ନୂଆ ଡ୍ରେସ୍‌ କିଣିବାକୁ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷର ନାବାଳକ ପୁଅ

The Sakala Picture
Published On

କେନ୍ଦୁଝର: ନାବାଳକ ପୁଅର ନାରକୀୟ କାଣ୍ଡ । ନୂଆ ଡ୍ରେସ୍‌ କିଣିବାକୁ ମାଆ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷର ନାବାଳକ ପୁଅ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଉପରବରଡ଼ା ଗାଁରେ । ପୁଅ ମାଆକୁ ନୂଆ ଡ୍ରେସ୍‌ କିଣିବାକୁ ଟଙ୍କା ମାଗିଥିଲା କିନ୍ତୁ ମାଆ ଟଙ୍କା ଦେବାକୁ ମାନ କରିଦେବାରୁ ୧୦ ବର୍ଷର ପୁଅ ମାକୁ ଟାଙ୍ଗିଆରେ ହାଣି ମାରିଦେଇଛି। ନିଜ ମାକୁ […]

କେନ୍ଦୁଝର: ନାବାଳକ ପୁଅର ନାରକୀୟ କାଣ୍ଡ । ନୂଆ ଡ୍ରେସ୍‌ କିଣିବାକୁ ମାଆ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ୧୦ ବର୍ଷର ନାବାଳକ ପୁଅ। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଉପରବରଡ଼ା ଗାଁରେ । ପୁଅ ମାଆକୁ ନୂଆ ଡ୍ରେସ୍‌ କିଣିବାକୁ ଟଙ୍କା ମାଗିଥିଲା କିନ୍ତୁ ମାଆ ଟଙ୍କା ଦେବାକୁ ମାନ କରିଦେବାରୁ ୧୦ ବର୍ଷର ପୁଅ ମାକୁ ଟାଙ୍ଗିଆରେ ହାଣି ମାରିଦେଇଛି। ନିଜ ମାକୁ ମାରିବା ପରେ ନିଜେ ଯାଇ ଗାଁ ଲୋକଙ୍କୁ ହତ୍ୟା କରିଥିବା ନେଇ ଖବର ଦେଇଥିଲା। ଏହାପରେ ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନାବାଳକ ପୁଅକୁ ଥାନାରେ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

ଘଟଣାନେଇ ପୁଲିସ କହିବା ଅନୁସାରେ ଉପରବରଡ଼ା ଗାଁର ମଙ୍ଗୁଳି ସାଆନ୍ତଙ୍କ ୧୦ ବର୍ଷର ପୁଅ ଗୁରୁବାର ସନ୍ଧ୍ୟାରେ ମା’ଙ୍କୁ କହିଥିଲା ଯେ, ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି। ମୋ ପାଇଁ ମଧ୍ୟ ନୂଆ ଡ୍ରେସ୍‌ ଦରକାର। ଏଥି ପାଇଁ ସେ ମା’ଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ମଙ୍ଗୁଳି ସାଆନ୍ତ ଗରିବ ଶ୍ରେଣୀର ହୋଇଥିବା ତାଙ୍କ ପାଖରେ ପୁଅର ଡ୍ରେସ୍‌ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ସେ ପୁଅକୁ ଟଙ୍କା ଦେଇ ପାରି ନଥିଲା। ମା’ ଯେତେଯାହା ବୁଝାଇଲା ପରେ ମଧ୍ୟ ନାବାଳକ ପୁଅ କିଛି ଶୁଣି ନଥିଲା। ବରଂ ମା’ଙ୍କ ସହିତ ଯୁକ୍ତିତର୍କ କରିଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁଜରାଟରୁ ଆସିଲେ ୧୪ଟି ବିଦେଶୀ ପ୍ରଜାତିର ୫୮ଟି ବନ୍ୟଜନ୍ତୁ

ଶେଷରେ ଉତ୍ତେଜିତ ହୋଇ ଘର ଭିତରୁ ଏକ ଟାଙ୍ଗିଆ ଆଣି ମା’ଙ୍କ ଉପରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ମା’ଙ୍କୁ ହତ୍ୟା କରିସାରିବା ପରେ ପୁଅ ଗାଁରେ ଯାଇ ଅନ୍ୟମାନଙ୍କୁ ଏବାବଦରେ ଖବର ଦେଇଥିଲା। ଗାଁ ଲୋକ ନୟାକୋଟ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇଁ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର