ପାରିବାରିକ କଳହ ପାଇଁ ଦୁଇ ପୁଅ ଝିଅକୁ ହତ୍ୟା କଲା ଜନ୍ମ କଲା ମା

The Sakala Picture
Published On

କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା।ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ ଝିଅ କୁ । ପୁଅ ଝିଅ କୁ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟାଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା […]

କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା।ଜନ୍ମ କଲା ମା ହତ୍ୟା କଲା ଦୁଇ ପୁଅ ଝିଅ କୁ । ପୁଅ ଝିଅ କୁ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟାଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଗତକାଲି ଅତ୍ୟଧିକ କଳହ ଉଭୟଙ୍କ ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସ୍ତ୍ରୀ ଭାଗ୍ୟାଲଷ୍ମୀ ଅପରାହ୍ନ 4 ଟାବେଳେ ପୁଅ ଏବଂ ଝିଅ କୁ ଧରି କୁଆଡେ ଚାଲିଯାଇଥିଲେ। ତେବେ ମା ଭାଗ୍ୟାଲଷ୍ମୀ ପୁଅ ଏବଂ ଝିଅକୁ ଆଲିମା ନିକଟସ୍ତ ଏକ କୂଅକୁ ଠେଲି ନିଜେ କୂଅ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଆହୁରି ପଢ଼ନ୍ତୁ: ବିଜେଡି ମିଡିଆ ସେଲ୍‌ର ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ

ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତରେ ମାକୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଂଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତର ଖାନାରେ ଉବୟ ଛୁଆକୁ ଡାକ୍ତର ମୃତ ଘୋଷଣ କରିଛନ୍ତି । ମା’ର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ପଲୁଖୋଳା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ! ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର