ଅବକାରୀ ବିଭାଗର ଚଢ଼ାଉ; ସାଢେ ୩ କିଲୋ ଅଫିମ ଜବତ, ୧ ଗିରଫ

The Sakala Picture
Published On

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩.୪ କିଲୋ ଅଫିମ ଜବତ ହୋଇଛି। ତାଙ୍କଠାରୁ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଡବଜାର ଅଞ୍ଚଳର ହାଡୁବନ୍ଧୁ ସାହୁ। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ହାଡୁବନ୍ଧୁ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ଚଲାଇ ଆସୁଥିବା ବେଳେ […]

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩.୪ କିଲୋ ଅଫିମ ଜବତ ହୋଇଛି। ତାଙ୍କଠାରୁ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଡବଜାର ଅଞ୍ଚଳର ହାଡୁବନ୍ଧୁ ସାହୁ। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଘଟଣାରୁ ପ୍ରକାଶ ଯେ, ହାଡୁବନ୍ଧୁ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ଚଲାଇ ଆସୁଥିବା ବେଳେ ଆଜି ମଧ୍ୟ ଏମକେସିଜି ମେଡିକାଲ କଲେଜ ପରିସରରେ ଅଫିମ ବ୍ୟବସାୟ କରୁଥିବା ଅବକାରୀ ବିଭାଗ ନିକଟକୁ ଖବର ଆସିଥିଲା। ତୁରନ୍ତ ଇବି ଏଣ୍ଡ ଆଇବି ଅଧିକାରୀ ହୃଦୟାନନ୍ଦ ସାମନ୍ତ ଟିମ୍‍ ସହ ସେଠାରେ ପହଞ୍ଚି ହାଡୁବନ୍ଧୁଙ୍କୁ ଗିରଫ କରିଥିଲେ। ଜବତ ଅଫିମ ଦାମ୍‍ ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସୂଚନାଯୋଗ୍ୟ ଯେ, ମେଡିକାଲ କଲେଜ ପରିସରରେ ଚଳିତ ବର୍ଷ ଜାନୁୟାରୀ ମାସ ୨୧ ତାରିଖ ସନ୍ଧ୍ୟା ୪ଟା ସମୟରେ ଆଙ୍କୁଲି ଅଞ୍ଚଳର ମଦନ ମୋହନ ଶବର ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ମେଡିକାଲ ପଡ଼ିଆ ନିକଟରେ ତାକୁ ଧରିଥିଲେ। ମଦନକୁ ଯାଞ୍ଚ ବେଳେ ତା ନିକଟରୁ ୪୫ ଗ୍ରାମ୍‍ ଓଜନର ବ୍ରାଉନ୍‍ ସୁଗାର ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ମେଡିକାଲ ପଡ଼ିଆକୁ ସହରର ବିଭିନ୍ନ ଅଞ୍ଚଳର ଯୁବକ ଏବଂ ଯୁବତୀମାନେ ଖେଳକୁଦ କରିବା ପାଇଁ ଆସିଥାନ୍ତି। ଫଳରେ ସକାଳ ଓ ସନ୍ଧ୍ୟା ସମୟରେ ଏଠାରେ ଜନଗହଳି ରହିଥାଏ। ଏହାର ସୁଯୋଗ ନେଇ କିଛି ନିଶା ବେପାରୀ ଏଠାକୁ ଆସି କିଛି ଯୁବକଙ୍କୁ ଏହି ନିଶା କାରବାରରେ ସମ୍ପୃକ୍ତ କରୁଥିବା ଅଭିଯୋଗ ହୋଇଛି। କେବଲ ଅଫିମ ଏବଂ ବ୍ରାଉନ୍‍ ସୁଗାର ନୁହେଁ ମେଡିକାଲ କଲେଜ ପଡ଼ିଆରେ ରାତି ସମୟରେ ଯୁବକମାନେ ଏକତ୍ରିତ ହୋଇ ପଡ଼ିଆ ମଝିକୁ ଯାଇ ମଦ ପିଇ ବୋତଲ ଗୁଡିକ ଭାଙ୍ଗି ପକାଉଛନ୍ତି। ଫଳରେ ସକାଳ ସମୟରେ ପ୍ରାତଃଭ୍ରମଣ ଏବଂ ଖେଳୁକୁଦ କରୁଥିବା ଲୋକଙ୍କ ପାଦରେ ଭଙ୍ଗା କାଚ ପଶି ରକ୍ତାକ୍ତ ମଧ୍ୟ ହେଉଛନ୍ତି। ମେଡିକାଲ ପଡ଼ିଆକୁ ରାତି ୭ଟା ପରେ ପୁଲିସ ପକ୍ଷରୁ ଚଢାଉ କରାଗଲେ ନିଶ୍ଚିତ ଭାବେ ଏଭଳି କାରବାର ବନ୍ଦ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

03 Apr 2021 By The Sakala

ଅବକାରୀ ବିଭାଗର ଚଢ଼ାଉ; ସାଢେ ୩ କିଲୋ ଅଫିମ ଜବତ, ୧ ଗିରଫ

ବ୍ରହ୍ମପୁର: ଅବକାରୀ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ଖେଳ ପଡ଼ିଆ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩.୪ କିଲୋ ଅଫିମ ଜବତ ହୋଇଛି। ତାଙ୍କଠାରୁ ୪୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଡବଜାର ଅଞ୍ଚଳର ହାଡୁବନ୍ଧୁ ସାହୁ। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ହାଡୁବନ୍ଧୁ ଦୀର୍ଘ ଦିନ ଧରି ଏହି ବ୍ୟବସାୟ ଚଲାଇ ଆସୁଥିବା ବେଳେ ଆଜି ମଧ୍ୟ ଏମକେସିଜି ମେଡିକାଲ କଲେଜ ପରିସରରେ ଅଫିମ ବ୍ୟବସାୟ କରୁଥିବା ଅବକାରୀ ବିଭାଗ ନିକଟକୁ ଖବର ଆସିଥିଲା। ତୁରନ୍ତ ଇବି ଏଣ୍ଡ ଆଇବି ଅଧିକାରୀ ହୃଦୟାନନ୍ଦ ସାମନ୍ତ ଟିମ୍‍ ସହ ସେଠାରେ ପହଞ୍ଚି ହାଡୁବନ୍ଧୁଙ୍କୁ ଗିରଫ କରିଥିଲେ। ଜବତ ଅଫିମ ଦାମ୍‍ ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ମେଡିକାଲ କଲେଜ ପରିସରରେ ଚଳିତ ବର୍ଷ ଜାନୁୟାରୀ ମାସ ୨୧ ତାରିଖ ସନ୍ଧ୍ୟା ୪ଟା ସମୟରେ ଆଙ୍କୁଲି ଅଞ୍ଚଳର ମଦନ ମୋହନ ଶବର ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ମେଡିକାଲ ପଡ଼ିଆ ନିକଟରେ ତାକୁ ଧରିଥିଲେ। ମଦନକୁ ଯାଞ୍ଚ ବେଳେ ତା ନିକଟରୁ ୪୫ ଗ୍ରାମ୍‍ ଓଜନର ବ୍ରାଉନ୍‍ ସୁଗାର ଜବତ ହୋଇଥିଲା।

ମେଡିକାଲ ପଡ଼ିଆକୁ ସହରର ବିଭିନ୍ନ ଅଞ୍ଚଳର ଯୁବକ ଏବଂ ଯୁବତୀମାନେ ଖେଳକୁଦ କରିବା ପାଇଁ ଆସିଥାନ୍ତି। ଫଳରେ ସକାଳ ଓ ସନ୍ଧ୍ୟା ସମୟରେ ଏଠାରେ ଜନଗହଳି ରହିଥାଏ। ଏହାର ସୁଯୋଗ ନେଇ କିଛି ନିଶା ବେପାରୀ ଏଠାକୁ ଆସି କିଛି ଯୁବକଙ୍କୁ ଏହି ନିଶା କାରବାରରେ ସମ୍ପୃକ୍ତ କରୁଥିବା ଅଭିଯୋଗ ହୋଇଛି। କେବଲ ଅଫିମ ଏବଂ ବ୍ରାଉନ୍‍ ସୁଗାର ନୁହେଁ ମେଡିକାଲ କଲେଜ ପଡ଼ିଆରେ ରାତି ସମୟରେ ଯୁବକମାନେ ଏକତ୍ରିତ ହୋଇ ପଡ଼ିଆ ମଝିକୁ ଯାଇ ମଦ ପିଇ ବୋତଲ ଗୁଡିକ ଭାଙ୍ଗି ପକାଉଛନ୍ତି। ଫଳରେ ସକାଳ ସମୟରେ ପ୍ରାତଃଭ୍ରମଣ ଏବଂ ଖେଳୁକୁଦ କରୁଥିବା ଲୋକଙ୍କ ପାଦରେ ଭଙ୍ଗା କାଚ ପଶି ରକ୍ତାକ୍ତ ମଧ୍ୟ ହେଉଛନ୍ତି। ମେଡିକାଲ ପଡ଼ିଆକୁ ରାତି ୭ଟା ପରେ ପୁଲିସ ପକ୍ଷରୁ ଚଢାଉ କରାଗଲେ ନିଶ୍ଚିତ ଭାବେ ଏଭଳି କାରବାର ବନ୍ଦ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର