ତୁଳସୀ ପାହାଡରେ ପୁଲିସର ଏନକାଉଣ୍ଟର, ଦୁଇ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

The Sakala Picture
Published On

ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଇନସାସ ଓ ଏସଏଲଆର ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏସ୍‌ଓଜି(SOG) ଏବଂ ଡିଭିଏଫ୍‌ (DVF) ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଏଥିସହ କମ୍ବିଂ […]

ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ପୋଲିସର ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଇନସାସ ଓ ଏସଏଲଆର ରାଇଫଲ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏସ୍‌ଓଜି(SOG) ଏବଂ ଡିଭିଏଫ୍‌ (DVF) ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଏଥିସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଡିଜିପି ଅଭୟ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସୂଚନା ଅନୁଯାୟୀ, ତୁଳସୀ ପାହାଡ଼ରେ ପ୍ରାୟ ୩୦ରୁ ୪୦ ନକ୍ସଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ରୁ ଊର୍ଦ୍ଧ୍ୱ କ୍ୟାଡର ନକ୍ସଲ ଥିଲେ। ଏହି ନକ୍ସମାନେ ପ୍ରାୟ ୨ ଦିନରୁ ଊର୍ଦ୍ଧ୍ୱ ହେବ ସେଠାରେ ଶିବିର କରୁଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କୁ ସାମିଲ କରୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ପୁଲିସ୍‌ ସର୍ଚ୍ଚ ଅପରେସନ୍‌ କରିଥିଲା। ପୁଲିସ୍‌ର ସର୍ଚ୍ଚ ଅପରେସନ ବେଳେ ୩ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଲିପଲେଟ ଓ କିଟ୍‌ ବ୍ୟାଗ ମିଳିଛି। ପୁଳିସ୍‌ ପାଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି। ଏହାବାଦ ଲୁଚି ରହିଥିବା ନକ୍ସଲଙ୍କୁ ଖୋଜି ବାହାର କରିବାକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି ଅଭୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର