ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ମେ ମାସରୁ ଆରମ୍ଭ ହେବ ଟିକା ଉତ୍ପାଦନ

The Sakala Picture
Published On

ଭୁବନେଶ୍ୱର: ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍‌ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ […]

ଭୁବନେଶ୍ୱର: ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍‌ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

ଏହି ପ୍ଲାଣ୍ଟକୁ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନିମନ୍ତେ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍‌ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ଆସନ୍ତାକାଲି ରାଜଧାନୀରେ ଟ୍ରାଫିକ୍ କଟକଣା, ଏୟାରପୋର୍ଟରୁ ଓୟୁଏଟି ଛକ ଯାଏଁ ରାସ୍ତା ବନ୍ଦ

ଏହି ଅତ୍ୟାଧୁନିକ ପ୍ଲାଣ୍ଟ ଜରିଆରେ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଏଥିରେ ଓଡ଼ିଶା ଲୋକଙ୍କୁ ସର୍ବାଧିକ ନିଯୁକ୍ତି ମିଳିବ । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୫ରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଆହୁରି ପଢ଼ନ୍ତୁ: ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...

ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ । ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଜୀବନ ମୂଲ୍ୟବାନ ନୀତି ଆଧାରରେ ସ୍ଥାପନ ହେଉଛି । ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ ।

ପାଣ୍ଡିଆନ୍‌ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବାୟୋଟେକ୍‌ନୋଲୋଜି ନୀତି କ୍ୟାବିନେଟ୍‌ରେ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଏଭଳି ଏକ ବୃହତ୍‌ ଟିକା ପ୍ରସ୍ତୁତକାରୀ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଅନ୍ୟାନ୍ୟ ବାୟୋଟେକ୍‌ନୋଲୋଜି ସଂପର୍କିତ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନି ଓଡ଼ିଶାର ବାୟୋଟେକ୍‌ ପାର୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହା ଦ୍ୱାରା ଓଡ଼ିଶାରେ ପୁଂଜିନିବେଶର ସମ୍ଭାବନା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପାଣ୍ଡିଆନ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 5T ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ET&IT ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, IDCOର MD ଭୂପିନ୍ଦର ସିଂ ପୁନିଆ ପ୍ରମୂଖ ଉପସ୍ଥିତ ଥିଲେ ।

18 Feb 2024 By The Sakala

ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ, ମେ ମାସରୁ ଆରମ୍ଭ ହେବ ଟିକା ଉତ୍ପାଦନ

ଭୁବନେଶ୍ୱର: ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍‌ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ପ୍ଲାଣ୍ଟକୁ ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ନିମନ୍ତେ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ୍‌ ପାର୍କର ଡ. କ୍ରୀଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି ।

ଏହି ଅତ୍ୟାଧୁନିକ ପ୍ଲାଣ୍ଟ ଜରିଆରେ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଏଥିରେ ଓଡ଼ିଶା ଲୋକଙ୍କୁ ସର୍ବାଧିକ ନିଯୁକ୍ତି ମିଳିବ । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୫ରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ । ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଜୀବନ ମୂଲ୍ୟବାନ ନୀତି ଆଧାରରେ ସ୍ଥାପନ ହେଉଛି । ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ ।

ପାଣ୍ଡିଆନ୍‌ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବାୟୋଟେକ୍‌ନୋଲୋଜି ନୀତି କ୍ୟାବିନେଟ୍‌ରେ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଏଭଳି ଏକ ବୃହତ୍‌ ଟିକା ପ୍ରସ୍ତୁତକାରୀ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଅନ୍ୟାନ୍ୟ ବାୟୋଟେକ୍‌ନୋଲୋଜି ସଂପର୍କିତ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନି ଓଡ଼ିଶାର ବାୟୋଟେକ୍‌ ପାର୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହା ଦ୍ୱାରା ଓଡ଼ିଶାରେ ପୁଂଜିନିବେଶର ସମ୍ଭାବନା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପାଣ୍ଡିଆନ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 5T ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ET&IT ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, IDCOର MD ଭୂପିନ୍ଦର ସିଂ ପୁନିଆ ପ୍ରମୂଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର