ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା, ଖୁବ୍‌ଶୀଘ୍ର ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା। ଉନ୍ନତ ହେବ ଶୈକ୍ଷିକ ବାତାବରଣ। ରୁଦ୍ଧିମନ୍ତ ହେବ ଶିକ୍ଷାର ମାନ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା। ଉନ୍ନତ ହେବ ଶୈକ୍ଷିକ ବାତାବରଣ। ରୁଦ୍ଧିମନ୍ତ ହେବ ଶିକ୍ଷାର ମାନ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ପ୍ରତି ୨୦୨୩ ମସିହାରେ ପ୍ରକାଶ ପାଇଥିବା ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ନୂତନ ନିଯୁକ୍ତି ଫଳରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦ ପୂରଣ ହୋଇପାରିବ ବୋଲି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ସୂଚନାଯୋଗ୍ୟ, ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ଦିଆଯିବ। ପ୍ରଥମ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଦ୍ୱିତୀୟ ବର୍ଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ଏହି ସମସ୍ତ କନିଷ୍ଠ ଶିକ୍ଷକ ଜିଲ୍ଲା ପରିଷଦ ଅଧୀନରେ ରହିବେ। ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ପାରିଶ୍ରମିକ ପ୍ରଦାନ କରାଯିବ। ବାର୍ଷିକ ଚୁକ୍ତି ସରିବା ପରେ ଜିଲ୍ଲା ପରିଷଦ ପକ୍ଷରୁ ତାକୁ ନବୀକରଣ କରାଯିବ। ଦକ୍ଷତା ଭିତ୍ତିରେ ଏହାର ନବୀକରଣ କରାଯିବ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏହି ଦକ୍ଷତା ପ୍ରମାଣ ପତ୍ର ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

05 Mar 2024 By The Sakala

ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା, ଖୁବ୍‌ଶୀଘ୍ର ଆଉ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଆହୁରି ସୁଦୃଢ଼ ହେବ ଶିକ୍ଷା ବ୍ୟବସ୍ଥା। ଉନ୍ନତ ହେବ ଶୈକ୍ଷିକ ବାତାବରଣ। ରୁଦ୍ଧିମନ୍ତ ହେବ ଶିକ୍ଷାର ମାନ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱାରୋପ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଆଉ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦରେ ନିଯୁକ୍ତି ଦେବାପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି।

ସମ୍ପ୍ରତି ୨୦୨୩ ମସିହାରେ ପ୍ରକାଶ ପାଇଥିବା ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ନୂତନ ନିଯୁକ୍ତି ଫଳରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦ ପୂରଣ ହୋଇପାରିବ ବୋଲି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ସୂଚନାଯୋଗ୍ୟ, ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌) ପଦ ପାଇଁ ନିଯୁକ୍ତି ଦିଆଯିବ। ପ୍ରଥମ ବର୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଦ୍ୱିତୀୟ ବର୍ଗରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ଏହି ସମସ୍ତ କନିଷ୍ଠ ଶିକ୍ଷକ ଜିଲ୍ଲା ପରିଷଦ ଅଧୀନରେ ରହିବେ। ସମସ୍ତ ଶିକ୍ଷକଙ୍କୁ ନିର୍ଦ୍ଧାରିତ ପାରିଶ୍ରମିକ ପ୍ରଦାନ କରାଯିବ। ବାର୍ଷିକ ଚୁକ୍ତି ସରିବା ପରେ ଜିଲ୍ଲା ପରିଷଦ ପକ୍ଷରୁ ତାକୁ ନବୀକରଣ କରାଯିବ। ଦକ୍ଷତା ଭିତ୍ତିରେ ଏହାର ନବୀକରଣ କରାଯିବ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏହି ଦକ୍ଷତା ପ୍ରମାଣ ପତ୍ର ପ୍ରଦାନ କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର