ରାଜ୍ୟରୁ ସୁସ୍ଥ ହେଲେ ୩୦୦ଜଣ କରୋନା ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦ ଆକ୍ରାନ୍ତ । ଦୈନିକ ଶହ ଶହ ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଶ୍ଵସ୍ତିକର କଥା ସୁସ୍ଥ ସଂଖ୍ୟା ମଧ୍ୟ ବଢି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୩୭୯୩୫ଜଣକୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର […]

ଭୁବନେଶ୍ବର :  ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦ ଆକ୍ରାନ୍ତ । ଦୈନିକ ଶହ ଶହ ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଶ୍ଵସ୍ତିକର କଥା ସୁସ୍ଥ ସଂଖ୍ୟା ମଧ୍ୟ ବଢି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୩୭୯୩୫ଜଣକୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ


ତେବେ ନୂଆପଡ଼ାରୁ ୮୨ଜଣ, ଖୋର୍ଦ୍ଧା ୩୪ଜଣ, କଟକରୁ ୨୮ଜଣ, ବରଗଡ଼ରୁ ୨୪ଜଣ, ଝାରସୁଗୁଡ଼ାରୁ ୨୪ଜଣ, ସୁନ୍ଦରଗଡ଼ରୁ ୧୫ଜଣ, ବଲାଙ୍ଗୀରରୁ ୧୩ଜଣ, ସମ୍ବଲପୁରରୁ ୧୧ଜଣ, ଭଦ୍ରକରୁ ୮ଜଣ, ଯାଜପୁରରୁ ୮ଜଣ ଓ କଳାହାଣ୍ଡିରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୁରଭଞ୍ଜରୁ ୮ଜଣ, ଗଞ୍ଜାମରୁ ୬ଜଣ, ପୁରୀ ୬ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳରୁ ୩ଜଣ, ବାଲେଶ୍ବରରୁ ୩ଜଣ, କେନ୍ଦୁଝରରୁ ୩ଜଣ, ରାୟଗଡ଼ାରୁ ୨ଜଣ, ଦେଓଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୨୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୮୫ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୭୬୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୫୯୯୨୯ ସାମ୍ପୁଲ ଟେଷ୍ଟ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp