ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍‌, ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

Madhusudan Das Picture
Published On

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍‌ । ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । ୫୦୦ ମିଟରରେ ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ରର ହେବ ଯାଞ୍ଚ । ସମସ୍ତ ତଥ୍ୟ HIMS ପୋର୍ଟାଲରେ ଅପଲୋଡ୍‌ ପାଇଁ ନିର୍ଦ୍ଦେଶ । ଆସନ୍ତା ଜୁଲାଇ ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । 

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିମ୍‌ସାର୍‌ର ଦୁଇ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ରେଡ୍ ବେଳେ ଉଭୟଙ୍କର ୪୨ ପ୍ଲଟ ଠାବ

ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ର ଚାଲୁ ନଥିବା ସୁନିଶ୍ଚିତ କରିବା ସହ ଏହାର ସରଜମିନ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । National Narcotics Coordination (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମସ୍ତ କଲେଜକୁ ୫୦୦ ମିଟର ପରିସରର ଯାଞ୍ଚ କରି ନିର୍ଦ୍ଧାରିତ ତଥ୍ୟ ଏଚ୍ଆଇଏମ୍ଏସ୍ (HIMS) ପୋର୍ଟାଲରେ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଅପଲୋଡ୍ କରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଚନ୍ଦ୍ରିକା ମୃତ୍ୟୁ ମାମଲା: ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫର୍ମାଟ୍‌ରେ କଲେଜ ପରିସରର ୫୦୦ ମିଟର ମଧ୍ୟରେ ମଦ ଦୋକାନ କିମ୍ବା ତମାଖୁଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିଛି କି ନାହିଁ, ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ବ୍ୟବହାର ଚିହ୍ନଟ ହୋଇଛି କି ନାହିଁ, ଯଦି ହୋଇଥାଏ ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ ଓ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆନ୍ଦୋଳନରତ ଡାକ୍ତରଙ୍କୁ ବାଲେଶ୍ୱର ସିଡିଏମଓଙ୍କ ଅଲ୍ଟିମେଟମ: ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

02 Jul 2026 By Madhusudan Das

ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍‌, ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ହେବ ନିଶାମୁକ୍ତ ଜୋନ୍‌ । ରାଜ୍ୟର ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । ୫୦୦ ମିଟରରେ ନିଶାଦ୍ରବ୍ୟ ବିକ୍ରୟ କେନ୍ଦ୍ରର ହେବ ଯାଞ୍ଚ । ସମସ୍ତ ତଥ୍ୟ HIMS ପୋର୍ଟାଲରେ ଅପଲୋଡ୍‌ ପାଇଁ ନିର୍ଦ୍ଦେଶ । ଆସନ୍ତା ଜୁଲାଇ ୧୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । 

ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ର ଚାଲୁ ନଥିବା ସୁନିଶ୍ଚିତ କରିବା ସହ ଏହାର ସରଜମିନ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । National Narcotics Coordination (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମସ୍ତ କଲେଜକୁ ୫୦୦ ମିଟର ପରିସରର ଯାଞ୍ଚ କରି ନିର୍ଦ୍ଧାରିତ ତଥ୍ୟ ଏଚ୍ଆଇଏମ୍ଏସ୍ (HIMS) ପୋର୍ଟାଲରେ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଅପଲୋଡ୍ କରିବାକୁ କୁହାଯାଇଛି ।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫର୍ମାଟ୍‌ରେ କଲେଜ ପରିସରର ୫୦୦ ମିଟର ମଧ୍ୟରେ ମଦ ଦୋକାନ କିମ୍ବା ତମାଖୁଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିଛି କି ନାହିଁ, ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ବ୍ୟବହାର ଚିହ୍ନଟ ହୋଇଛି କି ନାହିଁ, ଯଦି ହୋଇଥାଏ ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ ଓ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର