ରାଜ୍ୟରେ ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ, ପ୍ରଥମ ପର୍ଯ୍ୟାୟରେ ଯୋଡିହେଲା ମୟୂରଭଞ୍ଜ ଜିଲ୍ଲାର ୫୮୧ ସ୍କୁଲ

The Sakala Picture
Published On

ବାରିପଦା: ଆଜି ବାରିପଦା ସ୍ଥିତ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଜିଲ୍ଲା ତଥା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାକୁ ଉଦଘାଟନ କରି ସିଧାସଳଖ ବିଭିନ୍ନ ସ୍କୁଲର ଶିକ୍ଷକ ଓ ପିଲାଙ୍କ ସହିତ ଭାବବିନିମୟ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଯାନର ଏହି ମିଳିତ ଅଭିନବ ପ୍ରୟାସ ଦ୍ୱାରା ୫ଟି ରୂପାନ୍ତରିତ ଜିଲ୍ଲାର ୫୮୧ ହାଇସ୍କୁଲ ସହିତ ୨୬ ଟି […]

ବାରିପଦା: ଆଜି ବାରିପଦା ସ୍ଥିତ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଜିଲ୍ଲା ତଥା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାକୁ ଉଦଘାଟନ କରି ସିଧାସଳଖ ବିଭିନ୍ନ ସ୍କୁଲର ଶିକ୍ଷକ ଓ ପିଲାଙ୍କ ସହିତ ଭାବବିନିମୟ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ଅଭିଯାନର ଏହି ମିଳିତ ଅଭିନବ ପ୍ରୟାସ ଦ୍ୱାରା ୫ଟି ରୂପାନ୍ତରିତ ଜିଲ୍ଲାର ୫୮୧ ହାଇସ୍କୁଲ ସହିତ ୨୬ ଟି ଆଦର୍ଶ ବିଦ୍ୟାଳୟ ମିଶି ୧୭୫୫ଟି ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପ୍ରାୟ ୮୦ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରି ପାରିବେ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପ୍ରାଥମିକ ସ୍ତରରେ ପରେପରେ ଜିଲ୍ଲାର ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ୧୪୧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୪୯ ଅଙ୍ଗନବାଡି କେନ୍ଦ୍ରକୁ ଏହି ସେବା ସମ୍ପ୍ରସାରିତ କରାଯିବ। ଯାହାଲାଗି ରାଜ୍ୟ ସରକାର ୫୯୦ଟି ଟେଲିଭିଜନ ସେଟ୍ ଯୋଗାଇ ସାରିଲେଣି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନିରବଛିନ୍ନ ଶିକ୍ଷାର ପ୍ରାଚାର ଓ ପ୍ରସାର ଲାଗି ସହାୟ ହେବ ସହିତ ଏହା ଏକ ଯୁଗପଯୋଗୀ ପଦକ୍ଷେପ ବୋଲି ପ୍ରମାଣ ହୋଇ ପାରିବ। ଗଣଶିକ୍ଷା ମନ୍ତ୍ରୀ ଏହାକୁ ଉଦଘାଟନ କରିବା ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଛନ୍ତି। ଏହି ଷ୍ଟୁଡିଓ ର ସମସ୍ତ କାର୍ଯ୍ୟକ୍ରମ Samagra Sikhya Mayurbhanj ନାମକ Youtube Portal ରେ ପ୍ରସାରଣ ହେବାସହିତ ସବୁଦିନ ଲାଗି ରେକର୍ଡ ହୋଇ ରହିବ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଏହି ଅଭିନବ ପଦକ୍ଷେପରେ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ସାରା ରାଜ୍ୟରେ ଏଭଳି ଇ-ଷ୍ଟୁଡିଓ ପ୍ରସ୍ତୁତ କରିବାର ପଦକ୍ଷେପ ନବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଥାଉ କି , ଓମ୍ବାଡସି ପାଣ୍ଠି ଅନୁଦାନରେ ୭୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଇ-ଷ୍ଟୁଡିଓ ନିର୍ମାଣ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପାଳ ବିନୀତ ଭରଦ୍ବାଜ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ଅଧିକାରୀ ତଥା ଜିଲ୍ଲା ଶିକ୍ଷାଧିକାରୀ ନବ ଚରଣ ଗିରି ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର