କୁକୁଡ଼ାଖଣ୍ଡି ଓ ଧରାକୋଟରେ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଗଞ୍ଜାମ: ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶି କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଗଂଜାମ […]

ଗଞ୍ଜାମ: ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶି କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଗଂଜାମ ଗସ୍ତରେ ଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠା ପରେ ଧରାକୋଟ-ସାନଖେମୁଣ୍ଡି ଗସ୍ତ କରି ଏହି ଅପିଲ କରିଛନ୍ତି । ବିଶାଳ ଜନସଭାକୁ ସମ୍ବୋଧିତ କରି ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଅଞ୍ଚଳରୁ ୬୫୦ ଦରଖାସ୍ତ ମିଳିଥିବାବେଳେ ୬ଶହର ସମାଧାନ ହୋଇଛି । ଏଥିଲାଗି ୪୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଧରାକୋଟ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ଖୁବ ଭଲପାଆନ୍ତି ।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ନିଜ ନୂଆ ବର୍ଷ ଶୁଭେଚ୍ଛା କାର୍ଡରେ ମନ୍ଦିରକୁ ସ୍ଥାନ ଦେଉଥିବା ମୁଖ୍ୟମନ୍ତ୍ରୀ ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମନ୍ଦିରର ଉନ୍ନତି କାମ ଚାଲିଛି । ଆବଶ୍ୟକ ପଡିଲେ ଆହୁରି ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଟପୁରରେ ମାଆ ରତନେଇ ମନ୍ଦିର ଲାଗି କୋଟିଏ ୩୦ ଲକ୍ଷ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ନୂଆ ରୂପରେ ମନ୍ଦିରକୁ ଦେଖିବାକୁ ପାଇବେ । ସେହିପରି କଙ୍କଡାହାଡ ସାଇନ୍ସ କଲେଜର ରୂପାନ୍ତରୀକରଣ ଲାଗି କୋଟିଏ ୫୦ ଲକ୍ଷ, ପାଟପୁର ବିଶ୍ବାସରାୟ ସାଇନସ କଲେଜ ଲାଗି କୋଟିଏ ୫୦ ଲକ୍ଷ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣବେଳେ ସ୍ପଟରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ୟୁନିଟି ସେଣ୍ଟର ଲାଗି ନୂଆ ଆବେଦନ ଗ୍ରହଣ କରି ୨୯ ତାରିଖ ସୁଦ୍ଧା ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ଲୋକଙ୍କ ସହ ଆଲୋଚନ କରି ସରକାରଙ୍କ ଯୋଜନା ସଂପର୍କରେ ସେ ଅପଡେଟ ନେଇଥିଲେ । ବିଭିନ୍ନ ଭତ୍ତା ବୃଦ୍ଧି ନେଇ ଲୋକଙ୍କୁ ପ୍ରଶ୍ନ ପଚାରଥିଲେ । ନିକଟରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫ଶହରୁ ହଜାରେ ଟଙ୍କାକୁ ବୃଦ୍ଧି ହୋଇଛି। କଳାକାରଙ୍କ ଭତ୍ତା ୧୨ଶହ ଟଙ୍କା ଥିବାବେଳେ ଏହାକୁ ଦୁଇ ହଜାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗର୍ଭବତୀ ମାଆମାନଙ୍କ ଲାଗି ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦୁଇ ଗୁଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସେହିପରି ଗଞ୍ଜାମର କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି ୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ କୁକୁଡ଼ାଖଣ୍ଡି ସାଇନସ କଲେଜ ଲାଗି ୧ କୋଟି ମଞ୍ଜୁର ହୋଇଛି। ମହୁରୀକାଳୁଆ ମନ୍ଦିରର ଉନ୍ନତି ଲାଗି ୧ କୋଟି ୮୦ ଲକ୍ଷ ଏବଂ ବି. ତୁରୁବୁଡ଼ି ପଞ୍ଚାୟତସ୍ଥିତ ମା ନିଜବଙ୍କେଶ୍ବର ମନ୍ଦିର ଲାଗି ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୁକୁଡ଼ାଖଣ୍ଡିରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି- ଗତଥର ଆସିଥିବାବେଳେ ସେ  ୫୫୦ ଦରଖାସ୍ତ ପାଇଥିଲେ। ସେଥିରୁ ୫୦୦ଟି ସମାଧାନହୋଇଛି। ଘଟକେଶ୍ବର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ୨୯ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଲାଗି ଆସିବ ଖୁସି ଖବର। ଦିଗପହଣ୍ଡିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କାମ ଚାଲିଛି। ବୋମକେଇରେ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। ଯୁବ ପିଢ଼ିଙ୍କୁ ବିନା କାଗଜରେ ୧ ଲକ୍ଷ ଟଙ୍କା ଯାଏ ଵିଜନେସ ପାଇଁ ଋଣ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

ଲକ୍ଷ୍ମୀ ବସ ଆରମ୍ଭ କରାଯାଇଛି । ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ବସ  ଟିକେଟର ଦାମ ମାତ୍ର ୫ଟଙ୍କା ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଯାଇପାରିବା ନେଇ ମୁଖ୍ୟମନ୍ତ୍ରୀ ଏହି ସେବା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲ କଲେଜ ପିଲାମାନେ ଶିକ୍ଷାନୁଷ୍ଠାନ ମଧ୍ୟ  ଯାଇପାରୁଛନ୍ତି । +୩ ଓ ପିଜିରେ ନୂଆ-ଓ ଛାତ୍ରବୃତ୍ତି ନୂଆ ଯୋଜନାରେ ଆଉ ୫ ଦିନ ପରେ ଛାତ୍ରଛାତ୍ରୀ ଅର୍ଥରାଶି ନିଜ ବ୍ୟାଙ୍କ ଖାତାରେ ପାଇବେ । ପୁଅମାନେ ୯ହଜାର, ଝିଅମାନେ ୧୦ ହଜାର ଟଙ୍କା ପାଇବେ । ଅଭିଭାବକଙ୍କ ବୋଝ ହାଲୁକା କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରି ଏହି ଯୋଜନା ଆଣିଛନ୍ତି । ଛାତ୍ରଛାତ୍ରୀ  ପ୍ରତିବର୍ଷ ଏହି ବୃତ୍ତି ପାଇବେ । ଏହା ଆଉ କେଉଁ ରାଜ୍ୟରେ ହୋଇନି ବୋଲି ଏହି ଅବସରରେ ସୂଚାଇ ଦେଇଥିଲେ 5T ଅଧ୍ୟକ୍ଷ । ମିଶନ ଶକ୍ତି ମାଆମାନଙ୍କୁ ଭଲ କାମ କରିବା ଲାଗି ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭଲକାମ କରିବା ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ପାଣ୍ଡିଆନ । ମାଆମାନଙ୍କ ଲୋନ ସୀମାରେ ଆହୁରି ବୃଦ୍ଧି କରାଯିବ । ସିଆରପି, ଏମବିକେ, କୃଷକସାଥୀଙ୍କ ଦରମା ଆଉ ଗୋଟିଏ ସପ୍ତାହ ମଧ୍ୟରେ ବଢିବ ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

22 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର