ଜାଣନ୍ତୁ ନିଦରେ ଲୋକମାନେ କାହିଁକି କଥା ହୁଅନ୍ତି ….

The Sakala Picture
Published On

ରାତିରେ ଗଭୀର ନିଦରେ ଥିବା ସମୟରେ ଅନେକ ଲୋକ ଗୁଣୁଗୁଣୁ ହୋଇ କଥା ହୋଇଥାନ୍ତି। କେତେଜଣ କହନ୍ତି ଯେ, ସ୍ବପ୍ନରେ ଦେଖୁଥିବା ଜିନିଷକୁ ସେ କଥାରେ ବ୍ୟକ୍ତ କରିଥାନ୍ତି। ଏହି ସମସ୍ୟା ସାଧାରଣ ଲାଗୁଥିଲେ ମଧ୍ୟ ଏହାକୁ ନଜର ଅନ୍ଦାଜ୍‌ କରିବା ଆଦୌ ଉଚିତ ନୁହେଁ। କାରଣ ଏହି ସମସ୍ୟା ଅଧିକ ହେଲେ ମାନସିକ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଏ ସମ୍ପର୍କିତ ସମସ୍ୟା ଥିଲେ, ମନୋଚିକିତ୍ସକଙ୍କ ସହିତ ପରାମର୍ଶ କରିନେବା ଉଚିତ। […]

ରାତିରେ ଗଭୀର ନିଦରେ ଥିବା ସମୟରେ ଅନେକ ଲୋକ ଗୁଣୁଗୁଣୁ ହୋଇ କଥା ହୋଇଥାନ୍ତି। କେତେଜଣ କହନ୍ତି ଯେ, ସ୍ବପ୍ନରେ ଦେଖୁଥିବା ଜିନିଷକୁ ସେ କଥାରେ ବ୍ୟକ୍ତ କରିଥାନ୍ତି। ଏହି ସମସ୍ୟା ସାଧାରଣ ଲାଗୁଥିଲେ ମଧ୍ୟ ଏହାକୁ ନଜର ଅନ୍ଦାଜ୍‌ କରିବା ଆଦୌ ଉଚିତ ନୁହେଁ। କାରଣ ଏହି ସମସ୍ୟା ଅଧିକ ହେଲେ ମାନସିକ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଏ ସମ୍ପର୍କିତ ସମସ୍ୟା ଥିଲେ, ମନୋଚିକିତ୍ସକଙ୍କ ସହିତ ପରାମର୍ଶ କରିନେବା ଉଚିତ। ନିଦରେ କଥା ହେବାକୁ ଡାକ୍ତରୀ ଭାଷାରେ ପାରାସୋମନିଆ ବୋଲି କୁହାଯାଏ। ଅତ୍ୟଧିକ ଅବସାଦ, ମାନସିକ ଚାପ ଏବଂ ଥକ୍କାପଣ ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିେଶଷଜ୍ଞମାନେ କହିଛନ୍ତି। ଏହା ବ୍ୟତୀତ ଅଧିକ ଚା’କଫିର ସେବନ, ମଦ୍ୟପାନ ଏବଂ ଅନ୍ୟ ନିଶାଦ୍ରବ୍ୟ ସେବନ କଲେ ମଧ୍ୟ ଏହି ସମସ୍ୟା ଆସିଥାଏ। ସାଧାରଣତଃ ନିଦରେ କଥା ହେବାର ଅବଧି ୩୦ ସେକଣ୍ଡ ପର୍ଯ୍ୟନ୍ତ ରହିଥାଏ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଆଉ କେତେଜଣଙ୍କ କ୍ଷେତ୍ରରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ନିଦରେ ଗୁଣୁଗୁଣୁ ହୋଇ କଥା ହେବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ନୁହେଁ। କିନ୍ତୁ ଯଦି ଦିନରେ ଜୋର୍‌ରେ ପାଟି କରିବା କିମ୍ବା ଚିତ୍କାର କରୁଛନ୍ତି, ଏହା ମାନସିକ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଶରୀର ଉପରେ ମଧ୍ୟ ଏହି ଅସ୍ବାଭାବିକ ଆଚରଣ କୁପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ ସେବନ କରିବା ପରେ ମସ୍ତିଷ୍କରୁ ହର୍‌ମୋନ୍‌ କ୍ଷରଣ ଅସ୍ବାଭାବିକ ହୋଇଯାଏ। ତେଣୁ ସେମାନେ ଅବଚେତନ ମସ୍ତିଷ୍କର ଥିବା କିଛି କଥାକୁ ମନେ ପକାଇ ଗୁଣୁଗୁଣୁ ହୋଇ କହିଥାନ୍ତି। ଚା’ କିମ୍ବା କଫି ଅଧିକ ପିଇବା ଦ୍ବାରା ଅନିଦ୍ରା ସମସ୍ୟା ଆସିଥାଏ। ଅନିଦ୍ରା ଯୋଗୁଁ ମାନସିକ ଚାପ ଏବଂ ଅବସାଦ ବୃଦ୍ଧି ପାଏ। ତେଣୁ ନିଦରେ କଥା ହେବା ସମସ୍ୟା ମଧ୍ୟ ଅଧିକ ଦେଖାଯାଏ। ଏହି ସମସ୍ୟା ଲଗାତାର କେତେଦିନ ପର୍ଯ୍ୟନ୍ତ ଜାରି ରହିଲେ, ନଜରଅନ୍ଦାଜ୍‌ କରିବା ଉଚିତ ନୁହେଁ। ଏହାର କୌଣସି ବିଶେଷ ଚିକିତ୍ସା ନାହିଁ। କେବଳ ନିଜର ଜୀବନଶୈଳୀ ପରିବର୍ତ୍ତନ କରି ଏଥିରୁ ମୁକ୍ତି ମିଳି ପାରିବ। ଯଥାସମ୍ଭବ ନିଜକୁ ଅବସାଦ ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଏହି ସମସ୍ୟାକୁ ନେଇ କାହାକୁ ଥଟ୍ଟା ପରିହାସ କରନ୍ତୁ ନାହିଁ। କାରଣ ଏସବୁ ଦ୍ବାରା ବ୍ୟକ୍ତିଟିଏ ମାନସିକ ଭାବେ ଦୁର୍ବଳ ହୋଇପଡ଼େ। ପ୍ରତିଦିନ କିଛି ସମୟ ଯୋଗଧ୍ୟାନ କରନ୍ତୁ ଏବଂ ଅଧିକ ଚା’ କଫି ଏବଂ କୋକୋଆଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। କାରଣ ମାନସିକ ଭାବେ ଦୃଢ଼ ହୋଇପାରିଲେ, ଶାରୀରିକ ସୁସ୍ଥତା ଆପେ ଆସିଯିବ।

13 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp