ମଙ୍ଗଳବାର ରାଶିଫଳ ( ୧୧-୧୧-୨୦୨୫ )

Madhusudan Das Picture
Published On

ମେଷ: ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ଆର୍ଥିକ ସମସ୍ୟା ଦେଖା ଦେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ଆହୁରି ପଢ଼ନ୍ତୁ: ବୁଧବାର ରାଶିଫଳ ( ୦୫-୧୧-୨୦୨୫ )

ବୃଷ: ଘରକୁ ନୂଆ ଜିନିଷ ଆଣିବେ। ଭାବିଚିନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ନେବେ। ଆର୍ଥିକ କାରବାରରେ ଲାଭ ମିଳିବ। ଦୀର୍ଘଦିନର ସମସ୍ୟାର ସମାଧାନ ହେବ।

ଆହୁରି ପଢ଼ନ୍ତୁ: ଶନିବାର ରାଶିଫଳ (୦୮-୧୧-୨୦୨୫)

ମିଥୁନ: ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ବାଦବିବାଦରୁ ଦୂରେଇ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପରିଶ୍ରମ କରିବେ। 

ଆହୁରି ପଢ଼ନ୍ତୁ: ଶୁକ୍ରବାର ରାଶିଫଳ ( ୦୭-୧୧-୨୦୨୫ )

କର୍କଟ: ଅଚାନକ ସମସ୍ୟାରେ ପଡ଼ିପାରନ୍ତି। ଇଷ୍ଟ ଦେବଙ୍କୁ ସ୍ମରଣ କରିବେ। ସୃଜନାତ୍ମକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳ ହେବେ। ଜମି କିଣିବା ଯୋଗ ଅଛି। 

ସିଂହ: ଦିନଟି ହସଖୁସିରେ କଟିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ପ୍ରେମ ମାମଲାରେ ଦିନଟି ଭଲ। ବନ୍ଧୁଙ୍କ କଥା ଆଘାତ ଦେଇପାରେ।  ପିଲାମାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଯୋଜନା କରିବେ।  

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ରୋଗମୁକ୍ତ ହେବେ। ପରିବାର ସଦସ୍ୟଙ୍କ ମନ ଜିଣିବେ। ନିଯୁକ୍ତିକୁ ନେଇ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  

ତୁଳା: ବ୍ୟବସାୟରେ ଲାଭ ହେବ। ପାରିବାରିକ ବିବାଦ ଦେଖା ଦେବ। ଜୀବନସାଥୀଙ୍କ ସହ ନୂଆ ସ୍ଥାନ ବୁଲିବାକୁ ଯିବେ। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଯାତ୍ରା ଲାଭଦାୟକ ହେବ। 

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରିବେ। ସନ୍ତାନଙ୍କ ସହ ବୁଲିବାକୁ ଯିବେ। ବନ୍ଧୁମିଳନ ଯୋଗ ଅଛି। ମାଲିମକଦ୍ଦମା ଲାଗି ସମୟ ଅନୁକୂଳ ନୁହେଁ। ଦାନ ଧର୍ମ କରିବେ।

ଧନୁ: ଯୋଜନାମୁତାବକ ସମସ୍ତ କାର୍ଯ୍ୟ କରିବେ। ଚିନ୍ତାଗ୍ରସ୍ତ ରହିପାରନ୍ତି। ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। 

ମକର: ଆଣ୍ଠୁଗଣ୍ଠି ସମସ୍ୟା ଦେଖା ଦେବ। ସମୟର ସଠିକ ଉପଯୋଗ କରିବେ। ସମ୍ପର୍କୀୟଙ୍କ ସହଯୋଗ ମିଳିବ। ଯାନବାହନ ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବେ। 

କୁମ୍ଭ: ପରିବାର ସଦସ୍ୟଙ୍କ ସହିତ ହସ ଖୁସିରେ ସମୟ ବିତାଇବେ।  ଅଫିସ୍‌ରେ କାର୍ଯ୍ୟଭାର କମ୍ ହେବ। ବୈବାହିକ ଜୀବନ ମଜଭୁତ୍‌ ହେବ। ଆୟ ଅନୁସାରେ ଖର୍ଚ୍ଚ କରିବେ।  

ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। 

Join Us @ WhatsApp

About The Author

Google News
Join Us @ WhatsApp