Thursday Horoscope: ଗୁରୁବାର ରାଶିଫଳ (୧୫-୧୦-୨୦୨୬)
ମେଷ: ପ୍ରତିକୂଳ ପରିସ୍ଥିତିରେ ଭୟ କରନ୍ତୁନି। ଧାର୍ମିକ ସମାବେଶରେ ସାମିଲ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରୁ ସଫଳତା ମିଳିବ। ଉଧାର ଟଙ୍କା ଫେରି ପାଇବେ । ଦୀର୍ଘ ଦିନର ଆଶା ପୂରଣ ହେବ।
ବୃଷ: ଲୋକ ସମ୍ପର୍କ ବଢ଼ିବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।
ମିଥୁନ: କାର୍ଯ୍ୟରେ ବାଧା ଉପୁଜିପାରେ। ନିଜ ଲୋକ ଶତ୍ରୁ ସାଜିପାରନ୍ତି। ଛୋଟ ଛୋଟ କଥାରୁ କଳହ ସୃଷ୍ଟି ହୋଇପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ।
ସିଂହ: ଖର୍ଚ୍ଚ ବଢ଼ିପାରେ। ସଫଳତା ପାଇବାକୁ କଠିନ ପରିଶ୍ରମ କରିବେ। ଉଧାର ଟଙ୍କା ଫେରି ପାଇବେ। ବିଦ୍ୟାର୍ଥୀ ଖେଳମନସ୍କ ହେବେ। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ।
କନ୍ୟା: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ପିଲାମାନେ ଖେଳକୁଦରେ ସମୟ ବିତାଇବେ। ନୂତନ ଜମି କ୍ରୟ କରିପାରନ୍ତି।
ତୁଳା: ଭୂମି, ଯାନବାହନ କିଣି ପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁମିଳନ ଯୋଗ ରହିଛି। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ବିଛା: ଅଚାନକ ଖୁସି ଖବର ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ଜରୁରି। ଆୟ ବ୍ୟୟ ସମାନ ରହିବ।
ଧନୁ: ଅଧିକ ଖର୍ଚ୍ଚାନ୍ତ ହେବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ପ୍ରେମ ବ୍ୟାପାରରେ ସଫଳ ହେବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିପାରେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି।
ମକର: ପିଲାମାନେ ପଢ଼ାପ୍ରତି ଅଧିକ ଧ୍ୟାନ ଦେବେ। ଦିନଟି ବେଶ୍ ହସଖୁସିରେ ବିତିବ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ।
କୁମ୍ଭ: ଆର୍ଥିକ ସମସ୍ୟା ରହିବନି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ। ଦାନ ଧର୍ମ କରିବେ।
ମୀନ: ଜମି କିଣାବିକା ଯୋଗ ରହିଛି। ପାରିବାରିକ ସମସ୍ୟା ସମାଧାନ ହେବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।






