ମନୋରଞ୍ଜନ
ଓଡ଼ିଶା
ଅର୍ଥ ସାଜିବନି ବାଧକ: ବାପ ଛେଉଣ୍ଡ ଝିଅ ମୋନାଲିସାଙ୍କ ଉଚ୍ଚଶିକ୍ଷା ପାଇଁ ସହାୟତାର ହାତ ବଢ଼ାଇଲେ ‘୫-ଟି’ ସଚିବ
ବରଗଡ଼: ବାପ ଛେଉଣ୍ଡ ଝିଅ ମୋନାଲିସା ପ୍ରଧାନର ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସାହାଯ୍ୟର ହତ ବଢାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ତେବେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଦପାଲି ଗାଁର ମୋନାଲିସା ପ୍ରଧାନ ଯିଏ କି ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି ଅଞ୍ଚଳର ଗୌରବ ଆଣିଛନ୍ତି । ମାତ୍ର ଉଚ୍ଚଶିକ୍ଷାରେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି । ତେବେ ମୋନାଲିସା […]
ବରଗଡ଼: ବାପ ଛେଉଣ୍ଡ ଝିଅ ମୋନାଲିସା ପ୍ରଧାନର ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସାହାଯ୍ୟର ହତ ବଢାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ତେବେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଦପାଲି ଗାଁର ମୋନାଲିସା ପ୍ରଧାନ ଯିଏ କି ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି ଅଞ୍ଚଳର ଗୌରବ ଆଣିଛନ୍ତି । ମାତ୍ର ଉଚ୍ଚଶିକ୍ଷାରେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି । ତେବେ ମୋନାଲିସା ପ୍ରଧାନଙ୍କ ବାପା ମହେନ୍ଦ୍ର ପ୍ରଧାନ ଗତବର୍ଷ ଡିସେମ୍ବର ୧୩ ତାରିଖ ଦିନ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ଏହା ପରେ ପାଠ ପଢ଼ି ବଡ଼ ମଣିଷ ହେବାର ମୋନାଲିଶାଙ୍କ ସ୍ୱପ୍ନ ମଉଳି ଯାଇଥିଲା ।
ତେବେ ଗଣମାଧ୍ୟମରେ ପ୍ରକାଶିତ ଖବର ତଥା ସମାଜସେବୀ ଡା.ସସ୍ମିତା ଦାଶଙ୍କ ଟ୍ବିଟକୁ ଦେଖି ୫ ଟି ସଚିବ ଭି.କେ ପାଣ୍ଡିଆନ୍ ମୋନାଲିସାର ଭବିଷ୍ୟତ ଗଠନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କୁ କହିଥିଲେ। ଏପରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମୋନାଲିସାର ଉଚ୍ଚଶିକ୍ଷା ନିମନ୍ତେ ୧୦୦୦୦ ଟଙ୍କା ଅନୁମୋଦନ କରାଯାଇଛି । ବେଳେ ଆଗାମୀ ପାଠ ପଢା ସମ୍ବନ୍ଧୀୟ ଆଗକୁ ଆହୁରି ସହଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଗୋଟିଏ ପରେ ଗୋଟିଏ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନରେ ଆଶାର ଆଲୋକ ସାଜି ସହଯୋଗର ହାତ ବଢ଼ାଉଥିବାରୁ ଜିଲ୍ଲା ବାସି ଖୁସି ପ୍ରକଟ କରିବା ସହ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଗୋଟିଏ ସପ୍ତାହ ମଧ୍ୟରେ ବରଗଡ଼ ଜିଲ୍ଲାର ୩ ଜଣଙ୍କୁ ରାଜ୍ୟ ସରକାର ସହଯୋଗ କରିଥିବାରୁ ଜିଲ୍ଲାବାସୀଙ୍କ ମନରେ ଖୁସି ଦେଖା ଦେଇଛି। ମୋନାଲିସାର ଭଉଣୀ ପ୍ରୀତିପ୍ରଜ୍ଞା ଏବେ ଭଟଲି ଆଦର୍ଶ ବିଦ୍ୟାଳୟରେ ୯ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଭାଇ ଗିରିଜେସ ୫ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ।
ସ୍ଵାମୀଙ୍କ ଅକାଳ ମୃତ୍ୟୁ ପରେ ୩ ଟି ଛୁଆଙ୍କୁ ନେଇ ବହୁତ୍ ଦୁଃଖ କଷ୍ଟରେ ଚଲୁଛନ୍ତି । ତେବେ ଡ଼ା ସସ୍ମିତା ଦାସଙ୍କ ଟୁଇଟ ପରେ ଏବେ ଗୋଟେ ଦିନ ରେ ସବୁକିଛି ବଦଳି ଯାଇଛି। ରାଜ୍ୟ ସରକାରଙ୍କ ସହଯୋଗ ପରେ ବି ଝିଅର କୋଚିଙ୍ଗ ଖର୍ଚ୍ଚ ,ବହିପତ୍ର , ଡ୍ରେସ ସବୁକିଛି ଡ଼ା ସସ୍ମିତା ଦାସ ବହନ କରିବି ବୋଲି କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ପରିବାର ର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ।