ଶିମିଳିପାଳରୁ ୨ ଶିକାରୀ ଗିରଫ : ୨ ବନ୍ଧୁକ, ବିସ୍ଫୋରକ ଓ ଜିଲେଟିନଗୁଣ୍ଡ ଜବତ

The Sakala Picture
Published On

ଖୁଣ୍ଟା  : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତିରେ ବନ୍ୟପ୍ରାଣୀ ଶିକାର ଉଦ୍ୟମ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଦୁଇ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡ଼ିଛି। ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧିନରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତ୍ରୀ ସମୟରେ ଦୁଇଜଣ ଶିକାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଧରି ସପନଚୁଆ ଗ୍ରାମପଟୁ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ରାତ୍ର ପେଟ୍ରୋଲିଂରେ ଥିବା ବହଳଦା ଓ ସପନଚୁଆ ବନ୍ୟପ୍ରାଣୀ ଫରେଷ୍ଟ ବିଟ୍ […]

ଖୁଣ୍ଟା  : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତିରେ ବନ୍ୟପ୍ରାଣୀ ଶିକାର ଉଦ୍ୟମ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଦୁଇ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡ଼ିଛି। ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧିନରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତ୍ରୀ ସମୟରେ ଦୁଇଜଣ ଶିକାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଧରି ସପନଚୁଆ ଗ୍ରାମପଟୁ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ରାତ୍ର ପେଟ୍ରୋଲିଂରେ ଥିବା ବହଳଦା ଓ ସପନଚୁଆ ବନ୍ୟପ୍ରାଣୀ ଫରେଷ୍ଟ ବିଟ୍ ର କର୍ମଚାରୀ ମାନେ ଅଭୟାରଣ୍ୟର କମ୍ପାଟମେଣ୍ଟ -୫ ନିକଟରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲା।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ପରେ ବନ କର୍ମଚାରୀ ମାନେ ଦୁଇଜଣ ଶିକାରୀଙ୍କୁ ୨ ଗୋଟି ଗୁଳି ଭର୍ତ୍ତି ବନ୍ଧୁକ ସହ କାବୁ କରିବାରେ ସକ୍ଷମ ହୋଇ ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଗିରଫ ଶିକାରୀ ମାନେ ସପନଚୁଆ ଗ୍ରାମ ପଞ୍ଚାୟତ ଅଧୀନ ଜୁରାଡିହି ଗ୍ରାମର ନନ୍ଦ ସିଂ (୫୫), ଭୀମ ସିଂ (୧୮) ହୋଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇ ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ୫୦ ଗ୍ରାମ ବିସ୍ଫୋରକ , ୧୦ ଗ୍ରାମ ଓଜନର ଜିଲେଟିନ ଗୁଣ୍ଡ , ୩୦ ଗୋଟି ସାଇକେଲବଲ ଇତ୍ୟାଦି ସାମଗ୍ରୀ ଜବତ କରାଯାଇଥିବା ବେଳେ ବନ ବିଭାଗ ଗିରଫ ଶିକାରୀ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

14 Oct 2022 By The Sakala

ଶିମିଳିପାଳରୁ ୨ ଶିକାରୀ ଗିରଫ : ୨ ବନ୍ଧୁକ, ବିସ୍ଫୋରକ ଓ ଜିଲେଟିନଗୁଣ୍ଡ ଜବତ

ଖୁଣ୍ଟା  : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତିରେ ବନ୍ୟପ୍ରାଣୀ ଶିକାର ଉଦ୍ୟମ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଦୁଇ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡ଼ିଛି। ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧିନରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ଗୁରୁବାର ରାତ୍ରୀ ସମୟରେ ଦୁଇଜଣ ଶିକାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଧରି ସପନଚୁଆ ଗ୍ରାମପଟୁ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ରାତ୍ର ପେଟ୍ରୋଲିଂରେ ଥିବା ବହଳଦା ଓ ସପନଚୁଆ ବନ୍ୟପ୍ରାଣୀ ଫରେଷ୍ଟ ବିଟ୍ ର କର୍ମଚାରୀ ମାନେ ଅଭୟାରଣ୍ୟର କମ୍ପାଟମେଣ୍ଟ -୫ ନିକଟରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଯାଇଥିବା ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲା।

ପରେ ବନ କର୍ମଚାରୀ ମାନେ ଦୁଇଜଣ ଶିକାରୀଙ୍କୁ ୨ ଗୋଟି ଗୁଳି ଭର୍ତ୍ତି ବନ୍ଧୁକ ସହ କାବୁ କରିବାରେ ସକ୍ଷମ ହୋଇ ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ଗିରଫ ଶିକାରୀ ମାନେ ସପନଚୁଆ ଗ୍ରାମ ପଞ୍ଚାୟତ ଅଧୀନ ଜୁରାଡିହି ଗ୍ରାମର ନନ୍ଦ ସିଂ (୫୫), ଭୀମ ସିଂ (୧୮) ହୋଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇ ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ୫୦ ଗ୍ରାମ ବିସ୍ଫୋରକ , ୧୦ ଗ୍ରାମ ଓଜନର ଜିଲେଟିନ ଗୁଣ୍ଡ , ୩୦ ଗୋଟି ସାଇକେଲବଲ ଇତ୍ୟାଦି ସାମଗ୍ରୀ ଜବତ କରାଯାଇଥିବା ବେଳେ ବନ ବିଭାଗ ଗିରଫ ଶିକାରୀ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର