Monday Horoscope: ସୋମବାର ରାଶିଫଳ ( ୦୨-୦୨-୨୦୨୬ )

Madhusudan Das Picture
Published On

ମେଷ: ଆଜିଦିନଟି ଶୁଭଫଳ ପ୍ରଦାନ କରିବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ପ୍ରେମ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଆୟ ଓ ବ୍ୟୟ ସମାନ ରହିବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୬-୦୧-୨୦୨୬ )

ବୃଷ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୯-୦୧-୨୦୨୬ )

ମିଥୁନ: ଅଚାନକ ଖୁସି ଖବର ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ସହକର୍ମୀଙ୍କ ସହଯୋଗରୁ ଅଫିସ୍ କାର୍ଯ୍ୟରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଫେବୃଆରୀ ମାସରେ ସୂର୍ଯ୍ୟଙ୍କ ମହାଗୋଚର: ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ, ମିଳିବ ପ୍ରଚୁର ଧନ ଓ ସମ୍ମାନ

କର୍କଟ: ବନ୍ଧୁ ତଥା ଭାଇଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଅଫିସ୍‌ରେ  ସହକର୍ମୀଙ୍କ ସହଯୋଗରେ ଆଗକୁ ବଢ଼ିବେ।  

ସିଂହ: କର୍ମ ଚଞ୍ଚଳ ରହିବେ। ଆୟଠୁ ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘର ପାଇଁ ନୂଆ ଜିନିଷ କିଣିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ। 

କନ୍ୟା: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ରାଜନୀତିରେ ସାମିଲ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନରେ ସମସ୍ୟା ଆସିବ। ଅତିଥି ସତ୍କାର କରିପାରନ୍ତି।

ତୁଳା: ଅଫିସ୍‌ କାର୍ଯ୍ୟରେ ବିଦେଶ ଯାତ୍ରା ଯୋଗ ଅଛି। ଧାରକରଜରୁ ଦୂରେଇ ରହିବେ। ମାଆଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।  

ବିଛା: ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମନ ପ୍ରସନ୍ନ ରହିବ। ପ୍ରେମ ସମ୍ବନ୍ଧ ମଜଭୁତ୍‌ ହେବ। ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ।

ଧନୁ: ନିବେଶରୁ ଲାଭ ମିଳିବ। କାର୍ଯ୍ୟରୁ ଆଶାଜନକ ଫଳ ମିଳିବ। ଆତ୍ମବିଶ୍ବାସର ସହ କାର୍ଯ୍ୟ ସମ୍ପାଦନ କରିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଯୋଜନା ମୁତାବକ କାମ କଲେ ଭଲ।

ମକର: ଶାରୀରିକ ଯନ୍ତ୍ରଣା ଭୋଗିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବୁଲାବୁଲି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଖେଳାଳିଙ୍କୁ ସଫଳତା ମିଳିବ। ବ୍ୟବସାୟରେ କ୍ଷତି ଘଟିବ।  

କୁମ୍ଭ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଧାର୍ମିକ କାର୍ଯ୍ୟ କରିବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗ ଦେବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଦୂରଯାତ୍ରାକୁ ଯିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp