ଉପାୟ ଆପେ ଆପେ ଆସେ। ଏହାକୁ ସତ କରି ଦେଖାଇଛନ୍ତି ଶର୍ମିଷ୍ଠା ପଟ୍ଟନାୟକ। ସେ ହୋଇଛନ୍ତି ଗୃହିଣୀରୁ ସଫଳ ଉଦ୍ୟୋଗୀ। ଦୀର୍ଘଦିନ ହେବ ପୋଷାକ ଦୋକାନ କରିଥିବା ଶର୍ମିଷ୍ଠା କୋଭିଡ୍ ମହାମାରୀ ସମୟରେ ଭାଙ୍ଗିପଡ଼ିଥିଲେ। ତାଙ୍କ ଜୀବନରେ ଆସିଥିଲା ନୂଆ ମୋଡ଼। ମହାମାରୀ ଆଗରେ ନତମସ୍ତକ ହୋଇଥିଲା ତାଙ୍କର ୩୫ବର୍ଷର ବ୍ୟବସାୟ।
ହାମାରୀ ସମୟରେ ତାଙ୍କ କାରବାର ସମ୍ପୂର୍ଣ୍ଣ ରୂପରେ ଠପ୍ ହୋଇଯାଇଥିଲା। ଏହାରି ଭିତରେ ନିର୍ଣ୍ଣାୟକ ପଦକ୍ଷେପ ନେଇଥିଲେ ସେ। ସୁଦୂର ବ୍ରଜରାଜନଗରରୁ ଆସି ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ କରିଲେ ‘ପଟ୍ଟନାୟକ ଟେକ୍ସଟାଇଲ’ ନାମକ ଏକ ଟି-ସାର୍ଟ ଉଦ୍ୟୋଗ।
ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ରାଜ୍ୟ ତଥା ଦେଶ ଓ ଦେଶ ବାହାରୁ ଅନେକ କମ୍ପାନୀ ଆସିଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ସାମିଲ ହୋଇଛି ଶର୍ମିଷ୍ଠାଙ୍କ ‘ପଟ୍ଟନାୟକ ଟେକ୍ସଟାଇଲ’ ଉଦ୍ୟୋଗର ଷ୍ଟଲ। ନିଜ ଉଦ୍ୟୋଗ ତଥା ବ୍ୟବସାୟକୁ ନେଇ ଶର୍ମିଷ୍ଠା କହିଛନ୍ତି ଯେ ସେ କେବେ ଭାବି ନ ଥିଲେ ଜଣେ ଗୃହିଣୀରୁ ବ୍ୟବସାୟୀ ହେବେ ବୋଲି। ସେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଏକ ପୋଷାକ ଦୋକାନ ଦୀର୍ଘ ୩୫ ବର୍ଷ ହେଲା କରି ପରିବାର ଚଳାଉଥିଲେ। କିନ୍ତୁ କୋଭିଡ୍ ମହାମାରୀ ସମୟରେ ବ୍ୟବସାୟ ବନ୍ଦ କରିବାକୁ ପଡ଼ିଥିଲା। କେବଳ ତାଙ୍କ ପାଖରେ ଥିବା ୩୫ ବର୍ଷର ଅଭିଜ୍ଞତାକୁ ପୁଞ୍ଜି କରି ଆରମ୍ଭ କରିଥିଲେ ‘ପଟ୍ଟନାୟକ ଟେକ୍ସଟାଇଲ’। ଏହି କମ୍ପାନୀରେ ସେ ବିଭିନ୍ନ ପ୍ରକାର ଆଧୁନିକ ଡିଜାଇନର ଟି-ସାର୍ଟ ପ୍ରସ୍ତୁତି ଆରମ୍ଭ କରିଥିଲେ।ପ୍ରଥମେ ଚାଳିଶ ହଜାର ଟଙ୍କାରୁ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ନିଜ ସ୍ୱାମୀଙ୍କ ସହୟତାରେ ଭାରତର ବିଭିନ୍ନ ପ୍ରାନ୍ତରୁ ଉନ୍ନତମାନର କଟ୍ନ ଟି-ସାର୍ଟ ସହିତ ପ୍ରିଣ୍ଟିଙ୍ଗ ମେସିନ ଆଣିଥିଲେ।
ବର୍ତ୍ତମାନ ସମୟରେ ତାଙ୍କର ଏହି ବ୍ୟବସାୟ ତାଙ୍କୁ ନୂଆ ପରିଚୟ ଦେଇଛି ବୋଲି ସେ କହିଛନ୍ତି। ତାଙ୍କର ଏହି ବ୍ୟବସାୟକୁ ଆଗକୁ ନେବାରେ ତାଙ୍କ ସ୍ୱାମୀ, ପୁଅ, ଝିଆରୀ ଓ ପୁତୁରାଙ୍କ ବହୁତ ଯୋଗଦାନ ରହିଛି। ଡିଜାଇନଠାରୁ ଆରମ୍ଭ କରି ପ୍ରିଣ୍ଟିଂ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସେମାନେ ସହଯୋଗ କରିଛନ୍ତି ବୋଲି ଶର୍ମିଷ୍ଠା କହିଛନ୍ତି। ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କୁ ଉପଦେଶ ଦେଇ କହିଛନ୍ତି ସତ୍ ଉପାୟରେ ବ୍ୟବସାୟ କଲେ ନିଶ୍ଚୟ ସଫଳତା ମିଳିବ।