ଘରସହ ଜଳିଗଲା ୨ମାସର ଶିଶୁ

The Sakala Picture
Published On

କପ୍ତିପଦା : ଚୁଲିରୁ ଅଗ୍ନି ସଂଯୋଗ ଘଟି ଶରତ ଥାନା ଭଣ୍ଡାର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ପୋଡ଼ିଯାଇ ଖଟିଆରେ ଶୋଇଥିବା ୨ମାସର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି। ଉକ୍ତ ଗ୍ରାମର ଚୈତନ୍ୟ ମହାକୁଡ଼ ଓ ପତ୍ନୀ ସବିତା ମହାକୁଡ଼ଙ୍କ କନ୍ୟା ଶିବାନୀ ଚୁଲି ପାଖରେ ଖଟିଆରେ ଶୋଇଥିଲା। ପରିବାର ଲୋକେ ଚୁଲିରେ କାଠ ଶୁଖାଇ କାମ କରିବାକୁ ଚାଲିଯାଇଥିବାବେଳେ ପତ୍ନୀ ସବିତା ଶୌଚ ହେବାକୁ ଯାଇଥିଲେ। ତେବେ ଚୁଲିରୁ ଅଗ୍ନି ସଂଯୋଗ ହୋଇ ଉପରେ ଥିବା […]

କପ୍ତିପଦା : ଚୁଲିରୁ ଅଗ୍ନି ସଂଯୋଗ ଘଟି ଶରତ ଥାନା ଭଣ୍ଡାର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ପୋଡ଼ିଯାଇ ଖଟିଆରେ ଶୋଇଥିବା ୨ମାସର ଶିଶୁକନ୍ୟା ଜୀବନ୍ତ ଦଗ୍ଧ ହୋଇଯାଇଛି। ଉକ୍ତ ଗ୍ରାମର ଚୈତନ୍ୟ ମହାକୁଡ଼ ଓ ପତ୍ନୀ ସବିତା ମହାକୁଡ଼ଙ୍କ କନ୍ୟା ଶିବାନୀ ଚୁଲି ପାଖରେ ଖଟିଆରେ ଶୋଇଥିଲା। ପରିବାର ଲୋକେ ଚୁଲିରେ କାଠ ଶୁଖାଇ କାମ କରିବାକୁ ଚାଲିଯାଇଥିବାବେଳେ ପତ୍ନୀ ସବିତା ଶୌଚ ହେବାକୁ ଯାଇଥିଲେ। ତେବେ ଚୁଲିରୁ ଅଗ୍ନି ସଂଯୋଗ ହୋଇ ଉପରେ ଥିବା କାଠଗୁଡ଼ିକ ଜଳି ଘର ପୋଡି଼ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଖଟିଆରେ ଶୋଇଥିବା ଶିବାନୀ ସମ୍ପୂର୍ଣ୍ଣ ଦଗ୍ଧ ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ଆହୁରି ପଢ଼ନ୍ତୁ: ତେଲ ବ୍ୟବହାର କମ୍‌ଲାଗି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: କଲେଜରେ ବରା, ସିଙ୍ଗଡ଼ା ମନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର