କରୋନାର ତୃତୀୟ ଲହର: ଓଡ଼ିଶାରେ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ ପିକ୍

The Sakala Picture
Published On

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ ହେବାର ସମ୍ଭାବନା ରହିଛି। ସେହି ଅନୁଯାୟୀ ଆସନ୍ତା […]

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ ହେବାର ସମ୍ଭାବନା ରହିଛି। ସେହି ଅନୁଯାୟୀ ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ଓଡିଶାରେ ତୃତୀୟ ତରଙ୍ଗର ଶିଖର ଛୁଇଁପାରେ।” ରାଜ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିବାରେ ଲାଗିଛି ବୋଲି ମହାପାତ୍ର କହିଛନ୍ତି। ୪ରୁ ୫ ଟି ଜିଲ୍ଲାରେ ପଜିଟିଭିଟି ହାର ଅଧିକ ରହିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

କରୋନା ପରୀକ୍ଷା ଏବଂ ଟିକାକରଣ ବୃଦ୍ଧି କରାଯାଇଛି ଏବଂ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜୋରଦାର ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମଣ କ୍ଷୀପ୍ର ବେଗରେ ବଢୁଥିବାରୁ ଲୋକମାନେ ପରିସ୍ଥିତିକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ।

ଆହୁରି ପଢ଼ନ୍ତୁ: ଘରୋଇ କଳିକୁ କେନ୍ଦ୍ରକରି ଶିଳପୁଆରେ ଛେଚି ବାପାକୁ ହତ୍ୟା କଲା ନୃସଂଶ ପୁଅ

10 Jan 2022 By The Sakala

କରୋନାର ତୃତୀୟ ଲହର: ଓଡ଼ିଶାରେ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ ପିକ୍

ଭୁବନେଶ୍ୱର: କାୟା ବିସ୍ତାର କରୁଛି କରୋନା । ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ତୃତୀୟ ତରଙ୍ଗ ଶିଖର ଛୁଇଁପାରେ ବୋଲି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୋମବାର କହିଛନ୍ତି।

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଜାନୁଆରୀ ୧୫ ସୁଦ୍ଧା ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମାମଲା ସର୍ବାଧିକ ହେବାର ସମ୍ଭାବନା ରହିଛି। ସେହି ଅନୁଯାୟୀ ଆସନ୍ତା ୧୦ ରୁ ୧୫ ଦିନ ମଧ୍ୟରେ ଓଡିଶାରେ ତୃତୀୟ ତରଙ୍ଗର ଶିଖର ଛୁଇଁପାରେ।” ରାଜ୍ୟରେ ଏହି ମାରାତ୍ମକ ଭୂତାଣୁ ବ୍ୟାପିବାରେ ଲାଗିଛି ବୋଲି ମହାପାତ୍ର କହିଛନ୍ତି। ୪ରୁ ୫ ଟି ଜିଲ୍ଲାରେ ପଜିଟିଭିଟି ହାର ଅଧିକ ରହିଛି।

କରୋନା ପରୀକ୍ଷା ଏବଂ ଟିକାକରଣ ବୃଦ୍ଧି କରାଯାଇଛି ଏବଂ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଜୋରଦାର ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସଂକ୍ରମଣ କ୍ଷୀପ୍ର ବେଗରେ ବଢୁଥିବାରୁ ଲୋକମାନେ ପରିସ୍ଥିତିକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ୍ ନୁହେଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର