ବିମାନବନ୍ଦରରୁ ଧରାପଡ଼ିଲା ଆଉ ୨୦ କିଲୋ ସୁନା, ତଦନ୍ତ ଆରମ୍ଭ କଲା ସିଟି ଜିଏସ୍‌ଟି ବିଭାଗ

The Sakala Picture
Published On

ଭୁବନେଶ୍ୱର: ନିକଟ ଅତୀତରେ ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣ ସୁନା-ରୁପା ଜବତ ରହସ୍ୟ ଉପରୁ ପର୍ଦ୍ଦା ହଟିନଥିବା ବେଳେ ପୁଣି ବିମାନବନ୍ଦରରୁ ସୁନା ଅଳଙ୍କାର ଜବତ କରାଯାଇଛି। ଗୁରୁବାର ପୁଣି ୨୦ କିଲୋ ସୁନା ଅଳଙ୍କାରକୁ ଜବତ କରିଛି ସିଟି ଜିଏସ୍‌ଟି ସ୍କ୍ବାଡ୍ ଜବତ ସୁନା ଅଳଙ୍କାର ଭିତରୁ ୪କିଲୋ ସୁନାର ତଥ୍ୟ ପାଉନି ସିଟି ଜିଏସ୍‌ଟି ବିଭାଗ। ଟ୍ୟାକ୍ସ ଇନ୍‌ ଭଏସ ଓ ଉପଯୁକ୍ତ ବିଲ୍‌ ଦେଖାଇ ନପାରିବାରୁ ସୁନା ଅଳଙ୍କାରକୁ ଜବତ କରି ତଦନ୍ତ […]

ଭୁବନେଶ୍ୱର: ନିକଟ ଅତୀତରେ ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣ ସୁନା-ରୁପା ଜବତ ରହସ୍ୟ ଉପରୁ ପର୍ଦ୍ଦା ହଟିନଥିବା ବେଳେ ପୁଣି ବିମାନବନ୍ଦରରୁ ସୁନା ଅଳଙ୍କାର ଜବତ କରାଯାଇଛି। ଗୁରୁବାର ପୁଣି ୨୦ କିଲୋ ସୁନା ଅଳଙ୍କାରକୁ ଜବତ କରିଛି ସିଟି ଜିଏସ୍‌ଟି ସ୍କ୍ବାଡ୍ ଜବତ ସୁନା ଅଳଙ୍କାର ଭିତରୁ ୪କିଲୋ ସୁନାର ତଥ୍ୟ ପାଉନି ସିଟି ଜିଏସ୍‌ଟି ବିଭାଗ। ଟ୍ୟାକ୍ସ ଇନ୍‌ ଭଏସ ଓ ଉପଯୁକ୍ତ ବିଲ୍‌ ଦେଖାଇ ନପାରିବାରୁ ସୁନା ଅଳଙ୍କାରକୁ ଜବତ କରି ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ମିଳିଥିବା ତଥ୍ୟ ଅନୁଯାୟୀ, ମୁମ୍ବାଇରୁ ବିମାନରେ ସୁନାଗହଣା ଭୁବନେଶ୍ୱର ଆସିଥିବା ଜିଏସ୍‌ଟି ବିଭାଗ ଖବର ପାଇଥିଲା। ‘ସିକୁଏଲ ଲଜିଷ୍ଟିକ’ ନାମ ଏକ ସଂସ୍ଥା ସୁନା ନେଇ ଆସୁଥିଲା। ବିମାନବନ୍ଦର ସାମ୍‌ନାରେ ସିଟି ଜିଏସ୍‌ଟିର ଅଧିକାରୀମାନେ ଉକ୍ତ ଗାଡିକୁ ଅଟକାଇଥିଲା। ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ୨୦ କିଲୋ ସୁନା ଅଳଙ୍କାର ମିଳିଥିଲା। ସେଥିରୁ ୪ କିଲୋର ହିସାବ ମିଳି ପାରୁନଥିଲେ। ତେଣୁ ଏହା ଉପରେ ମୋଟା ଅଙ୍କର ଜରିମାନା ପକାଇବା ଲାଗି ଯୋଜନା ହୋଇଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଜବତ କରାଯାଇଥିବା ସୁନା ଅଳଙ୍କାର ଭୁବନେଶ୍ୱର ପ୍ରତିଷ୍ଠିତ ଅଳଙ୍କାର ଦୋକାନୀଙ୍କ ନିକଟକୁ ଆସିଥିବା ଜଣାପଡ଼ିଛି। ତେଣୁ ସୁନା ଦୋକାନୀଙ୍କୁ ବିଲ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଆଣିବାକୁ କୁହାଯାଇଛି। ଯାଞ୍ଚ କରିବା ପରେ ଟିକସ ଫାଙ୍କିବା ଲାଗି ସୁନା ଅଳଙ୍କାର ପରିବହନ ଲାଗି କାଗଜପତ୍ରକୁ ଜାଲିଆତି କରାଯାଇଥିବା ସିଟି ଜିଏସ୍‌ଟି ଜାଣିବାକୁ ପାଇଥିଲା।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦୁଇଟି ପରିବହନ ସଂସ୍ଥା ଜରିଆରେ ମୁମ୍ୱଇରୁ ଭୁବନେଶ୍ୱରକୁ ସୁନା ରୁପା ଆସୁଥିବା ବେଳେ ସିଟି ଜିଏସ୍‌ଟି ବିମାନ ବନ୍ଦର ନିକଟରେ ଚଢ଼ଉ କରି ଦୁଇଟି ଗାଡ଼ିରୁ ପ୍ରାୟ ୮୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୁପା ଜବତ କରିଥିଲା। ଗାଡ଼ିରେ ଥିବା ୪ ଯୁବକଙ୍କୁ ଅଟକ ରଖି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଥିଲା। ରାଜଧାନୀର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଏହାକୁ ୨୦ ଜଣ ଛୋଟ ବ୍ୟବସାୟୀଙ୍କ ନାମରେ ଆଣିଥିବା ଜଣାପଡ଼ିଥିଲା। ଯାଞ୍ଚ କରିବା ପରେ ଟିକସ ଫାଙ୍କିବା ଲାଗି ସୁନା ଓ ରୁପା ପରିବହନ ଲାଗି କାଗଜପତ୍ରକୁ ଜାଲିଆତି କରାଯାଇଥିବା ସିଟି ଜିଏସ୍‌ଟି ଜାଣିବାକୁ ପାଇଥିଲା। ଯେଉଁଥିରେ ଅଢେଇ କିଲୋ ସୁନା ଅଳଙ୍କାରର ତଥ୍ୟ ପାଇ ନଥିଲା ସିଟି ଜିଏସଟି।

13 Sep 2024 By The Sakala

ବିମାନବନ୍ଦରରୁ ଧରାପଡ଼ିଲା ଆଉ ୨୦ କିଲୋ ସୁନା, ତଦନ୍ତ ଆରମ୍ଭ କଲା ସିଟି ଜିଏସ୍‌ଟି ବିଭାଗ

ଭୁବନେଶ୍ୱର: ନିକଟ ଅତୀତରେ ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ପରିମାଣ ସୁନା-ରୁପା ଜବତ ରହସ୍ୟ ଉପରୁ ପର୍ଦ୍ଦା ହଟିନଥିବା ବେଳେ ପୁଣି ବିମାନବନ୍ଦରରୁ ସୁନା ଅଳଙ୍କାର ଜବତ କରାଯାଇଛି। ଗୁରୁବାର ପୁଣି ୨୦ କିଲୋ ସୁନା ଅଳଙ୍କାରକୁ ଜବତ କରିଛି ସିଟି ଜିଏସ୍‌ଟି ସ୍କ୍ବାଡ୍ ଜବତ ସୁନା ଅଳଙ୍କାର ଭିତରୁ ୪କିଲୋ ସୁନାର ତଥ୍ୟ ପାଉନି ସିଟି ଜିଏସ୍‌ଟି ବିଭାଗ। ଟ୍ୟାକ୍ସ ଇନ୍‌ ଭଏସ ଓ ଉପଯୁକ୍ତ ବିଲ୍‌ ଦେଖାଇ ନପାରିବାରୁ ସୁନା ଅଳଙ୍କାରକୁ ଜବତ କରି ତଦନ୍ତ କରାଯାଉଛି।

ମିଳିଥିବା ତଥ୍ୟ ଅନୁଯାୟୀ, ମୁମ୍ବାଇରୁ ବିମାନରେ ସୁନାଗହଣା ଭୁବନେଶ୍ୱର ଆସିଥିବା ଜିଏସ୍‌ଟି ବିଭାଗ ଖବର ପାଇଥିଲା। ‘ସିକୁଏଲ ଲଜିଷ୍ଟିକ’ ନାମ ଏକ ସଂସ୍ଥା ସୁନା ନେଇ ଆସୁଥିଲା। ବିମାନବନ୍ଦର ସାମ୍‌ନାରେ ସିଟି ଜିଏସ୍‌ଟିର ଅଧିକାରୀମାନେ ଉକ୍ତ ଗାଡିକୁ ଅଟକାଇଥିଲା। ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ୨୦ କିଲୋ ସୁନା ଅଳଙ୍କାର ମିଳିଥିଲା। ସେଥିରୁ ୪ କିଲୋର ହିସାବ ମିଳି ପାରୁନଥିଲେ। ତେଣୁ ଏହା ଉପରେ ମୋଟା ଅଙ୍କର ଜରିମାନା ପକାଇବା ଲାଗି ଯୋଜନା ହୋଇଛି।

ଜବତ କରାଯାଇଥିବା ସୁନା ଅଳଙ୍କାର ଭୁବନେଶ୍ୱର ପ୍ରତିଷ୍ଠିତ ଅଳଙ୍କାର ଦୋକାନୀଙ୍କ ନିକଟକୁ ଆସିଥିବା ଜଣାପଡ଼ିଛି। ତେଣୁ ସୁନା ଦୋକାନୀଙ୍କୁ ବିଲ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଆଣିବାକୁ କୁହାଯାଇଛି। ଯାଞ୍ଚ କରିବା ପରେ ଟିକସ ଫାଙ୍କିବା ଲାଗି ସୁନା ଅଳଙ୍କାର ପରିବହନ ଲାଗି କାଗଜପତ୍ରକୁ ଜାଲିଆତି କରାଯାଇଥିବା ସିଟି ଜିଏସ୍‌ଟି ଜାଣିବାକୁ ପାଇଥିଲା।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦୁଇଟି ପରିବହନ ସଂସ୍ଥା ଜରିଆରେ ମୁମ୍ୱଇରୁ ଭୁବନେଶ୍ୱରକୁ ସୁନା ରୁପା ଆସୁଥିବା ବେଳେ ସିଟି ଜିଏସ୍‌ଟି ବିମାନ ବନ୍ଦର ନିକଟରେ ଚଢ଼ଉ କରି ଦୁଇଟି ଗାଡ଼ିରୁ ପ୍ରାୟ ୮୦ କେଜି ସୁନା ଓ ୨ କ୍ୱିଣ୍ଟାଲ ରୁପା ଜବତ କରିଥିଲା। ଗାଡ଼ିରେ ଥିବା ୪ ଯୁବକଙ୍କୁ ଅଟକ ରଖି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଥିଲା। ରାଜଧାନୀର ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଏହାକୁ ୨୦ ଜଣ ଛୋଟ ବ୍ୟବସାୟୀଙ୍କ ନାମରେ ଆଣିଥିବା ଜଣାପଡ଼ିଥିଲା। ଯାଞ୍ଚ କରିବା ପରେ ଟିକସ ଫାଙ୍କିବା ଲାଗି ସୁନା ଓ ରୁପା ପରିବହନ ଲାଗି କାଗଜପତ୍ରକୁ ଜାଲିଆତି କରାଯାଇଥିବା ସିଟି ଜିଏସ୍‌ଟି ଜାଣିବାକୁ ପାଇଥିଲା। ଯେଉଁଥିରେ ଅଢେଇ କିଲୋ ସୁନା ଅଳଙ୍କାରର ତଥ୍ୟ ପାଇ ନଥିଲା ସିଟି ଜିଏସଟି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର