କୁଖ୍ୟାତ ଅପରାଧୀ ହାଇଦର ଶରୀରରୁ ବାହାରିଲା ୪ ଗୁଳି: ୩ଟି ନୂଆ ଓ ଗୋଟିଏ ପୁରୁଣା

The Sakala Picture
Published On

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ ହାଇଦରର ମୃତ ଶରୀର ରଖାଯାଇଥିବାବେଳେ ଆଜି ତାହାର ବ୍ୟବଛେଦ କରାଯାଇଥିଲା । ପୋଷ୍ଟମର୍ଟମ ପରେ ଡାକ୍ତର ସୁଶାନ୍ତ ନାୟକ ରଖିଛନ୍ତି ପ୍ରତିକ୍ରିୟା । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ବୋଲି […]

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ଶବବ୍ୟବଛେଦ ଗୃହରେ ଗତକାଲି ଠାରୁ ହାଇଦରର ମୃତ ଶରୀର ରଖାଯାଇଥିବାବେଳେ ଆଜି ତାହାର ବ୍ୟବଛେଦ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ପୋଷ୍ଟମର୍ଟମ ପରେ ଡାକ୍ତର ସୁଶାନ୍ତ ନାୟକ ରଖିଛନ୍ତି ପ୍ରତିକ୍ରିୟା । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ ୩ଟି ଗୁଳି ନୂଆ, ଗୋଟିଏ ପୁରୁଣା ବୋଲି ଜଣାପଡ଼ିଛି । ଜଙ୍ଘରୁ ୨ଟି ଗୁଳି ବାହାରିଥିଲା ବେଳେ, ଗୋଟିଏ ନୂଆ, ଅନ୍ୟଟି ପୁରୁଣା ବୋଲି ସୂଚନା ଦେଇଛନ୍ତି ଡାକ୍ତର । ଛାତିରୁ ଗୋଟିଏ ଓ ପେଟରୁ ଗୋଟିଏ ଗୁଳି ମଧ୍ୟ ବାହାରିଥିବା କହିଛନ୍ତି ଡାକ୍ତର ସୁଶାନ୍ତ ନାୟକ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ବ୍ୟବଛେଦ ପୂର୍ବରୁ ପ୍ରଥମେ ହାଇଦରର ପରିବାର ଲୋକଙ୍କୁ ଦେଖାଯାଇଥିଲା । ପରିବାର ଲୋକ ଦେଖିବା ପରେ ହାଇଦରକୁ ପୋଷ୍ଟମର୍ଟମ କରାଯାଇଥିବା ଜଣାପଡ଼ିଛି ।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୬ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରୁଛନ୍ତି । ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯାଉଛି ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

ହାଇଦର ପକେଟରୁ ଏକ ଲାଲ୍ ଡାଏରୀ ଜବତ ହୋଇଛି । ଯେଉଁଥିରେ ଅନେକ ଲୋକଙ୍କ କଣ୍ଟାକ୍ଟ ନମ୍ବର ଥିବା ପୋଲିସ ସୂଚନା ଦେଇଛି । ସେପଟେ ସିଲ୍ ହୋଇଛି ସିମୁଳିଆର ଏନକାଉଣ୍ଟର ସ୍ପଟ୍ । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଥିଲା । ବାଲେଶ୍ୱର ଏସଡିପିଓ ଶ୍ରୀହର୍ସ ମିଶ୍ର, ଆଡିସନାଲ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ ଟିମ ସହାୟତାରେ ଖୋଜିବା ପରେ ୨ଟି ଖୋକା ଜବତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର