ରଜରେ ଅଘଟଣ : ମାଟି ଅତଡା ଧସି ୩ ମହିଳା ମୃତ, ପୋଖରୀରେ ବୁଡି ୨ ନାବାଳକ ମୃତ, ମୁକୁଳା ଡ୍ରେନ୍‌ରେ ପଡି ଯୁବକ ମୃତ

The Sakala Picture
Published On

କୋରାପୁଟ/ରେଢ଼ାଖୋଲ/ବଲାଙ୍ଗୀର : ରଜ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୬ ଜଣଙ୍କ ଜୀବନ ଯାଇଛି। ମାଟି ଅତଡା ତଳେ ଚାପି ହୋଇ ୩ ମହିଳାଙ୍କ ଜୀବନ ଯାଇଛି। କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ […]

କୋରାପୁଟ/ରେଢ଼ାଖୋଲ/ବଲାଙ୍ଗୀର : ରଜ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୬ ଜଣଙ୍କ ଜୀବନ ଯାଇଛି। ମାଟି ଅତଡା ତଳେ ଚାପି ହୋଇ ୩ ମହିଳାଙ୍କ ଜୀବନ ଯାଇଛି। କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ସୂଚନା ଅନୁସାରେ ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା। ଏହା ତଳେ ଚାପି ହୋଇଯାଇଥିଲେ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ। ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଅନୁଗୁଳ ଜିଲ୍ଲାର ଟୁକୁନା ମିର୍ଦ୍ଧାଙ୍କ ଦୁଇ ପୁତ୍ର ପ୍ରିୟାଂଶୁ ଓ ଶ୍ରୀୟାଂଶୁ। ସୂଚନାଅନୁସାରେ କଳିନ୍ଦର ଗାଁର ଏକ କୁକୁଡ଼ା ଫାର୍ମରେ ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କ ବାପା ଟୁକୁନା ସେଠ ଓ ମା’ ତିଳୋତ୍ତମା ମିର୍ଦ୍ଧା କାମ କରନ୍ତି। ଆଜି ସକାଳେ ତିଳୋତ୍ତମା ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିଲେ। ଟୁକୁନା କୁକୁଡ଼ା ଫାର୍ମରେ କିଛି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଘର ବାହାରେ ଖେଳୁଥିବା ପ୍ରିୟାଂଶୁ ଓ ଶ୍ରୀୟାଂଶୁ କୁକୁଡ଼ା ଫାର୍ମ ପାଖରେ ଥିବା ପୋଖରୀକୁ ଚାଲି ଯାଇଥିଲେ ଓ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ କାଉପଡ଼ା 'RI'ଙ୍କୁ ଧରିଲା ଭିଜିଲାନ୍ସ

ସେପଟେ ବଲାଙ୍ଗୀର କଂସାରିପଡା ହନୁମାନ ମନ୍ଦିର ଭାରସାମ୍ଯ ହରାଇ ଜଣେ ବାଇକ ଆରୋହୀ ମୁକୁଳା ଡ୍ରେନରେ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ଯୁବକର ନାଁ ସୁଦୀପ୍ତ ପଟ୍ଟନାୟକ । ଆଜି ରାସ୍ତାର ଯାଉଥିବା ସମୟରେ ସୁଦୀପ୍ତ ଭାରସାମ୍ୟ ହରାଇ ମୁକୁଳା ଡ୍ରେନ୍‌ରେ ବାଇକ ସହ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମେଡିକାଲ ଭର୍ତ୍ତି କରିଥିଲେ। ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

15 Jun 2024 By The Sakala

ରଜରେ ଅଘଟଣ : ମାଟି ଅତଡା ଧସି ୩ ମହିଳା ମୃତ, ପୋଖରୀରେ ବୁଡି ୨ ନାବାଳକ ମୃତ, ମୁକୁଳା ଡ୍ରେନ୍‌ରେ ପଡି ଯୁବକ ମୃତ

କୋରାପୁଟ/ରେଢ଼ାଖୋଲ/ବଲାଙ୍ଗୀର : ରଜ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୬ ଜଣଙ୍କ ଜୀବନ ଯାଇଛି। ମାଟି ଅତଡା ତଳେ ଚାପି ହୋଇ ୩ ମହିଳାଙ୍କ ଜୀବନ ଯାଇଛି। କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା। ଏହା ତଳେ ଚାପି ହୋଇଯାଇଥିଲେ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ। ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଳିନ୍ଦର ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଅନୁଗୁଳ ଜିଲ୍ଲାର ଟୁକୁନା ମିର୍ଦ୍ଧାଙ୍କ ଦୁଇ ପୁତ୍ର ପ୍ରିୟାଂଶୁ ଓ ଶ୍ରୀୟାଂଶୁ। ସୂଚନାଅନୁସାରେ କଳିନ୍ଦର ଗାଁର ଏକ କୁକୁଡ଼ା ଫାର୍ମରେ ପ୍ରିୟାଂଶୁ ଓ ଶ୍ରୀୟାଂଶୁଙ୍କ ବାପା ଟୁକୁନା ସେଠ ଓ ମା’ ତିଳୋତ୍ତମା ମିର୍ଦ୍ଧା କାମ କରନ୍ତି। ଆଜି ସକାଳେ ତିଳୋତ୍ତମା ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିଲେ। ଟୁକୁନା କୁକୁଡ଼ା ଫାର୍ମରେ କିଛି କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଘର ବାହାରେ ଖେଳୁଥିବା ପ୍ରିୟାଂଶୁ ଓ ଶ୍ରୀୟାଂଶୁ କୁକୁଡ଼ା ଫାର୍ମ ପାଖରେ ଥିବା ପୋଖରୀକୁ ଚାଲି ଯାଇଥିଲେ ଓ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ସେପଟେ ବଲାଙ୍ଗୀର କଂସାରିପଡା ହନୁମାନ ମନ୍ଦିର ଭାରସାମ୍ଯ ହରାଇ ଜଣେ ବାଇକ ଆରୋହୀ ମୁକୁଳା ଡ୍ରେନରେ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ଯୁବକର ନାଁ ସୁଦୀପ୍ତ ପଟ୍ଟନାୟକ । ଆଜି ରାସ୍ତାର ଯାଉଥିବା ସମୟରେ ସୁଦୀପ୍ତ ଭାରସାମ୍ୟ ହରାଇ ମୁକୁଳା ଡ୍ରେନ୍‌ରେ ବାଇକ ସହ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମେଡିକାଲ ଭର୍ତ୍ତି କରିଥିଲେ। ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର