କମୁଛି କରୋନା କୋପ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍

The Sakala Picture
Published On

ଭୁବନେଶ୍ୱର :  ଲଗାତାର ଚାରି ଦିନ ହେଲା ଓଡ଼ିଶାରେ କରୋନା ସଂକ୍ରମଣ ନିମ୍ନଗାମୀ ରହିଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିପାରି ନାହିଁ। ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି। ଏହାପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ତେବେ ପାଖାପାଖି ୭୦ […]

ଭୁବନେଶ୍ୱର :  ଲଗାତାର ଚାରି ଦିନ ହେଲା ଓଡ଼ିଶାରେ କରୋନା ସଂକ୍ରମଣ ନିମ୍ନଗାମୀ ରହିଛି। ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି। ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିପାରି ନାହିଁ। ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି। ଏହାପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ତେବେ ପାଖାପାଖି ୭୦ ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ହାର କମ୍‍ ରହିବା ଆଶ୍ୱସ୍ତି ଆଣିଛି। ଗତ ତିନି ଦିନରେ ଦୈନିକ ସଂକ୍ରମଣ ହାର ୪ ପ୍ରତିଶତ ହ୍ରାସ ପାଇଲାଣି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼଼ ଓ ବାଲେଶ୍ୱର ଜିଲ୍ଲା ପୂର୍ବପରି ରେଡ୍‍ ଜୋନ୍‍ରେ ଅଛନ୍ତି। ରାଜ୍ୟରେ ଆଜି ସୁଦ୍ଧା ୧୨ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍‍ ଚିହ୍ନଟ ହୋଇଥିଲା ବେଳେ ସେଥିରୁ ୧୧୨୧୬୦୮ ଜଣ ସୁସ୍ଥ ହୋଇଛନ୍ତିି।

ଆହୁରି ପଢ଼ନ୍ତୁ: SCB ମେଡିକାଲରେ ୧.୪୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା: ଡାଟା ଏଣ୍ଟ୍ରି ଅପରେଟର ଗିରଫ


ଅନ୍ୟପକ୍ଷରେ  ଗତ ୨୪ ଘଣ୍ଟା ମଧ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୨୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୫୪ଜଣ ରହିଛନ୍ତି ।


ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ଘିଟିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୨୫ରେ ପହଁଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ ମୃତକଙ୍କ ମଧ୍ୟରେ ବାଲେଶ୍ବର, ଭୁବନେଶ୍ୱର, କଟକ ଓ କେଉଁଝର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୪୬୬୦ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୧୨୧୬୦୮ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮୫୨୫ ଜଣଙ୍କର ମୃତ୍ୟୁ ଘଟିଛି ।


ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୧୧୯୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୧୭୬୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୨୧୬୦୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୧୯୩୮୫୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର