ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୮ ହଜାର ୭୩୫ କରୋନା ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୮୪୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୨୨୨ ଜଣ ,କଟକ ଜିଲ୍ଲାରୁ ୬୭୩ ଜଣ […]

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୮୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୩୮୪୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ ଜଣ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ ୧୨୨୨ ଜଣ ,କଟକ ଜିଲ୍ଲାରୁ ୬୭୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ପୁରୀରୁ ୪୬୭ ଜଣ, ଯାଜପୁରରୁ ୫୦୭ ଜଣ, ମୟୂରଭଞ୍ଜରୁ ୩୪୨ ଜଣ, ବରଗଡ଼ରୁ ୧୯୩ ଜଣ,ବୌଦ୍ଧରୁ ୧୩୭ ଜଣ,ଅନୁଗୁଳରୁ ୪୫୬ ଜଣ, ଢ଼େଙ୍କାନାଳରୁ ୫୦୩ ଜଣ,ନୟାଗଡ଼ରୁ ୨୮୫ ଜଣ, ନବରଙ୍ଗପୁରରୁ ୨୬୪ ଜଣ, କୋରାପୁଟରୁ ୨୫୫ ଜଣ, କଳାହାଣ୍ଡିରୁ ୧୭୭ ଜଣ,ସୁନ୍ଦରଗଡ଼ରୁ ୨୪୪ ଜଣ, ରାୟଗଡ଼ାରୁ ୧୪୮ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରୁ ୩୮୨ ଜଣ,ସୋନପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୭୭ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କେନ୍ଦ୍ରାପଡ଼ାରୁ ୩୮୭ ଜଣ, ଗଜପତିରୁ ୮୦ ଜଣ, ବାଲେଶ୍ବରରୁ ୫୬୬ ଜଣ, ବଲାଙ୍ଗୀରରୁ ୪୯ ଜଣ, ମାଲକାନଗିରିରୁ ୯୬ ଜଣ, ଭଦ୍ରକରୁ ୧୪୭ ଜଣ, ନୂଆପଡ଼ାରୁ ୪୦ ଜଣ, ଦେବଗଡ଼ରୁ ୬୩ ଜଣ, କେନ୍ଦୁଝରରୁ ୧୭୯ ଜଣ , କନ୍ଧମାଳରୁ ୬୫ ଜଣ ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp