ମନୋରଞ୍ଜନ
ଓଡ଼ିଶା
ଶନିବାର ରାଶିଫଳ (୦୮-୧୧-୨୦୨୫)
ମେଷ: ଅଚାନକ ଖୁସି ଖବର ପାଇ ପାରନ୍ତି। ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। କର୍ମଚଞ୍ଚଳ ରହିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଆୟ ଓ ବ୍ୟୟ ସମାନ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ।
ବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ନୂଆ ବ୍ୟବସାୟ ଆରମ୍ଭ କରିବେ। ଆଇଟି କର୍ମଚାରୀଙ୍କ ପଦୋନ୍ନତି ହୋଇପାରେ।
ମିଥୁନ: କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପରିବାର ପାଇଁ ସମୟ ବାହାର କରିପାରନ୍ତି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ବହୁତ ଭଲ। ନିବେଶରୁ ଲାଭ ପାଇବେ। ମହିଳାମାନେ ଘରକାମରେ ବ୍ୟସ୍ତ ରହିପାରନ୍ତି।
କର୍କଟ: ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ। ଅଯଥା ଖର୍ଚ୍ଚ ବଢ଼ିବ।
ସିଂହ: ବ୍ୟବସାୟ ପାଇଁ ଚିନ୍ତାରେ ରହିବେ। ଅର୍ଥ ନିବେଶରୁ ଦୂରେଇ ରହିବେ। ନୂଆ କାମ ପାଇଁ ଉପଯୁକ୍ତ ସମୟ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ଅଫିସ୍ କାମ ପାଇଁ ଦୂରସ୍ଥାନ ଯାତ୍ରା କରିପାରନ୍ତି।
କନ୍ୟା: ଆର୍ଥିକ ସମସ୍ୟା ଦେଖା ଦେବ। ଚକ୍ଷୁ ଜନିତ ସମସ୍ୟା ଦେଖାଦେବ। ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ। ଯାନବାହନ କ୍ରୟ କରିପାରନ୍ତି।
ତୁଳା: ମନ ପ୍ରସନ୍ନ ରହିବ। ଦିନଟି ଶୁଭଫଳ ପ୍ରଦାନ କରିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମନରୁ ନକାରାତ୍ମକ ଚିନ୍ତାଧାର ଦୂର ହେବ। ଅଯଥା ବିବାଦରେ ଛନ୍ଦି ହୋଇପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ।
ବିଛା: ମତଭେଦ ସୃଷ୍ଟି ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ତିକ୍ତତା ଆସିପାରେ। ପରିବାର ଲୋକଙ୍କ ସହ ସମୟ ଅତିବାହିତ ହେବ।
ଧନୁ: ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ। ଆୟ ଓ ବ୍ୟୟ ସମାନ ରହିବ।
ମକର: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦାନଧର୍ମ କରିବେ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ: ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ। ମହିଳାମାନେ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିବେ।
ମୀନ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଅସହାୟଙ୍କୁ ସାହାଯ୍ୟ କରିବେ। ଦୀର୍ଘ ଦିନର ଆଶା ପୂରଣ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟରେ କଳହ ସୃଷ୍ଟି ହୋଇପାରେ।





