Tuesday Horoscope: ମଙ୍ଗଳବାର ରାଶିଫଳ ( ୨୦-୦୧-୨୦୨୬ )

Madhusudan Das Picture
Published On

ମେଷ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ହେବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୦୩-୦୩-୨୦୨୬ )

ବୃଷ: ବିବାହ ପ୍ରସ୍ତାବ ସ୍ଥିର ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। କୋର୍ଟ ମାମଲାରେ ସଫଳତା ହାସଲ କରିବେ। ମହିଳାମାନେ କିଣାକିଣିରେ ଅଧିକ ଖର୍ଚ୍ଚ କରିବେ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୩-୨୦୨୬ )

ମିଥୁନ: ରାଜନୀତିରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବାଦବିବାଦ ତଥା ଧାରକରଜରୁ ଦୂରେଇ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୮-୦୨-୨୦୨୬)

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଏକାଗ୍ରତାର ସହ କାମ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ।

ସିଂହ: ବନ୍ଧୁ ମିଳନ ଯୋଗ ଅଛି। ଘରେ ପୂଜାପାଠ ଆୟୋଜନ କରିବେ। ପ୍ରେମ ସମ୍ବନ୍ଧରେ ତିକ୍ତତା ଦେଖା ଦେବ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦୂର ହେବ।

କନ୍ୟା: ଭାଇଭଉଣୀଙ୍କ ମଧ୍ୟରେ ଭୁଲ ବୁଝମଣା ଦୂର ହେବ। ନିବେଶ ପାଇଁ ଅନୁକୂଳ ସମୟ ନୁହେଁ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଉଚିତ ଫଳ ମିଳିବ।

ତୁଳା: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ସରକାରୀ ଚାକିରି ପାଇଁ ସମୟ ଲାଗିବ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବ।

ବିଛା: ଅଫିସ୍‌ କାର୍ଯ୍ୟ ଠିକ୍‌ ସମୟରେ ପୂରା କରିବେ। ବରିଷ୍ଠ ଅଧିକାରୀ କାମ ପାଇଁ ପ୍ରଶଂସା କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ତୈଳାକ୍ତ ଖାଦ୍ୟ ପଦାର୍ଥରୁ ଦୂରେଇ ରହିବେ।

ଧନୁ: ଶାନ୍ତ ମନରେ କାର୍ଯ୍ୟ କରିବେ। ବ୍ୟବସାୟରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାର ସଦସ୍ୟଙ୍କୁ ସମୟ ଦେବେ।

ମକର: ପୁରୁଣା ବନ୍ଧୁଙ୍କ ସହ ଦେଖାସାକ୍ଷାତ ହେବ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବନ୍ଧୁଙ୍କ ସହ ଆଲୋଚନା କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।

କୁମ୍ଭ: ଇଚ୍ଛା ପୂରଣ ହେବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ବିରୋଧୀଙ୍କଠାରୁ ଦୂରେଇ ରହିବେ। ଅଧିକ ଖର୍ଚ୍ଚାନ୍ତ ହେବେ।

ମୀନ: ମନ ପ୍ରସନ୍ନ ରହିବ। ନୂଆ ଯୋଜନା ସହ କାମ ଆରମ୍ଭ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସାଙ୍ଗସାଥୀଙ୍କ ସହିତ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp