‘୫-ଟି’ ହାଇସ୍କୁଲ ରୂପାନ୍ତରଣ, ଶେଷ ପର୍ଯ୍ୟାୟରେ ବଦଳିବ ୨୭ଶହ ସ୍କୁଲର ଚେହେରା

The Sakala Picture
Published On

ଭୁବନେଶ୍ୱର: ତିନିଟି ପର୍ଯ୍ୟାୟରେ ରାଜ୍ୟର ୬,୧୩୫ଟି ସରକାରୀ ହାଇସ୍କୁଲ୍‌କୁ ‘୫-ଟି’ ସ୍କୁଲ୍‌ରେ ରୂପାନ୍ତରିତ କରାଯାଇଥି ବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ମୋଟ ୨ ହଜାର ୭ଶହ ସ୍କୁଲ ସାମିଲ୍‌‌ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଶେଷହେବ। ଏହି ପର୍ଯ୍ୟାୟରେ ରାଜ୍ୟର ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକୁ ମଧ୍ୟ […]

ଭୁବନେଶ୍ୱର: ତିନିଟି ପର୍ଯ୍ୟାୟରେ ରାଜ୍ୟର ୬,୧୩୫ଟି ସରକାରୀ ହାଇସ୍କୁଲ୍‌କୁ ‘୫-ଟି’ ସ୍କୁଲ୍‌ରେ ରୂପାନ୍ତରିତ କରାଯାଇଥି ବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ମୋଟ ୨ ହଜାର ୭ଶହ ସ୍କୁଲ ସାମିଲ୍‌‌ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଶେଷହେବ। ଏହି ପର୍ଯ୍ୟାୟରେ ରାଜ୍ୟର ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ସାମିଲ୍‌‌ କରାଯିବା ନେଇ ଲକ୍ଷ୍ୟ ରହିଛି।
ପ୍ରଥମ ପର୍ଯ୍ୟାୟରେ ୧,୦୭୬ସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ଓ ତୃତୀୟ ପର୍ଯ୍ୟାୟରେ ୨୧୫୧ସ୍କୁଲକୁ ଲୋକାର୍ପଣ କରାଯାଇଥିବାବେଳେ ଶେଷ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି।

ସମୁଦାୟ ୮୮୬୪ଟି ବିଦ୍ୟାଳୟକୁ ରୂପାନ୍ତୟରଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଜୁଲାଇ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଶେଷ ଓ ଡିସେମ୍ବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ନୂଆ ବର୍ଷ ସୁଦ୍ଧା ଲୋକାର୍ପଣ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଛି। ସହରର ଚାକଚକ୍ୟ ଘରୋଇ ସ୍କୁଲ ଭଳି ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ ହେଉଛି। ସରକାରୀ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‌‌ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ମୁଖ୍ୟତଃ ଆଲୁମିନି(ପୁରାତନ ଛାତ୍ରଛାତ୍ରୀ)ଙ୍କ ସହଯୋଗିତା, ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌‌ଏମ୍‌‌ସି) ସଦସ୍ୟ ଓ ଜନସାଧାରଣଙ୍କ ସହଭାରିତା, ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଥା ପରୀକ୍ଷା ଫଳ ଆଧାରରେ ସ୍କୁଲ ଚୟନ କରାଯାଉଛି। ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‌‌ ଆଦି ସ୍କୁଲଗୁଡ଼ିକରେ ପିଲାଙ୍କୁ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଏଣିକି ଇ-କଣ୍ଟେଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ୁଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ତେବେ ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ସ୍କୁଲ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତଥାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ତେବେ ସ୍କୁଲଗୁଡ଼ିକର କେବଳ ଭିତ୍ତିଭୂମି ଉନ୍ନତିକରଣ ନୁହଁ, ସମ୍ପୃକ୍ତ ସ୍କୁଲଗୁଡ଼ିକରେ ଖାଲ ପଦ ପୂରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ପ୍ରାଥମିକଗୁଡ଼ିକର ମଧ୍ୟ ରୂପାନ୍ତରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ କହିଛି।

11 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର