ଅନ୍ଧବିଶ୍ବାସର କୁପରିଣତି: ସୁସ୍ଥହେବାକୁ ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର, ମୁଣ୍ଡରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ତାନ୍ତ୍ରିକ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଅନ୍ଧବିଶ୍ବାସର କୁପରିଣତି । ସୁସ୍ଥହେବାକୁ ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର । ଦେବତାକୁ ଡରାଇବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି । ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି […]

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଅନ୍ଧବିଶ୍ବାସର କୁପରିଣତି । ସୁସ୍ଥହେବାକୁ ଗୁଣିଆଁ ପାଖକୁ ଯାଇ ଯୁବତୀ ଗୁରୁତର । ଦେବତାକୁ ଡରାଇବାକୁ ଯାଇ ୧୬ବର୍ଷିଆ ଝିଅ କପାଳରେ ୨୨ଟି ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ । ଦେହ ଅସୁସ୍ଥ ହେବା ପରେ ଏବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯୁବତୀ । ଦୁଇ ହାତରୁ ୮ଟି ଛୁଞ୍ଚି ବାହାର କରିବା ପରେ ଏବେ ବି କପାଳରେ ୨୨ଟି ଛୁଞ୍ଚି ରହିଥିବା ଜଣାପଡ଼ିଛି । ଗୁଣିଆଁ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଏତଲା ପରେ ଗୁଣିଆକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ଇଚ ଗାଁର ବିଷ୍ଣୁ ପ୍ରସାଦ ବେହେରାଙ୍କ ସାନ ଝିଅ ରେସ୍ମା ବେହେରା । ଗତ ୨୦୨୨ ରେ ବିଷ୍ଣୁଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଝିଅ ଭୟଭୀତ ହେଉଥିବା ବେଳେ ବେହୋସ ହୋଇପଡୁଥିଲା। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନାରେ ଚିକିତ୍ସା କରାଇଥିଲେ ବାପା । ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିକିଥିଲା । ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁର ଗୁଣିଆ ତେଜରାଜ ରଣାଙ୍କ ପାଖକୁ ଝଡାଫୁଙ୍କା କରିବାକୁ ଝିଅକୁ ନେଇଥିଲେ ବାପା । ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ । ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତକୁ କାଢିବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀରେ କିଛି ପୂଜା କରିଥିଲେ। ପୂଜା ପରେ ଝିଅ ସୁସ୍ଥ ହେବାରୁ ଘରକୁ ନେଇ ଯାଇଥିଲେ ପରିବାର । ହେଲେ କିଛି ଦିନ ପରେ ପୁଣି ସମାନ ସମସ୍ୟା ଦେଖାଯିବା ସହ ଝିଅର ହାତ କାଟି ରକ୍ତ ବାହାର କରିଯାଇଥିଲା । ଏନେଇ ଗୁଣିଆ ନିକଟକୁ ଯାଇ ଅଭିଯୋଗ କରିଥିଲେ ପରିବାର । ତେବେ ଗୁଣିଆ ବିରୋଧରେ ଥାନାରେ ଅଭିଯୋଗ ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଗୁଣିଆ ଝିଅର ମୁଣ୍ଡରେ ଛୁଞ୍ଚି ପୂରାଇଥିବା ଦେଖିବାକୁ ମିଳିଥିଲା ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର