ରାଜ୍ୟରେ ପ୍ରତିଷ୍ଠା ହେବ ୫୪ ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌, ଘର ପାଖରେ ମିଳିବ ଜରୁରୀ ସେବା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍‌‌ସମ୍ପର୍କିତ ସେବାର ଆବଶ୍ୟକତା ଢେର୍‌ ବୃଦ୍ଧି ପାଇଛି। ଜନସାଧାରଣଙ୍କୁ ସମୟୋଚିତ ସେବା ଯୋଗାଇବା ମଧ୍ୟ ଏକାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ସେମାନଙ୍କ ଘର […]

ଭୁବନେଶ୍ୱର : ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍‌‌ସମ୍ପର୍କିତ ସେବାର ଆବଶ୍ୟକତା ଢେର୍‌ ବୃଦ୍ଧି ପାଇଛି। ଜନସାଧାରଣଙ୍କୁ ସମୟୋଚିତ ସେବା ଯୋଗାଇବା ମଧ୍ୟ ଏକାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ସେମାନଙ୍କ ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍‌‌ ଅଫିସ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଗହଳି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କମିଶନର କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା।

ଆହୁରି ପଢ଼ନ୍ତୁ: ପୁଲିସରେ ଅଭିଯୋଗ କଲେ ବୋଲି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ କଙ୍ଗାରୁ କୋର୍ଟରେ ବାସନ୍ଦ

ହସ୍ତଗତ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବ। ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍‌‌ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍‌‌ ଅଫିସ ଖୋଲିବ।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଡିଜିଟାଲ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି ବେଦାନ୍ତ

ଅପରପକ୍ଷେ ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍‌‌ ଅଫିସ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ଏବଂ ସେବା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି। ଅନ୍‌‌ଲାଇନ୍‌‌ରେ ସବୁସେବା ଉପଲବ୍ଧ କରାଯାଇ ଥିବାରୁ ପୂର୍ବାପେକ୍ଷା ଆରଟିଓରେ ଭିଡ଼ ଯଥେଷ୍ଟ ହ୍ରାସ ପାଇଛି। ତଥାପି ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବହୁଦୂର ପର୍ଯ୍ୟନ୍ତ ଯା’ ଆସ କରିବାକୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ କ୍ୟାମ୍ପ୍‌‌ ଅଫିସ ଖୋଲିବା ପାଇଁ ପଦକ୍ଷେପ ନେଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍

17 Mar 2024 By The Sakala

ରାଜ୍ୟରେ ପ୍ରତିଷ୍ଠା ହେବ ୫୪ ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌, ଘର ପାଖରେ ମିଳିବ ଜରୁରୀ ସେବା

ଭୁବନେଶ୍ୱର : ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍‌‌ସମ୍ପର୍କିତ ସେବାର ଆବଶ୍ୟକତା ଢେର୍‌ ବୃଦ୍ଧି ପାଇଛି। ଜନସାଧାରଣଙ୍କୁ ସମୟୋଚିତ ସେବା ଯୋଗାଇବା ମଧ୍ୟ ଏକାନ୍ତ ଜରୁରୀ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ। ଫଳରେ ଜିଲ୍ଲା ମୁଖ୍ୟାଳୟ କିମ୍ବା ଆରଟିଓ କାର୍ଯ୍ୟାଳୟଠାରୁ ଦୂରରେ ରହୁଥିବା ଲୋକେ ସମସ୍ୟା ଭୋଗିବେ ନାହିଁ। ସେମାନଙ୍କ ଘର ପାଖରେ ଖୋଲିବ ଆରଟିଓ କ୍ୟାମ୍ପ୍‌‌ ଅଫିସ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ସମୁଦାୟ ୫୪ଟି କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଗହଳି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କମିଶନର କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା।

ହସ୍ତଗତ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବ। ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍‌‌ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍‌‌ ଅଫିସ ଖୋଲିବ।

ଅପରପକ୍ଷେ ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍‌‌ ଅଫିସ ଖୋଲାଯିବ। ଆରଟିଓ କାର୍ଯ୍ୟାଳୟରେ ଭିଡ଼ ହ୍ରାସ ଏବଂ ସେବା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘୫-ଟି’ ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି। ଅନ୍‌‌ଲାଇନ୍‌‌ରେ ସବୁସେବା ଉପଲବ୍ଧ କରାଯାଇ ଥିବାରୁ ପୂର୍ବାପେକ୍ଷା ଆରଟିଓରେ ଭିଡ଼ ଯଥେଷ୍ଟ ହ୍ରାସ ପାଇଛି। ତଥାପି ଅନେକ ଲୋକ ଆରଟିଓ ଆସିବା ପାଇଁ ବାଧ୍ୟ ହେଉଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ବହୁଦୂର ପର୍ଯ୍ୟନ୍ତ ଯା’ ଆସ କରିବାକୁ ହେଉଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ କ୍ୟାମ୍ପ୍‌‌ ଅଫିସ ଖୋଲିବା ପାଇଁ ପଦକ୍ଷେପ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର