ହିରୋଇନ୍‍ କରାଇଦେବାକୁ କହି ୮ ମାସଧରି ଦୁଷ୍କର୍ମ

The Sakala Picture
Published On

ଭୁବନେଶ୍ୱର : ଆଲ୍‍ବମ୍‍ରେ ହିରୋଇନ୍‍ କରାଇଦେବାକୁ କହି ୮ ମାସ ଧରି ଗୋଟିଏ ଘରେ ବନ୍ଦ ରଖି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶେଷରେ ଅଭିଯୁକ୍ତ ଠାରୁ କୌଶଳକ୍ରମେ ଖସିଆସି ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ହେଲେ ପୁଲିସ କିଛି ନ ଶୁଣିବାରୁ ଯୁବତୀ ଜଣଙ୍କ ଏନେଇ ପୁଲିସ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଗ୍ରହଣ କରି ପୁଲିସ କମିସନ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟରେ […]

ଭୁବନେଶ୍ୱର : ଆଲ୍‍ବମ୍‍ରେ ହିରୋଇନ୍‍ କରାଇଦେବାକୁ କହି ୮ ମାସ ଧରି ଗୋଟିଏ ଘରେ ବନ୍ଦ ରଖି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶେଷରେ ଅଭିଯୁକ୍ତ ଠାରୁ କୌଶଳକ୍ରମେ ଖସିଆସି ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ହେଲେ ପୁଲିସ କିଛି ନ ଶୁଣିବାରୁ ଯୁବତୀ ଜଣଙ୍କ ଏନେଇ ପୁଲିସ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଗ୍ରହଣ କରି ପୁଲିସ କମିସନ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟରେ ପୀଡ଼ିତା ଯୁବତୀ ଜଣଙ୍କ କହିଛନ୍ତି ଯେ,ତାଙ୍କୁ ଯଦି ନ୍ୟାୟ ନ ମିଳେ ତେବେ ସେ ଆତ୍ମହତ୍ୟା କରିବେ। ଆଉ ଏଥିପାଇଁ ପୁଲିସ ଦାୟୀ ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗଜପତି RTO ଅଫିସରେ ଭୟାବହ ଅଗ୍ନିକାଣ୍ଡ: ସର୍ଭର ରୁମ୍ ସମ୍ପୂର୍ଣ୍ଣ ପୋଡ଼ି ଛାରଖାର

ଅଭିଯୋଗ ଅନୁସାରେ, କିଛି ମାସ ହେବ ଫୁଲବାଣୀର ଜଣେ ଯୁବତୀଙ୍କ ସହ ଏକ ୱେବ୍‍ ଚ୍ୟାନେଲର ରିପୋର୍ଟର ମିଲନ କଂହର ଭେଟ ହୋଇଥିଲା। ଏହାପରେ ଯୁବତୀଙ୍କୁ ହିରୋଇନ୍‍ କରାଇବା ପାଇଁ ୨୦୨୦ ଡିସେମ୍ବର ମାସରେ ମିଲନ ଭୁବନେଶ୍ୱରକୁ ଡାକିଥିଲେ। ଏହାପରେ ହିରୋଇନ କରାଇବା ଆଳରେ ସୁନ୍ଦରପଦାରେ ଏକ ଘରେ ରଖି ୮ ମାସ ଧରି ଦୁଷ୍କର୍ମ କରିଥିଲେ ମିଲନ। ଅଭିଯୁକ୍ତ ମିଲନ ଶାରିରୀକ ସମ୍ପର୍କ ରଖିବା ସମୟରେ ଭିଡିଓ ନିଜ ମୋବାଇଲ୍‍ରେ ରେକଡିଂ କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓକୁ ଦେଖାଇ ଯୁବତୀଙ୍କୁ ବ୍ଲାକ୍‍ମେଲିଂ କରିଥିଲେ ମିଲନ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଅନ୍ୟ ଯୁବକଙ୍କ ସହ ଶାରିରୀକ ସମ୍ପର୍କ ନ ରଖିଲେ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ। ଯୁବତୀ ରାଜି ନ ହେବାରୁ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା। ହେଲେ କୌଣସି ପ୍ରକାରରେ ମିଲନଙ୍କ ଠାରୁ ଯୁବତୀ ଜଣଙ୍କ ଖସି ଆସି ଫୁଲବାଣୀ ଚାଲିଯାଇଥିଲେ। ହେଲେ ଅଭିଯୁକ୍ତର ନିଶା ଛାଡ଼ି ନ ଥିଲା। ସେ ପୁଣି ୮ ଦିନ ପୂର୍ବରୁ ଫୁଲବାଣୀ ଯାଇ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ସମ୍ବଲପୁର ନେଇଯାଇଥିଲା।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର