ଔଷଧ ସହିତ କେବେ ବି ଖାଆନ୍ତୁନି ଏହିସବୁ ଜିନିଷ… ଶରୀର ଉପରେ ପଡ଼ିଥାଏ ଭୟଙ୍କର କୁପ୍ରଭାବ

The Sakala Picture
Published On

ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହିତ ବ୍ୟାୟାମ କରିବା ଖୁବ୍ ଜରୁରି। ଋତୁକାଳୀନ କିଛି ରୋଗ ଦେଖାଦେଲେ, ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଔଷଧ ଖାଇବା ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ଦରକାର। କିଛି ଖାଦ୍ୟ ଏମିତି ରହିଛି, ଯାହାକୁ ଔଷଧ ଖାଇବା ସମୟରେ ଆଦୌ ଖାଇବା ଉଚିତ ନୁହେଁ। କୌଣସି ରୋଗ ପାଇଁ ଔଷଧ ଖାଉଥିଲେ, ଏନର୍ଜି ଡ୍ରିଙ୍କ୍‌ ପିଅନ୍ତୁ ନାହିଁ। ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ […]

ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହିତ ବ୍ୟାୟାମ କରିବା ଖୁବ୍ ଜରୁରି। ଋତୁକାଳୀନ କିଛି ରୋଗ ଦେଖାଦେଲେ, ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଔଷଧ ଖାଇବା ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ଦରକାର। କିଛି ଖାଦ୍ୟ ଏମିତି ରହିଛି, ଯାହାକୁ ଔଷଧ ଖାଇବା ସମୟରେ ଆଦୌ ଖାଇବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

  • କୌଣସି ରୋଗ ପାଇଁ ଔଷଧ ଖାଉଥିଲେ, ଏନର୍ଜି ଡ୍ରିଙ୍କ୍‌ ପିଅନ୍ତୁ ନାହିଁ। ଏହା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।
  • କୌଣସି ପ୍ରକାର ମାଦକ ଦ୍ରବ୍ୟର ସେବନ କିମ୍ବା ଧୂମପାନ କରିବା ଉଚିତ ନୁହେଁ। ଏହା ଲିଭର୍‌ ଜନିତ ରୋଗ ସୃଷ୍ଟି କରିଥାଏ।
  • ଅନେକ ଉଷୁମ କିମ୍ବା ଥଣ୍ଡା କ୍ଷୀର ସହିତ ଔଷଧ ଖାଇଥାନ୍ତି। ଏଭଳି ଆଦୌ କରନ୍ତୁ ନାହିଁ। ଆଣ୍ଟିବାୟୋଟିକ୍‌ ଔଷଧ ସହିତ କ୍ଷୀର ପିଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। କାରଣ କ୍ଷୀରରେ ଥିବା କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍ସ ଓ ପ୍ରୋଟିନ୍‌ ଔଷଧ ସହିତ ମିଶି ଏକ ଜଟିଳ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
  • ଏଲୋପାଥି ମେଡିସିନ୍‌ ଖାଉଥିଲେ, ତା’ସଙ୍ଗରେ କୌଣସି ଆୟୁର୍ବେଦିକ ଚେରମୂଳି ଖାଆନ୍ତୁ ନାହିଁ।
  • ଔଷଧ ଖାଉଥିଲେ, ଅଧିକ ପ୍ରୋଟିନ୍‌ଯୁକ୍ତ ପନିପରିବା ଓ ଫଳ ଖାଇବାରୁ ନିବୃତ୍ତ ରୁହନ୍ତୁ। ଔଷଧ ସରିବା ପରେ ଏହାକୁ ଖାଇପାରିବେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp