ବୁର୍ଲା ଭୀମସାରରେ କରୋନା ଆତଙ୍କ, ୨୨ ଏମବିବିଏସ ଛାତ୍ରୀ କରୋନା ପଜିଟିଭ୍

The Sakala Picture
Published On

ସମ୍ବଲପୁର: ପୁଣି କ୍ୟାମ୍ପସରେ କରୋନା ଆତଙ୍କ । ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମିତ ହୋଇଥିବା ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ […]

ସମ୍ବଲପୁର: ପୁଣି କ୍ୟାମ୍ପସରେ କରୋନା ଆତଙ୍କ । ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମିତ ହୋଇଥିବା ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି । ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ନଭେମ୍ୱର ୨୨ ତାରିଖ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ୩୧ ହଜାର ୮୬୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୧ ହଜାର ୫୭୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ଜିଲ୍ଲାରେ ୫୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଅନ୍ୟପଟେ କୋଭିଡରେ ସଂକ୍ରମିତ ହୋଇ ଜିଲ୍ଲାରେ ୨୪୦ ଜଣ ପ୍ରାଣ ହରାଇଛନ୍ତି ।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

23 Nov 2021 By The Sakala

ବୁର୍ଲା ଭୀମସାରରେ କରୋନା ଆତଙ୍କ, ୨୨ ଏମବିବିଏସ ଛାତ୍ରୀ କରୋନା ପଜିଟିଭ୍

ସମ୍ବଲପୁର: ପୁଣି କ୍ୟାମ୍ପସରେ କରୋନା ଆତଙ୍କ । ବୁର୍ଲା ଭୀମସାରର ୨୨ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମିତ ହୋଇଥିବା ସମସ୍ତେ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି ।

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି । ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି ।

ନଭେମ୍ୱର ୨୨ ତାରିଖ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ୩୧ ହଜାର ୮୬୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୧ ହଜାର ୫୭୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ଜିଲ୍ଲାରେ ୫୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଅନ୍ୟପଟେ କୋଭିଡରେ ସଂକ୍ରମିତ ହୋଇ ଜିଲ୍ଲାରେ ୨୪୦ ଜଣ ପ୍ରାଣ ହରାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର